---Advertisement---

ସଂସଦ ବାହା‌ରେ ହାଇଡ୍ରାମା: ଅମିତ ଶାହଙ୍କ ଇସ୍ତଫା ଦାବି କଲା କଂଗ୍ରେସ

July 27, 2026 8:28 PM

ସଂସଦ ବାହା‌ରେ ହାଇଡ୍ରାମା: ଅମିତ ଶାହଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ନୂଆଦିଲ୍ଲୀ: ନିଟ୍‌ ପେପର ଲିକ୍‌ ପ୍ରସଙ୍ଗରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲେ ମଧ୍ୟ ଏହାକୁ ନେଇ ରାଜନୈତିକ ବିବାଦ ଥମୁନାହିଁ। ଜନ୍ତରମନ୍ତରରେ ଆନ୍ଦୋଳନକାରୀଙ୍କ ଉପରେ ପୁଲିସର କଥିତ ଅତ୍ୟଧିକ ବଳପ୍ରୟୋଗକୁ ବିରୋଧ କରି ସୋମବାର ବିରୋଧୀ ସାଂସଦମାନେ ସଂସଦ ପରିସରର ମକର ଦ୍ୱାର ନିକଟରେ ବ୍ୟାନର ଧରି ପ୍ରତିବାଦ କରିଥିଲେ। ସେମାନେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିବା ସହ ଏହି ପ୍ରସଙ୍ଗରେ ସରକାରଙ୍କ ଜବାବ ମାଗିଥିଲେ।

ଆହୁରି ପଢନ୍ତୁ : Shravan Month : ଆସୁଛି ଶ୍ରାବଣ ମାସ, ଶିବ ଭକ୍ତଙ୍କ ଓଃ କି ଆନନ୍ଦ

ବିରୋଧୀଙ୍କ ପ୍ରତିବାଦ ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ କଂଗ୍ରେସ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ କଡ଼ା ଆକ୍ରମଣ କରିଥିଲେ। ସେ କହିଥିଲେ, ୨୦୦୪ରୁ ୨୦୨୬ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତ, ସେଠାରେ ସେ କାହାକୁ ଭେଟିଛନ୍ତି ଏବଂ କେଉଁ ପ୍ରସଙ୍ଗରେ ଆଲୋଚନା କରିଛନ୍ତି, ସେ ସମ୍ପର୍କରେ ସ୍ୱଚ୍ଛତା ନାହିଁ। ୨୦୦୮ରେ କଂଗ୍ରେସ ଓ ଚୀନ୍‌ର ଶାସକ କମ୍ୟୁନିଷ୍ଟ ପାର୍ଟି ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର ସମ୍ପର୍କରେ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ। ନିଶିକାନ୍ତ ଦୁବେ ଅଭିଯୋଗ କରିଥିଲେ ଯେ, ବିଦେଶ ଗସ୍ତ ସମୟରେ ରାହୁଲ ଗାନ୍ଧୀ ଭାରତ, କେନ୍ଦ୍ର ସରକାର ଓ ସମ୍ବିଧାନ ବିରୋଧୀ ମନ୍ତବ୍ୟ ଦେଉଛନ୍ତି।

ଆହୁରି ପଢନ୍ତୁ : Data leak: ବ୍ୟାଙ୍କ ଅଫ୍‌ ବରୋଦାର ତଥ୍ୟ ଲିକ୍‌

 ଏହି କାରଣରୁ ତାଙ୍କୁ ଲୋକସଭାର ବିରୋଧୀଦଳ ନେତା ପଦରୁ ହଟାଇବାକୁ ସେ ଦାବି କରିବେ ବୋଲି କହିଥିଲେ। ଏଥିସହ ରାହୁଲ ଗାନ୍ଧୀଙ୍କ ବିଦେଶ ଗସ୍ତର ତଦନ୍ତ ପାଇଁ ଏକ ଏସ୍‌ଆଇଟି ଗଠନ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ଦୁବେ ଆହୁରି ଅଭିଯୋଗ କରିଥିଲେ ଯେ, ରାହୁଲ ଗାନ୍ଧୀ ଓ କିଛି ବିରୋଧୀ ନେତା ବିଦେଶରେ ଭାରତର ଛବିକୁ କ୍ଷୁଣ୍ଣ କରୁଛନ୍ତି। ତେବେ ଏହି ଅଭିଯୋଗ ଉପରେ ରାହୁଲ ଗାନ୍ଧୀ କିମ୍ବା କଂଗ୍ରେସ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment