
ନୂଆଦିଲ୍ଲୀ : ଏନ୍ଡିଏ ସରକାରରେ ଏକ ବିରଳ ଘଟଣା ଘଟିଛି। ଦୁଇ ଜଣ ମନ୍ତ୍ରୀ ସଂରକ୍ଷଣ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଛନ୍ତି। ଶନିବାର ଦିନ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶ୍ବାନ ତାଙ୍କ ସହଯୋଗୀ ମନ୍ତ୍ରୀ ଜିତନ ରାମ ମାଂଝୀଙ୍କଇସ୍ତଫା ଦାବି କରିଛନ୍ତି। ମାଂଝୀଙ୍କ ଦଳ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ସେକ୍ୟୁଲାର) ସଂରକ୍ଷଣ ନୀତିର ସମୀକ୍ଷା ଦାବି କରିବା ପରେ ଏହି ବିବାଦ ଆରମ୍ଭ ହୋଇଛି।
ଆହୁରି ପଢନ୍ତୁ :Supremecourt: ସୁପ୍ରିମକୋର୍ଟରେ ଇଥାନଲ୍ ମିଶ୍ରଣ ପ୍ରସଙ୍ଗର ଶୁଣାଣି ସୋମବାର
ମାଂଝୀଙ୍କ ହାମ୍ ଦଳ ବର୍ତ୍ତମାନର ସଂରକ୍ଷଣ ବ୍ୟବସ୍ଥା ମଧ୍ୟରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ପାଇଁ ଉପ-ସଂରକ୍ଷଣ ବ୍ୟବସ୍ଥାକୁ ସମର୍ଥନ କରିଥିଲା। ମାଂଝୀଙ୍କ ପୁଅ ତଥା ବିହାର ସରକାରର ମନ୍ତ୍ରୀ ସନ୍ତୋଷ କୁମାର ସୁମନ କହିଥିଲେ ଯେ ସଂରକ୍ଷଣର ସୁବିଧା ସବୁଠାରୁ ଅଧିକ ଅବହେଳିତ ଓ ଐତିହାସିକ ଭାବେ ପଛୁଆ ସମ୍ପ୍ରଦାୟଙ୍କ ନିକଟରେ ପହଞ୍ଚୁଛି କି ନାହିଁ, ତାହା ସୁନିଶ୍ଚିତ କରିବା ପାଇଁ ଏହାର ସମୀକ୍ଷା ଆବଶ୍ୟକ । ସେ କହିଥିଲେ ଆମେ ସଂରକ୍ଷଣ ଶେଷ କରିବା କଥା କହୁନାହୁଁ। ଆମେ ସଂରକ୍ଷଣକୁ ଅଧିକ ନ୍ୟାୟସଙ୍ଗତ ଓ ପ୍ରଭାବଶାଳୀ କରିବା ସହ ଏହାର ଲାଭ ପ୍ରକୃତରେ ବଞ୍ଚିତ ଲୋକଙ୍କ ପାଖରେ ପହଞ୍ଚାଇବା କଥା କହୁଛୁ। ଉଲ୍ଲେଖଯୋଗ୍ୟ ମାଂଝୀ ହେଉଛନ୍ତି ମୁସହର ସମ୍ପ୍ରଦାୟର। ଏହା ଦଳିତ ସମ୍ପ୍ରଦାୟ ମଧ୍ୟରେ ଅତ୍ୟନ୍ତ ପଛୁଆ ଗୋଷ୍ଠୀ ଭାବେ ପରିଚିତ।
ଆହୁରି ପଢନ୍ତୁ :Nepal flood death: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ୬୩୦ ଛୁଇଁଲା, ନିଖୋଜଙ୍କ ସଂଖ୍ୟା ଆହୁରି ବୃଦ୍ଧି
ହାମ୍ ଦଳର ଏଭଳି ଦାବିର ପ୍ରତିକ୍ରିୟାରେ ମନ୍ତ୍ରୀ ଚିରାଗ ପାଶ୍ବାନ କହିଛନ୍ତି ଯଦି ଏସ୍ସି ସଂରକ୍ଷଣ ମଧ୍ୟରେ ଉପ-ସଂରକ୍ଷଣ ଓ ‘କ୍ରିମି ଲେୟର’ ବ୍ୟବସ୍ଥା ଚାହୁଛନ୍ତି, ତେବେ ଜିତନ ରାମ ମାଂଝୀ ଓ ତାଙ୍କ ପୁଅ ସନ୍ତୋଷ ସୁମନ ଉଭୟ ମନ୍ତ୍ରୀ ପ୍ରଥମେ ଇସ୍ତଫା ଦେବା ଉଚିତ। ସାମ୍ବାଦିକଙ୍କୁ ପାଶ୍ବାନ କହିଛନ୍ତି, ଯେଉଁମାନେ କ୍ରିମି ଲେୟର କାହିଁକି ରହିବ ନାହିଁ ବୋଲି ପ୍ରଶ୍ନ କରୁଛନ୍ତି, ସେମାନେ ପ୍ରଥମେ ସଂରକ୍ଷଣର ସୁବିଧା ଛାଡ଼ିଦିଅନ୍ତୁ। ସଂରକ୍ଷଣ ମଧ୍ୟରେ ଉପ-ସଂରକ୍ଷଣ ବ୍ୟବସ୍ଥାକୁ ଏଲ୍ଜେପି ସବୁବେଳେ ବିରୋଧ କରିଆସିଛି ବୋଲି ପାଶ୍ବାନ କହିଛନ୍ତି।