---Advertisement---

୫ କୋଟି ଟଙ୍କା ମାଗିବା ଅଭିଯୋଗକୁ ନେଇ ବଢ଼ିଲା ବିବାଦ: ଭଗବନ୍ତ ମାନଙ୍କ ଇସ୍ତଫା ଦାବି କଲା ବିଜେପି

August 23, 2026 8:30 PM

୫ କୋଟି ଟଙ୍କା ମାଗିବା ଅଭିଯୋଗକୁ ନେଇ ବଢ଼ିଲା ବିବାଦ: ଭଗବନ୍ତ ମାନଙ୍କ ଇସ୍ତଫା ଦାବି କଲା ବିଜେପି

ଚଣ୍ଡୀଗଡ଼,: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ପତ୍ନୀ ଗୁରପ୍ରୀତ କୌର ଏକ ଦୁଷ୍କର୍ମ ମାମଲାକୁ ଚପାଇ ଦେବା ପାଇଁ ୫ କୋଟି ଟଙ୍କା ମାଗିଥିବା ଅଭିଯୋଗକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ଏହି ଅଭିଯୋଗ ଆଧାରରେ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ପଞ୍ଜାବ ସରକାର ଓ ରାଜ୍ୟ ପୁଲିସ ମୁଖ୍ୟଙ୍କୁ ନୋଟିସ୍‌ ଜାରି କରି ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ମାଗିଛି। ଏହାପରେ ବିଜେପି ସମେତ ବିରୋଧୀ ଦଳଗୁଡ଼ିକ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଇସ୍ତଫା ଦାବି କରିଛନ୍ତି।

ଆହୁରି ପଢନ୍ତୁ :Newyork: ନ୍ୟୁୟର୍କରେ ପିଜା ଡେଲିଭରି ବେଳେ ପଞ୍ଜାବ ଯୁବକଙ୍କୁ ଗୁଳି: ୨୮ ବର୍ଷୀୟ ଗୁରଦୀପ ସିଂହଙ୍କ ମୃତ୍ୟୁ

ବିଜେପି ନେତା ଇକବାଲ ସିଂହ ଲାଲପୁରା ରବିବାର କହିଛନ୍ତି ଯେ, ଏନ୍‌ଏଚ୍‌ଆର୍‌ସିର ନୋଟିସ୍‌ ଓ ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। ଏହି ମାମଲାରେ ସ୍ୱାଧୀନ ତଦନ୍ତ ହେବା ଦରକାର। ଶିରୋମଣି ଅକାଳୀ ଦଳ ଓ କଂଗ୍ରେସ ମଧ୍ୟ ଭଗବନ୍ତ ମାନଙ୍କୁ ପଦରୁ ହଟିବାକୁ କହିଛନ୍ତି। ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଅମରିନ୍ଦର ସିଂହ ରାଜା ୱାରିଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ଏହି ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେବାକୁ କହିଛନ୍ତି।

ଆହୁରି ପଢନ୍ତୁ :Donald trump: ଟ୍ରମ୍ପଙ୍କ ଟ୍ରେଡିଂ ମୋହ -ଭିସା, ମାଷ୍ଟରକାର୍ଡ, ମେଟାରେ କାରବାର

ଏହି ଅଭିଯୋଗ ପୂର୍ବତନ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ବିଚାରପତି ରଣଜିତ ସିଂହଙ୍କ ଅଭିଯୋଗରୁ ସାମ୍ନାକୁ ଆସିଛି। ତାଙ୍କ ଅଭିଯୋଗ ଅନୁସାରେ, ଏକ ଦୁଷ୍କର୍ମ ମାମଲାକୁ ଚପାଇ ଦେବା ପାଇଁ ୫ କୋଟି ଟଙ୍କା ଦାବି କରାଯାଇଥିଲା। ଏନ୍‌ଏଚ୍‌ଆର୍‌ସି ସଦସ୍ୟ ପ୍ରିୟଙ୍କ କାନୁନଗୋ କହିଛନ୍ତି ଯେ, ଅଭିଯୋଗଟି ରଣଜିତ ସିଂହଙ୍କ ପକ୍ଷରୁ ଦାଖଲ ହୋଇଛି। ଆୟୋଗ ପଞ୍ଜାବର ମୁଖ୍ୟ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କୁ ତଦନ୍ତ କରି ଦୁଇ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ କହିଛି। ଏହି ମାମଲାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ମହିଳା ସୁରକ୍ଷା ବିଭାଗକୁ ମଧ୍ୟ ପଠାଯାଇଛି। ଅନ୍ୟପକ୍ଷରେ, ଗୁରପ୍ରୀତ କୌର ଅଭିଯୋଗକୁ ଖଣ୍ଡନ କରି ପୂର୍ବତନ ବିଚାରପତି ରଣଜିତ ସିଂହଙ୍କୁ ଆଇନଗତ ନୋଟିସ୍‌ ପଠାଇଛନ୍ତି। ୨୪ ଘଣ୍ଟା ମଧ୍ୟରେ କ୍ଷମା ମାଗିବାକୁ ନୋଟିସ୍‌ରେ କୁହାଯାଇଛି; ନଚେତ୍‌ ଆଇନଗତ ପଦକ୍ଷେପ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଆମ୍‌ ଆଦମୀ ପାର୍ଟିର ମହିଳା ଶାଖା ମୁଖ୍ୟ ଅମନଦୀପ କୌର ଆରୋଡ଼ା ମଧ୍ୟ ଅଭିଯୋଗକୁ ଭିତ୍ତିହୀନ ଓ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି କହିଛନ୍ତି।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment