---Advertisement---

ଜିତୁ ମୁଣ୍ଡା କଙ୍କାଳ ବୋହିବା ଘଟଣା

May 2, 2026 9:48 PM

ଜିତୁ ମୁଣ୍ଡା କଙ୍କାଳ ବୋହିବା ଘଟଣା

ଭୁବନେଶ୍ବର: କେନ୍ଦୁଝରର ଜିତୁ ମୁଣ୍ଡା ବ୍ୟାଙ୍କରୁ ଅର୍ଥ ପାଇବା ପାଇଁ ପ୍ରମାଣସ୍ବରୂପ ନିଜର ଭଉଣୀଙ୍କ କଙ୍କାଳ ବୋହିବା ଘଟଣାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ଘଟଣାରେ ହସ୍ତକ୍ଷେପ କରିବା ଲାଗି ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସେ ପତ୍ର ଲେଖିଛନ୍ତି।

ନବୀନ କହିଛନ୍ତି, ଗତମାସ ୨୭ତାରିଖରେ କେନ୍ଦୁଝରଜିଲ୍ଲା ମଲ୍ଲିପୋସି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏହା ରାଜ୍ୟବାସୀଙ୍କୁ ଆନ୍ଦୋଳିତ କରିଥିବା ବେଳେ ନ୍ୟୁୟର୍କ ପୋଷ୍ଟ ଓ ବିବିସି ଭଳି ଅନ୍ତର୍ଜାତୀୟ ମିଡିଆର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛି। ନିଜ ଅର୍ଥ ଉଠାଣ ପାଇଁ ଜିତୁ କଙ୍କାଳ ଖୋଳି ବ୍ୟାଙ୍କକୁ ଆଣିଥିଲେ।

ଜିତୁ ପୂର୍ବରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଗୁହାରୀ କରିଥିଲେ ବି ଆରବିଆଇ ନିର୍ଦ୍ଦେଶାବଳୀର ଉଲ୍ଲଂଘନ କରି କର୍ତ୍ତୃପକ୍ଷ ଅମାନବିକ କାର୍ଯ୍ୟ କରିଛନ୍ତି। ଗଣତନ୍ତ୍ରରେ ନାଗରିକଙ୍କୁ ସଶକ୍ତ କରିବା ପାଇଁ ନିୟମ ଅଛି, ଅପମାନ କରିବା ନୁହେଁ। ଏହି ଘଟଣାରେ ତୁରନ୍ତ ଉତ୍ତରଦାୟିତ୍ବ ଧାର୍ଯ୍ୟ କରାଯାଉ। ଯାହାକି ଗ୍ରାମାଞ୍ଚଳରେ ନାଗରିକକୈନ୍ଦ୍ରିକ ସେବା ପ୍ରଦାନରେ ବହୁମାତ୍ରାରେ ସହାୟକ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ କେନ୍ଦ୍ର ଅର୍ଥ ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: Naveen Patnaik: ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜେଡି କର୍ମୀ

ନବୀନଙ୍କ ପତ୍ର ଲେଖା ଘଟଣାକୁ ସମାଲୋଚନା କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଶ୍ରୀ ହରିଚନ୍ଦନ କହିଛନ୍ତି ଯେ କେବଳ ଚିଠି ଲେଖିବା ଓ ସାମାଜିକ ଗଣମାଧ୍ୟମରେ ଗାଳି ଦେବା ଛଡ଼ା ଆଉ କିଛି ବିଜେଡି ପାଖରେ ସମ୍ଭବ ନୁହେଁ। ଚିଠି ଲେଖିବା ଡ୍ରାମା ବନ୍ଦ କରନ୍ତୁ। ଦାନ ମାଝୀ ଘଟଣାରେ ନବୀନ ବାବୁ ମୁଖ୍ୟମନ୍ତ୍ରୀ ଥିଲେ ବୋଲି ବୋଧହୁଏ ଭୁଲି ଯାଇଛନ୍ତି। ପୂର୍ବ ଘଟଣାରେ ସଂପୂର୍ଣ୍ଣ ରୂପେ ରାଜ୍ୟ ସରକାରଙ୍କ ଭୂମିକା ଥିଲା। ଜିତୁ ମୁଣ୍ଡା ଘଟଣାରେ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି ଓ ସରକାର ଯାହା ପଦକ୍ଷେପ ନେବା କଥା ତାହା ପ୍ରକ୍ରିୟା ଆରମ୍ଭ କରିଛନ୍ତି।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment