---Advertisement---

କ୍ଷତିପୂରଣ ଦାବି କଲା ବିଜେଡି

April 21, 2026 9:48 PM

କ୍ଷତିପୂରଣ ଦାବି କଲା ବିଜେଡି

ନବରଙ୍ଗପୁର (ସୁରେଶ ନାଇଡୁ):ଜିଲ୍ଲା ମଙ୍ଗଳ ବିଭାଗ ଅଧିନରେ ଥିବା ଛାତ୍ରାବାସରେ ରହୁଥିବା ଅନ୍ତେବାସୀମାନେ ସୁରକ୍ଷିତ ନାହାନ୍ତି। ଉନ୍ନତ ଓ ପୃଷ୍ଠିକର ଖାଦ୍ୟ ଦିଆଯାଉନି। ଗତ ୧୫ଦିନ ମଧ୍ୟରେ ଜିଲ୍ଲାରେ ୩ଜଣ ଅନ୍ତେବାସୀ ଛାତ୍ରଙ୍କର ମୃତ୍ୟୁକୁ ନେଇ ଜିଲ୍ଲା ବିଜୁ ଜନତା ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। 

ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସରକାର, ବିଭାଗୀୟ ମନ୍ତ୍ରୀ, ଡିଡବ୍ଲୁଓ ଏବଂ ଜିଲ୍ଲାପାଳଙ୍କ ବିରୋଧରେ ବର୍ଷିଛି। ଗତକାଲି ଉମରକୋଟର ଭାମିନୀଏସଏସଡି ହାଇସ୍କୁଲକୁ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ବରେ ଜିଲ୍ଲାସଭାପତି ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଫ୍ୟାକ୍ଟ ପାଇଣ୍ଡିଂ ଟିମରେ ଯାଇଥିଲେ। ସେଠାରେ ଜଣେ ଅନ୍ତେବାସୀ ବିଦ୍ୟାଳୟ ମଧ୍ୟରେ ଆତ୍ମହତ୍ୟା କରିଥିବା ବେଳେ ଆଉ ଗୋଟିଏ ଅନ୍ତେବାସୀ ଘରକୁ ଯାଇ ଆତ୍ମହତ୍ୟା କରିଥିଲେ। 

ସେହିପରି ଅନ୍ବେଷା ହୋଷ୍ଟେଲର ଅନ୍ତେବାସୀ ଦଶମ ପଢ଼ୁଥିବା ଛାତ୍ରୀ ଜଣକ ବି ଚିକିତ୍ସାଧୀନ ଅବସ୍ଥାରେ ନବରଙ୍ଗପୁର ଡିଏଚଏଚରେ ମୃତ୍ୟୁ ବରଣ କରିଥିଲେ। ଏସବୁ ମୃତ୍ୟୁକୁ ନେଇ ଏମାନେ କ୍ଷୋଭ ପ୍ରକାଶକରିବା ସହ ତୁରନ୍ତ ପରିବାରବର୍ଗକୁ ୫୦ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଆଜି ଉଭୟ ଦାବି କରିଛନ୍ତି। ଭାମିନୀ ଛାତ୍ରବାସରେ ନିମ୍ନମାନର ଖାଦ୍ୟ ଦେଉଥିବାରୁ ପିଲା ମାନେ ଖାଦ୍ୟକୁ ନାଳରେ ପିଙ୍ଗୁଥିବା ଭିଡିଓ ଚିତ୍ର ଉତ୍ତୋଳନ କରି ଆଣିଥିବା କହିଛନ୍ତି ପୂର୍ବତନ ସାଂସଦ। 

ଆହୁରି ପଢ଼ନ୍ତୁ: Health: ନବରଂଗପୁର ଡିଏଚଏଚ୍‌ରେ ନାହିଁ ଜରୁରୀକାଳନୀ ପ୍ରସ୍ଥାନ ସ୍ଥାନ

ଅନ୍ବେଷା ହୋଷ୍ଟେଲରେ ୫୩୭ଜଣ ଥିବା ଦର୍ଶାଯାଇଥିଲା। ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଯାଂଚ ବେଳେ ୧୫୩ପୁଅ, ଓ ୧୬୦ ଝିଅ ଅଛନ୍ତି ଅଧିକା ‌୨୨୪ ପିଲା ଅଧିକା ଥିବା ଦର୍ଶାଯାଇଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ ଓ ବିଧାୟକ। ଉଭୟ ଘଟଣାର ବିଚାରବିଭାଗୀୟ ତଦନ୍ତ ସହ ବିଭାଗୀୟ ମନ୍ତ୍ରୀର ଇସ୍ତଫା ଦାବି କରିଥିଲେ। 

ଅଭିଯୋଗରେ ଯଥାର୍ଥତା ନାହିଁ  ବୋଲି କହିଛନ୍ତି ଅତିରିକ୍ତ ଅଧୀକ୍ଷକ କାଳୀକିଙ୍କର ପଟ୍ଟନାୟକ। କିଛି ପିଲା ପରୀକ୍ଷା ଦେବା ପାଇଁ ବାପୁଜୀ ପବ୍ଲିକ ସ୍କୁଲ, ସିଏମ୍ ଟ୍ରଫି ଖେଳିବାକୁ ଯାଇଥିଲେ। ଏହି ଦଳ ଆସିବା ସମୟରେ କିଛି ପିଲା ଗାଧେଇବାକୁ  ଯାଇଥିଲେ ବୋଲି କହିଛନ୍ତି ଶ୍ରୀ ପଟ୍ଟନାୟକ। 

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment