
ନୂଆଦିଲ୍ଲୀ: ରାଜ୍ୟସଭା ରାଘବ ଚଢାଙ୍କ ସମେତ ସାତ ଜଣ ବିଦ୍ରୋହୀ ଆମ୍ ଆଦମୀ ପାର୍ଟି ସାଂସଦଙ୍କ ବିଜେପିରେ ଯୋଗଦାନକୁ ଅନୁମୋଦନ କରିଛନ୍ତି। ରାଜ୍ୟସଭା ସଚିବାଳୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ଆସିଛି। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ରାଜ୍ୟସଭା ଅଧ୍ୟକ୍ଷ ସି.ପି. ରାଧାକୃଷ୍ଣନ ଆମ୍ ଆଦମୀ ପାର୍ଟିର ସାତ ଜଣ ସାଂସଦଙ୍କ ବିଜେପିରେ ମିଶ୍ରଣକୁ ଗ୍ରହଣ କରିଛନ୍ତି। ବର୍ତ୍ତମାନ, ରାଘବ ଚଢା , ସନ୍ଦୀପ ପାଠକ, ଅଶୋକ ମିତ୍ତଲ, ହରଭଜନ ସିଂହ, ସ୍ୱାତୀ ମାଲିୱାଲ, ରାଜିନ୍ଦର ଗୁପ୍ତା ଏବଂ ବିକ୍ରମଜିତ ସିଂହ ସାହାନୀ ବିଜେପି ସଂସଦୀୟ ଦଳର ସଦସ୍ୟ।
ଆହୁରି ପଢ଼ନ୍ତୁ: ରେଙ୍ଗାଳି ବାମବନ୍ଧ କେନାଲ ଡିଭିଜନ କାର୍ଯ୍ୟାଳୟକୁ ଜଉମୁଦ ଦେଇ ଜବତ କଲେ କୋର୍ଟ
ଆମ୍ ଆଦମୀ ପାର୍ଟିର ବିଦ୍ରୋହୀ ସାଂସଦମାନଙ୍କୁ ପ୍ରଶଂସା କରି ରିଜିଜୁ କହିଛନ୍ତି, ମୁଁ ବହୁ ଦିନ ଧରି ଦେଖିଛି ଯେ, ଏହି ସାତ ଜଣ ସାଂସଦ କେବେ ଅପମାନଜନକ ଭାଷା ବ୍ୟବହାର କରିନାହାନ୍ତି, କିମ୍ବା ସେମାନେ କେବେ ଅନୁଶାସନହୀନତା କିମ୍ବା ଅଣସଂସଦୀୟ ଆଚରଣରେ ଲିପ୍ତ ହୋଇନାହାନ୍ତି। ଏହି ସାଂସଦମାନଙ୍କୁ ସ୍ୱାଗତ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଅଧୀନରେ ରାଷ୍ଟ୍ର ନିର୍ମାଣକାରୀ ଏନଡିଏକୁ ସ୍ୱାଗତ। ଟୁକୁଡ଼ା ଟୁକୁଡ଼ା ଇଣ୍ଡି ମେଣ୍ଟକୁ ବିଦାୟ।
ଆହୁରି ପଢ଼ନ୍ତୁ: ଆମର ଗଣିତ ଭିନ୍ନ,ଏକ ବଦଳରେ ଚାରି: ଟ୍ରମ୍ପଙ୍କୁ କଡ଼ା ଜବାବ୍ ଦେଲା ଇରାନ, ଉପସାଗରୀୟ ଦେଶଗୁଡିକରେ ଚାରିଗୁଣା ପ୍ରତିଶୋଧ ନେବାକୁ ଧମକ