---Advertisement---

ସମ୍ବିଧାନ ସଂଶୋଧନ ବିଲ୍‌ ଫେଲ୍‌ ମାରିବା ଅର୍ଥ ବିଜେପିର ପତନ ଆରମ୍ଭ: ମମତା

April 18, 2026 10:06 PM

ସମ୍ବିଧାନ ସଂଶୋଧନ ବିଲ୍‌ ଫେଲ୍‌ ମାରିବା ଅର୍ଥ ବିଜେପିର ପତନ ଆରମ୍ଭ: ମମତା

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର ଜୋରଦାର ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ହାୱଡ଼ା ଓ ଦକ୍ଷିଣ ୨୪ ପରଗଣାରେ ଦୁଇଟି ନିର୍ବାଚନୀ ପ୍ରଚାର ରାଲିକୁ ସମ୍ବୋଧିତ କରି ବିଜେପି ଉପରେ ଜୋରଦାର ବର୍ଷିଛନ୍ତି। ଗତକାଲି ଲୋକସଭାରେ ସମ୍ବିଧାନ (୧୩୧ ତମ ସଂଶୋଧନ) ବିଲ୍‌ କାଟ୍‌ ଖାଇବା ପରେ ମମତା ଏହାକୁ ବିଜେପିର ପତନର ଆରମ୍ଭ ବୋଲି କହିଛନ୍ତି। ହାୱଡ଼ାର ଉଲୁବେରିଆ ଓ ଦକ୍ଷିଣ ୨୪ ପରଗଣାର ବାରୁଇପୁରରେ ନିର୍ବାଚନୀ ସଭାରେ ମମତା କହିଛନ୍ତି, ବିଜେପିର ସଂଖ୍ୟା ଗରିଷ୍ଠତା ନାହିଁ। ଏହା କେବଳ ଦୁଇଟି ସହଯୋଗୀ ଦଳଙ୍କ ସାହାରାରେ ଅଛି।

ମହିଳା ସଂରକ୍ଷଣ ବିଲ୍‌କୁ କାହିଁକି ସୀମା ପୁନଃ ନିର୍ଦ୍ଧାରଣ ସହିତ ଯୋଡ଼ା ଯାଇଥିଲା ବୋଲି ମମତା ପ୍ରଶ୍ନ କରିବା ସହିତ ଏହାଦ୍ବାରା କେନ୍ଦ୍ର ସରକାର ତାଙ୍କ ପ୍ରକୃତ ଉଦ୍ଦେଶ୍ୟ ଲୁଚେଇବାକୁ ଚାହୁଁଥିଲେ ବୋଲି କହିଛନ୍ତି। ମମତା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଲୋକସଭାରେ ପରାଜିତ ହୋଇଛନ୍ତି, ଏବେ ସେ ନିର୍ବାଚନୀ ମୈଦାନରେ ପରାଜିତ ହେବ। ପଶ୍ଚିମବଙ୍ଗରେ ଏହାର ଆରମ୍ଭ ହେବ ବୋଲି ଉଲୁବେରିଆରେ ସମର୍ଥକଙ୍କୁ ସମ୍ବୋଧିତ କରି ମମତା କହିଛନ୍ତି।ଅନ୍ୟପକ୍ଷରେ ଫରକ୍କାରେ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ଏକ ରୋଡସୋ’ କରି ବିଜେପି ଉପରେ ତୀବ୍ର ବର୍ଷିଛନ୍ତି। ବାନାର୍ଜୀ କହିଛନ୍ତି, ବିଜେପି କଂଗ୍ରେସ ପାର୍ଟିକୁ ଭାଙ୍ଗୁଥିବାବେଳେ ଟିଏମ୍‌ସି କିନ୍ତୁ ମୈଦାନରେ ବିଜେପିକୁ କଡ଼ା ଜବାବ ଦେଉଛି। ଟିଏମ୍‌ସି ବ୍ୟତୀତ ଅନ୍ୟ କୌଣସି ଦଳକୁ ଭୋଟ ଦେବା ବିଜେପିକୁ ଭୋଟ ଦେବା ପରି ହେବ ବୋଲି ବାନାର୍ଜୀ କହିଛନ୍ତି।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment