
କୋଲକାତା : ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରେ ସଙ୍କଟ ଜାରି ରହିଥିବାବେଳେ ଆଜି ମମତାଙ୍କ ପୁତୁରା ଏବଂ ଡାଏମଣ୍ଡ ହାରବୋର ସାଂସଦ ଅଭିଷେକ ବାନାର୍ଜୀ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁୂ ଦିଲ୍ଲୀରେ ଭେଟିଛନ୍ତି।
ଆହୁରି ପଢନ୍ତୁ: Delhi police:ବଡ଼ ଧରଣର ଶିଶୁ ଚୋରାଚାଲାଣ ରୢାକେଟ୍ର ପର୍ଦ୍ଦାଫାସ କଲା ଦିଲ୍ଲୀ ପୁଲିସ , ୧୩ ଗିରଫ ୫ ଶିଶୁ ଉଦ୍ଧାର
ବାଚସ୍ପତିଙ୍କୁ ଭେଟିବାପରେ ଅଭିଷେକ କହିଛନ୍ତି , ସେ ଏହି ମାମଲାରେ ୨୦ ବିଦ୍ରୋହୀ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବା ନେଇ ବାଚସ୍ପତିଙ୍କ ନିକଟରେ ଏକ ଆବେଦନ କରିଛନ୍ତି ଏବଂ ଏହି ମାମଲାରେ ବାଚସ୍ପତିଙ୍କ ନିକଟରେ ଦଳର ପକ୍ଷ ରଖିଛନ୍ତି। ଅଭିଷେକ କହିଛନ୍ତି, ସେ ବାଚସ୍ପତିଙ୍କ ନିକଟରେ ମୋଟ୍ ୨୦ଟି ଆବେଦନ କରିଛନ୍ତି ଏପଂ ପ୍ରତିଟି ଆବେଦନ ୨୧ ପୃଷ୍ଠା ବିଶିଷ୍ଟ। ଏଥିରେ ସମସ୍ତ ଅଭିଯୋଗ ରହିଛି ଏବଂ ବାଚସ୍ପତି ସମ୍ବିଧାନ ଅନୁଯାୟୀ କାମ କରିବେ ବୋଲି ଆମର ଆଶା ରହିଥିବା ସେ କହିଛନ୍ତି। ଅଭିଷେକ ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ସମ୍ବିଧାନକୁ ଯେକୌଣସି ଉପାୟରେ ପରିବର୍ତ୍ତନ କରିବାପାଇଁ ଉଦ୍ୟମ ଚାଲିଛି।
ଆହୁରି ପଢନ୍ତୁ:Bjp: କର୍ଣ୍ଣାଟକରେ କ୍ରସ୍ ଭୋଟିଂ ନେଇ ବିଜେପି ହାଇ କମାଣ୍ଡ ଅସନ୍ତୁଷ୍ଟ ୩ ବରିଷ୍ଠ ନେତାଙ୍କୁ ଦିଲ୍ଲୀ ସମନ୍ କରାଗଲା
ଗତ ଗୋଟିଏ ମାସ ମଧ୍ୟରେ କେବଳ ପଶ୍ଚିମବଙ୍ଗ ନୁହେଁ ବରଂ ମହାରାଷ୍ଟ୍ରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ସେମାନେ ଯେକୌଣସି ଉପାୟରେ ସମ୍ବିଧାନକୁ ପରିବର୍ତ୍ତନ କରିବାକୁ ଚାହାନ୍ତି। ସେମାନେ ଲୋକଙ୍କୁ ବିଶ୍ବାସ କରନ୍ତିନି। କାରଣ ସେମାନେ ଭଲଭାବେ ଜାଣନ୍ତି ଯେ ଯଦି ଲୋକମାନେ ଗଣତାନ୍ତ୍ରିକ ଉପାୟରେ ଭୋଟ୍ ଦେଇଥାନ୍ତେ ତେବେ ବିଜେପି କେବେ ବି ନିର୍ବାଚନ ଜିତିପାରିନଥାନ୍ତା। ସେଥିପାଇଁ ସେମାନେ ଜନାଦେଶକୁ ହେରଫେର କରିବାପାଇଁ ନିର୍ବାଚନ କମିସନ୍, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) , ସିବିଆଇ ଏବଂ ଅନ୍ୟ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ବ୍ୟବହାର କରିଛନ୍ତି। ଅଭିଷେକ କହିଛନ୍ତି, ସମ୍ବିଧାନ ଅନୁଯାୟୀ ବିଦ୍ରୋହୀ ସାଂସଦମାନେ ଭୁଲ୍।