---Advertisement---

କର୍ଣ୍ଣାଟକରେ କ୍ରସ୍‌ ଭୋଟିଂ ନେଇ ବିଜେପି ହାଇ କମାଣ୍ଡ ଅସନ୍ତୁଷ୍ଟ ୩ ବରିଷ୍ଠ ନେତାଙ୍କୁ ଦିଲ୍ଲୀ ସମନ୍‌ କରାଗଲା

June 19, 2026 8:19 PM

କର୍ଣ୍ଣାଟକରେ କ୍ରସ୍‌ ଭୋଟିଂ ନେଇ ବିଜେପି ହାଇ କମାଣ୍ଡ ଅସନ୍ତୁଷ୍ଟ ୩ ବରିଷ୍ଠ ନେତାଙ୍କୁ ଦିଲ୍ଲୀ ସମନ୍‌ କରାଗଲା

ବେଙ୍ଗାଲୁରୁ  : କର୍ଣ୍ଣାଟକରେ ଗତକାଲି ୭ ଏମଏଲସି ଆସନରେ ଭୋଟ୍‌ ଗ୍ରହଣ ହୋଇଥିଲା। ଏଥିରୁ ୫ଟି ଆସନରେ କଂଗ୍ରେସ ଜିତିଥିବାବେଳେ ବାକି ୨ଟି ଆସନରେ ବିଜେପି ଜିତିଥିଲା। କିନ୍ତୁ କଂଗ୍ରେସର ସଂଖ୍ୟା ଦୃଷ୍ଟିରୁ ଏହା କେବଳ ୪ଟି ଆସନରେ ସହଜରେ ଜିତି ପାରିଥାନ୍ତା । ଏହା ଅଧିକ ଗୋଟିଏ ଆସନରେ ଜିତିବା ସୂଚାଇ ଦେଇଛି ଯେ ବି‌ଜେପି ନେତା କ୍ରସ୍‌ ଭୋଟିଂ କରିଛନ୍ତି। ଏହି ଘଟଣାରେ ବିଜେପି କେନ୍ଦ୍ରୀୟ ନେତୃବୃନ୍ଦ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଦଳର ଜାତୀୟ ସଭାପତି ନୀତିନ ନବୀନ ଉକ୍ତ ଘଟଣାକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ଏହି ଘଟଣା ପାଇଁ କର୍ଣ୍ଣାଟକ ବିଜେପି ରାଜ୍ୟ ସଭାପତି ବି ୱାଇ ବିଜୟେନ୍ଦ୍ର ଏବଂ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଦିଲ୍ଲୀ ସମନ୍‌ କରାଯାଇଛି।

ଆହୁରି ପଢନ୍ତୁ: Delhi police:ବଡ଼ ଧରଣର ଶିଶୁ ଚୋରାଚାଲାଣ ରୢାକେଟ୍‌ର ପର୍ଦ୍ଦାଫାସ କଲା ଦିଲ୍ଲୀ ପୁଲିସ , ୧୩ ଗିରଫ ୫ ଶିଶୁ ଉଦ୍ଧାର

ମିଳିଥିବା ସୂଚନାନୁଯାୟୀ ନବୀନ କ୍ରସ୍‌ ଭୋଟିଂକୁ ଜୋରଦାର ବିରୋଧ କରିଛନ୍ତି। ସେ ଏହି ଘଟଣାରେ ସ୍ପଷ୍ଟୀକରଣ ଦେବାପାଇଁ ଏବଂ ଏକ ବୈଠକ କରିବାପାଇଁ ରାଜ୍ୟ ସଭାପତି ବି ୱାଇ ବିଜୟେନ୍ଦ୍ର, ବିରୋଧୀ ଦଳ ନେତା ଆର୍‌ ଅଶୋକ ଏବଂ ରାଜ୍ୟ ପ୍ରଭାରୀ ରାଧାମୋହଦ ଦାସ କୋକଙ୍କୁ ଆସନ୍ତା ଜୁନ୍‌ ୨୩ ତାରିଖରେ ଦିଲ୍ଲୀ ସମନ୍‌ କରିଛନ୍ତି। ଉଲ୍ଲେଖଯୋଗ୍ୟ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ନେତୃତ୍ବାଧୀନ ନୂଆ ସରକାରରେ ଏହା ହେଉଛି ପ୍ରଥମ ନିର୍ବାଚନ। ଗୁରୁବାର ୭ଟି ବିଧାନ ପରିଷଦ ଆସନରେ ହୋଇଥିବା ନିର୍ବାଚନରେ କଂଗ୍ରେସ ୫ଟି ଆସନରେ ଜିତିଥିବାବେଳେ, ବିଜେପି ମାତ୍ର ୨ଟି ଆସନରେ ଜିତିଛି। ଅନ୍ୟପକ୍ଷେ ବିଜେପିର ସହଯୋଗୀ ଜେଡିଏସ୍‌ ଖାତା ଖୋଲିପାରିନି। ନିର୍ବାଚନ ଫଳରୁ ଜଣାପଡ଼ିଛି ଯେ ବିଜେପି ଏବଂ ଜେଡିଏସ୍‌ ବିଧାୟକମାନେ କ୍ରସ୍‌ ଭୋଟିଂ କରିଛନ୍ତି।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment