---Advertisement---

୨୦୨୯ରେ ବିଜୟଙ୍କୁ ପ୍ରଧାନମନ୍ତ୍ରୀ କରିବା ଦାବି: ଟିଭିକେ ନେତାଙ୍କୁ କଂଗ୍ରେସର କଡ଼ା ଜବାବ

August 26, 2026 9:18 PM

୨୦୨୯ରେ ବିଜୟଙ୍କୁ ପ୍ରଧାନମନ୍ତ୍ରୀ କରିବା ଦାବି: ଟିଭିକେ ନେତାଙ୍କୁ କଂଗ୍ରେସର କଡ଼ା ଜବାବ

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଟିଭିକେ ମୁଖ୍ୟ ସି. ଜୋସେଫ୍‌ ବିଜୟଙ୍କୁ ୨୦୨୯ ଲୋକସଭା ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ କରିବା ଲାଗି ଦଳର ନେତାମାନଙ୍କ ମନ୍ତବ୍ୟକୁ ନେଇ ତାମିଲନାଡୁ ରାଜନୀତିସରଗରମ ହୋଇଛି। ଟିଭିକେ ସରକାର ୧୦୦ ଦିନ ପୂରଣ କରିବା ଅବସରରେ ତିରୁପୁରରେ ଆୟୋଜିତ ଏକ ସଭାରେ ଦଳର ବରିଷ୍ଠ ନେତାମାନେ ବିଜୟଙ୍କୁ ଭବିଷ୍ୟତର ଜାତୀୟ ନେତା ଭାବେ ଉପସ୍ଥାପନ କରିଥିଲେ।

ଆହୁରି ପଢନ୍ତୁ :Raksha bandhan: କୃତି ସାନନଙ୍କ ରକ୍ଷାବନ୍ଧନ ବିଜ୍ଞାପନ ହଟାଇଲା ଜିଭା

ଟିଭିକେ ନେତା କେ.ଏ. ସେଙ୍ଗୋଟେୟାନ କହିଥିଲେ ଯେ ଉତ୍ତର ଭାରତର ଲୋକମାନେ ମଧ୍ୟ ବିଜୟଙ୍କଠାରୁ ଆଶା ରଖିଛନ୍ତି। ଏମ୍‌ଜିଆର୍‌ ଓ ଜୟଲଳିତାଙ୍କ ସହ କାମ କରିଥିବା ସେଙ୍ଗୋଟେୟାନ କହିଥିଲେ ଯେ ତାମିଲନାଡୁ ସହ ଭବିଷ୍ୟତରେ ସମଗ୍ର ଭାରତରନେତୃତ୍ୱନେବାର କ୍ଷମତା ବିଜୟଙ୍କ ପାଖରେ ରହିଛି। ଦଳର ମାନବ ସମ୍ବଳ ପରିଚାଳନା ମନ୍ତ୍ରୀ ଡି. ସରଥକୁମାର ମଧ୍ୟ ବିଜୟଙ୍କୁ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ବୋଲି କହିଥିଲେ। ଟିଭିକେ ବିଧାୟକ କଲ୍ଲାନାଇ ମଧ୍ୟ ବିଜୟ ଦିନେ ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇ ସମଗ୍ର ଦେଶର ନେତୃତ୍ୱ ନେବେ ବୋଲି ଆଶା ପ୍ରକାଶ କରିଥିଲେ।
ଟିଭିକେ ନେତାଙ୍କ ଏଭଳି ଦାବିକୁ କଂଗ୍ରେସ ତୀବ୍ର ବିରୋଧ କରିଛି।

ଆହୁରି ପଢନ୍ତୁ :Travel Free on Ama Bus ରକ୍ଷାବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ‘ଆମ ବସ୍‌’ରେ ମହିଳାମାନଙ୍କୁ ମାଗଣାଯାତ୍ରା

 ତାମିଲନାଡୁ କଂଗ୍ରେସ ଅଧ୍ୟକ୍ଷ ମାଣିକମ୍‌ ଠାକୁର କହିଛନ୍ତି ଯେ ଟିଭିକେ ନେତାମାନେ ଏବେ ମଧ୍ୟ ରାଜନୈତିକ ଦଳ ଭଳି ନୁହେଁ, ଫ୍ୟାନ୍‌ କ୍ଲବ୍‌ ଭଳି କାମ କରୁଛନ୍ତି। ସେ ମନେ ପକାଇ ଦେଇଛନ୍ତି ଯେ ସରକାର ଗଠନ ସମୟରେ ବିଜୟ ନିଜେ ରାହୁଲ ଗାନ୍ଧୀଙ୍କ ସହ ସମର୍ଥନ ପାଇଁ ଯୋଗାଯୋଗ କରିଥିଲେ। କଂଗ୍ରେସ ସାଂସଦ କାର୍ତ୍ତି ଚିଦମ୍ବରମ୍‌ କହିଛନ୍ତି ଯେ ନିଜ ନେତାଙ୍କ ପ୍ରତି ଦଳୀୟ କର୍ମୀଙ୍କ ଭଲପାଇବା ସ୍ବାଭାବିକ। କିନ୍ତୁ ଦେଶର ନେତୃତ୍ୱ ସମ୍ବିଧାନ ଓ ଲୋକସଭାର ସଂଖ୍ୟା ଆଧାରରେ ନିର୍ଦ୍ଧାରିତ ହୁଏ। କଂଗ୍ରେସ ସାଂସଦ ପି. ଜ୍ୟୋତିମଣି କହିଛନ୍ତି ଯେ କଂଗ୍ରେସ କିମ୍ବା ଇଣ୍ଡି ମେଣ୍ଟ ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଅନ୍ୟ କାହାକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଗ୍ରହଣ କରିବ ନାହିଁ। ସେ ଟିଭିକେ ନେତାମାନଙ୍କୁ ଦିଲ୍ଲୀ ରାଜନୀତି ଉପରେ ଧ୍ୟାନ ଦେବା ବଦଳରେ ତାମିଲନାଡୁର ସୁଶାସନ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment