---Advertisement---

ଆମେରିକା ଗସ୍ତ ଅନୁମତି ନ ମିଳିବାରୁ ସରକାରଙ୍କୁ ରେବନ୍ତଙ୍କ ସମାଲୋଚନା

August 24, 2026 9:34 PM

ଆମେରିକା ଗସ୍ତ ଅନୁମତି ନ ମିଳିବାରୁ ସରକାରଙ୍କୁ ରେବନ୍ତଙ୍କ ସମାଲୋଚନା

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ଆମେରିକା ଗସ୍ତ ପାଇଁ ଅନୁମତି ନ ମିଳିବାରୁ ସେ ଆଜି କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ରେବନ୍ତ କହିଛନ୍ତି, ତାଙ୍କୁ ଆମେରିକା ଗସ୍ତ ପାଇଁ ଅନୁମତି ନ ଦେଇ ସରକାର ୪ କୋଟି ଲୋକଙ୍କୁ ଅପମାନିତ କରିଛନ୍ତି। ସେ ଦାବି କରିଛନ୍ତି ଯେ, ଏହା ତେଲେଙ୍ଗାନା ବିରୋଧରେ କେନ୍ଦ୍ର ସରକାରଙ୍କ ପକ୍ଷପାତିତାକୁ ଦର୍ଶାଉଛି। ମୁଖ୍ୟମନ୍ତ୍ରୀ ରେଡ୍ଡୀ କହିଛନ୍ତି, ବିଦେଶ ବ୍ୟାପାର ମନ୍ତ୍ରାଳୟ ମୋ ପ୍ରସ୍ତାବକୁ ପରୀକ୍ଷା କଲା ଏବଂ ରାଜନୈତିକ ଦୃଷ୍ଟିକୋଣରୁ ଏହାକୁ ସ୍ବୀକୃତି ପ୍ରଦାନ କରିନାହିଁ।

ଆହୁରି ପଢନ୍ତୁ : OUAT’s 65th Foundation Day ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୬୫ତମ ପ୍ରତିଷ୍ଠା ଦିବସ

 ତେବେ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଗୋଟିଏ ପ୍ରଶ୍ନ କରିବାକୁ ଚାହେ। ଯଦି ମୋ ବିଦେଶ ଗସ୍ତକୁ ନେଇ କୌଣସି ରାଜନୀତି ହେଉନାହିଁ ତେବେ ଇଂଲଣ୍ଡ ଗସ୍ତକୁ କାହିଁକି ଅନୁମତି ମିଳିଲା, ଆମେରିକା ଗସ୍ତ ପାଇଁ କାହିଁକି ଅନୁମତି ମିଳିଲାନି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କର ଅଗଷ୍ଟ ୧୭ରୁ ୨୪ ପର୍ଯ୍ୟନ୍ତ ଆମେରିକା ଓ କାନାଡ଼ା ଗସ୍ତକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଭାଇବ୍ରାଣ୍ଟ୍‌ ଗୁଜରାଟ ୨୦୪୭ ଅଭିଯାନ ଅନ୍ତର୍ଗତ ପଟେଲଙ୍କ ଗସ୍ତକୁ ଅନୁମତି ମିଳିଲା କିନ୍ତୁ ତେଲେଙ୍ଗାନା ରାଇଜିଙ୍ଗ ୨୦୪୭ ଅଧୀନରେ ତାଙ୍କ ଆମେରିକା ଗସ୍ତ ପ୍ରସ୍ତାବକୁ ଅନୁମତି ନ ମିଳିବାରୁ ସେ ଏଥିପାଇଁ ସରକାରଙ୍କୁ ସମାଲୋଚନା କରିଛନ୍ତି।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment