
ନୂଆଦିଲ୍ଲୀ: ବିଜେପି ମଣିପୁରର ଜଣେ ସଂଗୀତଜ୍ଞଙ୍କ ହତ୍ୟା ଅଭିଯୋଗ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ପାଇଁ ମଙ୍ଗଳବାର ତାଙ୍କୁ ପ୍ରତିଆକ୍ରମଣ କରିଛି। ତାଙ୍କ ଦଳର ନେତା ସାମ୍ ପିଟ୍ରୋଡା ଉତ୍ତର-ପୂର୍ବର ଲୋକମାନେ ଚୀନ୍ ଲୋକ ପରି ଦେଖାଯାଉଥିବା କହିଥିବା ବେଳେ ରାହୁଲ ଗାନ୍ଧୀ କେଉଁଠାରେ ଲୁଚି ରହିଥିଲେ ବୋଲି ପ୍ରଶ୍ନ କରିଛି। ପିଟ୍ରୋଡାଙ୍କ ଆପତ୍ତିଜନକ ମନ୍ତବ୍ୟବେଳେ ଗାନ୍ଧୀ ଓ କଂଗ୍ରେସ ନେତା କାହିଁକି ନିରବ ଥିଲେ ବୋଲି ବିଜେପି ପ୍ରବକ୍ତା ଗୌରବ ଭାଟିଆ ପ୍ରଶ୍ନ କରିଛନ୍ତି।
ଘଟଣାର ତ୍ବରିତ ତଦନ୍ତ
ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ମଣିପୁରୀ ସଙ୍ଗୀତଜ୍ଞ ଚୋଙ୍ଗଥାମ୍ ବିକ୍ରମ ସିଂହ (୫୪)ଙ୍କୁ ହତ୍ୟା ମାମଲାରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଆଇନ ଶୃଙ୍ଖଳା ବ୍ୟବସ୍ଥା ଭଙ୍ଗ ହେଉଥିବା ନେଇ ପ୍ରଶ୍ନ କରିଥିଲେ। ଏହି ଘଟଣାରେ ତ୍ବରିତ ତଦନ୍ତ କରିବାକୁ ସେ କହିଥିଲେ। ସଙ୍ଗୀତଜ୍ଞ ତାଙ୍କ କିଲୋକାରୀ ଭିଲେଜ ଆପାର୍ଟମେଣ୍ଟ ନିକଟରେ ମଦ୍ୟପାନ ଓ ପାଟିତୁଣ୍ଡକୁ ନେଇ ଆପତ୍ତି କରିବା ପରେ କେତେକ ଢାବା କର୍ମଚାରୀ ଓ ଡେଲିଭରୀ କର୍ମଚାରୀ ତାଙ୍କୁ ଆକ୍ରମଣ କରିଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ଏହି ମାମଲାରେ ୭ ଜଣଙ୍କୁ ଗିରଫ କରିଛି ଓ ଜଣେ ନାବାଳକଙ୍କୁ ଅଟକ ରଖିଛି। ବିଜେପି ପ୍ରବକ୍ତା ଭାଟିଆ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ପ୍ରତ୍ୟେକ ନାଗରିକ ସୁରକ୍ଷିତ ମନେକରୁଛନ୍ତି ଓ ଗର୍ବ ଅନୁଭବ କରୁଛନ୍ତି।
Germany: ୮୦ ବର୍ଷ ପରେ ଜର୍ମାନୀରେ ଫେରିବ କି ହିଟଲର ଶାସନ?: ନାଜି ମନୋଭାବ ଥିବା ଏଏଫଡିର ବିଜୟ ନେଇ ୟୁରୋପ ଭୟଭୀତ