---Advertisement---

ଏନ୍‌ଡିଏରେ ଯୋଗ ଦେଇପାରେ ଶରଦ ପାୱାରଙ୍କ ଏନ୍‌ସିପି

July 8, 2026 1:11 PM

ଏନ୍‌ଡିଏରେ ଯୋଗ ଦେଇପାରେ ଶରଦ ପାୱାରଙ୍କ ଏନ୍‌ସିପି

ପୁଣେ: ଶରଦ ପାୱାରଙ୍କ ଏନ୍‌ସିପି (ଏସ୍‌ପି)ର ପୂର୍ବତନ ରାଜ୍ୟ ସଭାପତି ଜୟନ୍ତ ପାଟିଲ ଓ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ମଧ୍ୟରେ ହୋଇଥିବା ଏକ ବୈଠକ ପରେ ଶରଦ ପାୱାରଙ୍କ ଦଳ ଏନଡିଏରେ ଯୋଗଦେବାର ବିକଳ୍ପ ଅନୁସନ୍ଧାନ କରୁଥିବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ପାଟିଲ ଓ ତାୱଡେଙ୍କ ମଧ୍ୟରେ ସମ୍ପ୍ରତି ହୋଇଥିବା ସାକ୍ଷାତ ଆଲୋଚନା ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି। ତେବେ ଏହି ସାକ୍ଷାତ ଆଲୋଚନାକୁ ପାଟିଲ ଅଣରାଜନୈତିକ ବୋଲି କହିଥିଲେ।

ଆହୁରି ପଢନ୍ତୁ :Gadkari: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେ ଯାଞ୍ଚ କରିବେ ନୀତିନ ଗଡ଼କରୀ: ଦୌସା ଦୁର୍ଘଟଣା ପରେ ବଡ଼ ପଦକ୍ଷେପ

 ସେ ଟାଇମ୍ସ ଅଫ୍‌ ଇଣ୍ଡିଆକୁ କହିଛନ୍ତି, ଯୁଗ୍ମ ସଂସଦୀୟ କମିଟିର ସଦସ୍ୟମାନେ ମୁମ୍ବାଇର ଏକ ହୋଟେଲରେ ଥିବାବେଳେ ସେ ସେମାନଙ୍କୁ ଭେଟିଥିଲେ। ତାୱଡେଙ୍କ ସହିତ ତାଙ୍କର ଭେଟ ହୋଇଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ କୌଣସି ରାଜନୈତିକ ଆଲୋଚନା ହୋଇନଥିଲା ବୋଲି କହିଛନ୍ତି।

ଆହୁରି ପଢନ୍ତୁ :Beef Smuggler Arrested: ଗୋମାଂସ ବୋଝେଇ ସ୍କୁଟି ଜବତ, ଚାଲାଣକାରୀ ଗିରଫ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ମଧ୍ୟ ଏପରି ଦାବିକୁ ଖଣ୍ଡନ କରିଛନ୍ତି। ମଙ୍ଗଳବାର ଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଫଡନାଭିସ୍‌ କହିଥିଲେ ଯେ, ଶରଦ ପାୱାରଙ୍କ ଦଳରେ ଫାଟ ପାଇଁ ଆମେ କୌଣସି ପ୍ରୟାସ କରୁନାହୁ। ଏନ୍‌ସିପି (ଏସ୍‌ପି)ର ବିଧାୟକ ଓ ସାଂସଦଙ୍କୁ ନିଜ ପକ୍ଷକୁ ଆଣିବାକୁ ଚେଷ୍ଟା କରାଯାଉନାହିଁ। ମହାରାଷ୍ଟ୍ରର ଅନ୍ୟ କୌଣସି ନୂଆ ଦଳ ଏନ୍‌ଡିଏରେ ଯୋଗ ଦେବନାହିଁ। ଶିବସେନା (ୟୁବିଟି)ର ୬ ଜଣ ସାଂସଦ ଏକନାଥ ସନ୍ଦେଙ୍କ ଶିବସେନାରେ ଯୋଗ ଦେବା ପରେ ଏନ୍‌ସିପି (ଏସ୍‌ପି) ବିଭାଜନ ନେଇ ଚର୍ଚ୍ଚା ହେଉଛି। ଏନ୍‌ସିପି (ଏସ୍‌ପି) ସାଂସଦ ଅମୋଲ କୋଲହେ କହିଥିଲେ ଯେ, ମହାୟୁତି ମେଣ୍ଟ ପକ୍ଷରୁ ପ୍ରସ୍ତାବ ଆସିଲେ ସେ ଚିନ୍ତା କରିବେ। ତେବେ କୋଲହେ ପରେ ଏହାକୁ ଖଣ୍ଡନ କରିଥିଲେ।

ଆହୁରି ପଢନ୍ତୁ :Accident: କାରକୁ ଧକ୍କା ଦେଲା ଟ୍ରେଲର୍, ଜଣେ ଗୁରୁତର

 ଏନ୍‌ସିପିର ପୂର୍ବତନ ବିଧାନ ପରିଷଦ ସଦସ୍ୟ ଅମୋଲ ମିଟ୍‌କାରୀ କହିଥିଲେ, ଏନ୍‌ସିପି (ଏସ୍‌ପି) ଶିବସେନା (ୟୁବିଟି) ପରି ବିଭାଜନରୁ ବର୍ତ୍ତିବାକୁ ଚାହୁଁଥିଲେ ଏନ୍‌ଡିଏରେ ଯୋଗ ଦେବା ଶ୍ରେଷ୍ଠ ବିକଳ୍ପ ହେବ। ତେବେ ଏନ୍‌ସିପି (ଏସ୍‌ପି) କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେ ତାଙ୍କ ଦଳ ଏନ୍‌ଡିଏରେ ଯୋଗ ଦେବା କଥାକୁ ଖଣ୍ଡନ କରିଛନ୍ତି। ପାଟିଲ ଓ ତାୱଡ଼େଙ୍କ ମଧ୍ୟରେ ବୈଠକ ସମ୍ପର୍କରେ ସେ ଅବଗତ ନଥିବା କହିଛନ୍ତି।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment