---Advertisement---

School Textbooks, Error ପାଠ୍ୟ ପୁସ୍ତକ ତ୍ରୁଟି, ମାଲକାନଗିରି ବିଜେଡିର ବିକ୍ଷୋଭ

July 13, 2026 5:25 PM

School Textbooks, Error ପାଠ୍ୟ ପୁସ୍ତକ ତ୍ରୁଟି, ମାଲକାନଗିରି ବିଜେଡିର ବିକ୍ଷୋଭ

ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ରାଜ୍ୟର ସରକାରଙ୍କ ଦ୍ବାରା ଛପା ଯାଇଥିବା ପାଠ୍ୟ ପୁସ୍ତକରେ ସାଙ୍ଘାତିକ ତ୍ରୁଟି ନେଇ ଆଜି(ସୋମବାର) ମାଲକାନଗିରି 
ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀଙ୍କ ନେତୃତ୍ବରେ ଜିଲ୍ଲା ଯୁବ ସଭାପତି ଶ୍ରୀନିବାସ ମୁଦୁଲି ଓ ଜିଲ୍ଲା ଛାତ୍ର ସଭାପତି ସୁବ୍ରତ କୁମାର ଦାସଙ୍କ ସଂଯୋଜନାରେ ଶତାଧିକ ଛାତ୍ର ଓ ଯୁବବିଜେଡି କର୍ମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ ପ୍ରତିବାଦ ସଭାର ଆୟୋଜନ କରିଥିଲେ। 

Textbook error issue: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ: ଆଉଟ୍‌ସୋର୍ସିଂ ହାତରେ ଗଣଶିକ୍ଷା, ବହି ପ୍ରସ୍ତୁତିରେ ସାମିଲ ରହିଥିବା ଅଭିଯୋଗ

ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ପରେ ଏକ ପ୍ରତିନିଧି ଦଳ  ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି। ବିଜେଡି ନେତା ମାନସ ମାଡ଼କାମୀ କହିଛନ୍ତି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟ ପୁସ୍ତକରେ ସାଂଘାତିକ ତ୍ରୁଟି ରହିଛି। କିନ୍ତୁ ବିଜେପି ନିଜ ଦୋଷକୁ ସ୍ୱୀକାର କରି ତ୍ରୁଟିପୂର୍ଣ ପୁସ୍ତକ ପ୍ରତ୍ୟାହାର କରିବାରେ ପଛଘୁଞ୍ଚା ଦେଉଛି। 

Mkg BJD strike at collector office (3)

ଏହି ପ୍ରସଙ୍ଗରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଦୃଢ଼ ବିରୋଧ କରି ରାଜ୍ୟବ୍ୟାପୀ ଆନ୍ଦୋଳନ କରୁଛି। ଜାତୀୟ ଶିକ୍ଷା ନୀତି (ଏନଇପି)-୨୦୨୦ ଅନୁସାରେ ୧ମ ରୁ ୮ମ ଶ୍ରେଣୀ ପାଠ୍ୟପୁସ୍ତକରେ ଅଭୂତପୂର୍ବ ବ୍ୟାପକ ତ୍ରୁଟି ରହିଛି। ପାଠ୍ୟ ପୁସ୍ତକ ପ୍ରକାଶ ଆଳରେ ୩୮୦ କୋଟି ମୂଲ୍ୟର ପ୍ରିଣ୍ଟିଂରେ ଦୁର୍ନୀତି ହୋଇଛି। ଉକ୍ତ ଦୁର୍ନୀତି ନେଇ ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ଇସ୍ତଫା ନେଇ ବିଜେଡି ପକ୍ଷରୁ ପୂର୍ବରୁ ବିଭିନ୍ନ ଫୋରମ୍ ଜରିଆରେ ଦାବି କରାଯାଇଛି ବୋଲି ପୂର୍ବତନ ବିଧାୟକ କହିଛନ୍ତି। 

ଆଜିର ବିକ୍ଷୋଭ ଓ ପ୍ରତିବାଦ ସଭା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବରିଷ୍ଠ ନେତା ତଥା ବିଜେଡି ରାଜ୍ୟ ସମ୍ପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ମାଲକାନଗିରି ଜିଲ୍ଲା ମହିଳା ସଭାନେତ୍ରୀ ସମାରି ତାଙ୍ଗୁଲ,ରାଜ୍ୟ ବିଜୁ ମହିଳା ସମ୍ପାଦିକା ଲକ୍ଷ୍ମୀପ୍ରିୟା ନାୟକ , ମାଲକାନଗିରି ପୌର ପରିଷଦ ଉପାଧ୍ୟକ୍ଷା କବିତା ମହନ୍ତ,ବିଜେଡି ଉପସଭାପତି ପ୍ରଫୁଲ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment