---Advertisement---

ନିର୍ବାଚନ ବର୍ଜନ କରିବାକୁ ବିରୋଧୀଙ୍କ ଘୋଷଣା

April 17, 2026 1:00 AM

ନିର୍ବାଚନ ବର୍ଜନ କରିବାକୁ ବିରୋଧୀଙ୍କ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସଂସଦୀୟ ପରମ୍ପରାକୁ ଦୁର୍ବଳ କରୁଥିବା ଅଭିଯୋଗ କରି ଗୁରୁବାର ରାଜ୍ୟସଭାରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ବର୍ଜନ କରିବାକୁ ବିରୋଧୀ ଘୋଷଣା କରିଛନ୍ତି। ଉଚ୍ଚ ସଦନରେ କଂଗ୍ରେସର ମୁଖ୍ୟ ସଚେତକ ଜୟରାମ ରମେଶ କହିଛନ୍ତି ଯେ, ମୋଦୀ ସରକାର ସାତ ବର୍ଷ ଧରି ଲୋକସଭାରେ ଉପବାଚସ୍ପତି ନିଯୁକ୍ତ କରି ନ ଥିବାରୁ ତା’ର ପ୍ରତିବାଦରେ ଏହି ପଦକ୍ଷେପକୁ ବିରୋଧ କରୁଛୁ। ସେ ଆହୁରି କହିଛନ୍ତି ଯେ ମନୋନୀତ ସଦସ୍ୟ ହରିବଂଶଙ୍କୁ ଏହି ପଦବୀ ପାଇଁ ଏନ୍‌ଡିଏ ପ୍ରାର୍ଥୀ କରାଯାଇଛି, ଯାହା ପୂର୍ବରୁ କେବେ ହୋଇ ନଥିଲା।

ଏକ୍ସରେ ଏକ ପୋଷ୍ଟରେ ରମେଶ ଲେଖିଛନ୍ତି ଯେ, ମୋଦୀ ସରକାର ସାତ ବର୍ଷ ଧରି ଲୋକସଭାରେ ଡେପୁଟି ସ୍ପିକର ନିଯୁକ୍ତ କରିନାହାନ୍ତି ଏବଂ ଏପ୍ରିଲ ୯ରେ ଜେଡିୟୁ ସାଂସଦ ହରିବଂଶଙ୍କ କାର୍ଯ୍ୟକାଳ ଶେଷ ହେବା ପରଠାରୁ ରାଜ୍ୟସଭାରେ ଉପାଧ୍ୟକ୍ଷ ପଦ ଖାଲି ପଡ଼ିଛି। ଗୋଟିଏ ଦିନ ପରେ ଭାରତର ରାଷ୍ଟ୍ରପତି ତାଙ୍କୁ ରାଜ୍ୟସଭା ସଦସ୍ୟ ଭାବରେ ମନୋନୀତ କରିଥିଲେ ଏବଂ ବର୍ତ୍ତମାନ ସେ ତୃତୀୟ ଥର ପାଇଁ ଏନ୍‌ଡିଏର ଉପାଧ୍ୟକ୍ଷ ପ୍ରାର୍ଥୀ ହୋଇଛନ୍ତି।

ରାଜ୍ୟସଭାକୁ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହୋଇଥିବା ବ୍ୟକ୍ତିଙ୍କୁ ଏହାର ଉପାଧ୍ୟକ୍ଷ ପଦ ପାଇଁ ପୂର୍ବରୁ କେବେ ବିଚାର କରାଯାଇ ନାହିଁ ବୋଲି ରମେଶ କହିଛନ୍ତି। କଂଗ୍ରେସ ନେତା ଆହୁରି କହିଛନ୍ତି ଯେ ଏହି ପ୍ରସଙ୍ଗରେ ବିରୋଧୀଙ୍କ ସହ ସରକାର କୌଣସି ପରାମର୍ଶ କରିନାହାନ୍ତି। ସେ କହିଛନ୍ତି, ଏହି ତିନୋଟି କାରଣ ପାଇଁ ଏବଂ ପ୍ରତିବାଦସ୍ବରୂପ ଆମେ ଉପାଧ୍ୟକ୍ଷ ନିର୍ବାଚନକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛୁ। କିନ୍ତୁ ବିଦ୍ୱାନ ହରିବଂଶଙ୍କ ପ୍ରତି ଏହା କୌଣସି ଅସମ୍ମାନ ପ୍ରଦର୍ଶନ ନୁହେଁ। ବିରୋଧୀ ଦୁଃଖର ସହିତ ଶୁକ୍ରବାର ହେବାକୁ ଥିବା ଉପାଧ୍ୟକ୍ଷ ନିର୍ବାଚନକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ‌ବୋଲି ରମେଶ କହିଛନ୍ତି।

ଆହୁରି ପଢ଼ନ୍ତୁ: Odisha Janata Congress Office ଓଡ଼ିଶା ଜନତା କଂଗ୍ରେସର ରାଜ୍ୟ କାର୍ଯ୍ୟାଳୟ ଉଦ୍‌ଘାଟିତ

କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟସଭାରେ ଗୃହ ନେତା ଜେପି ନଡ୍ଡା ହରିବଂଶଙ୍କୁ ଉପାଧ୍ୟକ୍ଷ ଭାବରେ ପୁନଃ ନିର୍ବାଚିତ କରିବା ନେଇ ବିଭିନ୍ନ ଦଳର ନେତାଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ତେବେ କଂଗ୍ରେସ, ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଓ ବାମପନ୍ଥୀ ଦଳଗୁଡ଼ିକ ଏହି ନିର୍ବାଚନକୁ ବିରୋଧ କରୁଛନ୍ତି।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment