---Advertisement---

ସୋଫିଆଙ୍କୁ ମିଳିପାରେ ନୂଆ ନେତୃତ୍ବ

April 15, 2026 5:28 PM

ସୋଫିଆଙ୍କୁ ମିଳିପାରେ ନୂଆ ନେତୃତ୍ବ

ଭୁବନେଶ୍ବର: ଓଡ଼ିଶାରେ ବିଧିବଦ୍ଧ ଭାବେ ଓଡ଼ିଶା ଜନତା କଂଗ୍ରେସ ଦଳ ଗଠନ ହୋଇଛି। ଓଡ଼ିଶା ଜନତା କଂଗ୍ରେସର ପ୍ରତିଷ୍ଠାତା ମହମ୍ମଦ ମୋକିମ ବୁଧବାର ଏହା କହିଛନ୍ତି। ଓଡ଼ିଆଙ୍କ ହକ ପାଇଁ ଓଡ଼ିଆ ଜନତା କଂଗ୍ରେସ ଲଢିବ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ‌ଶ୍ରୀ ମୋକିମ କହିଛନ୍ତି ଯେ, ଓଡ଼ିଶା ଜନତା କଂଗ୍ରେସ ବିଜେପିର ବିକଳ୍ପ ହେବ। ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳ ଲଢିବ, ଯାହା ଉଭୟ ଶାସକ ଓ ବିରୋଧୀ ଦଳରେ କମ୍ପନ ସୃଷ୍ଟି କରିଛି।

WhatsApp Image 2026-04-15 at 17.24.43

ମୋକିମ କହିଛନ୍ତି, ବିଗତ ସରକାରରେ ଓଡ଼ିଶାରେ ତାମିଲନାଡୁ କଣ୍ଟ୍ରାକ୍ଟର, ବାହାର ରାଜ୍ୟର ପୁଞ୍ଜିପତି, ଓଡ଼ିଶାକୁ ଶୋଷଣ କରୁଥିଲେ। ସେ ସରକାର ଏବଂ ବର୍ତ୍ତମାନର ସରକାର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ସରକାର ପରିବର୍ତ୍ତନ ହୋଇଛି ସତ। କିନ୍ତୁ ଢାଞ୍ଚାରେ ପରିବର୍ତ୍ତନ ହୋଇ ନାହିଁ। ତାମିଲନାଡୁ ପରେ ଏବେ ଗୁଜୁରାଟ ଢାଞ୍ଚା ଆସିଛି। 

WhatsApp Image 2026-04-15 at 17.24.47

କଂଗ୍ରେସକୁ ଟାର୍ଗେଟ କରି ମୋକିମ କହିଛନ୍ତି, ବିଜେଡିର ବି ଟିମ୍ ଭାବେ କାମ କରୁଛି। ମୋ ବିଚାରଧାରାକୁ ନେଇ କଂଗ୍ରେସ ଗଣ୍ଡି ଭିତରେ କାମ କରିପାରିଲି ନାହିଁ। ଏବେ ନୂଆ ଦଳ ହୋଇଛି। ଯୁବବର୍ଗଙ୍କୁ ନେତୃତ୍ବ ଦେବାକୁ ବାଟ ଫିଟିଛି। 

ଆହୁରି ପଢ଼ନ୍ତୁ: BJP: ବିଜେପିର ପ୍ରତିଶ୍ରୁତି: ମହିଳାଙ୍କୁ ମାସକୁ ୨ ହଜାର ଟଙ୍କା-୩ ମାଗଣା ସିଲିଣ୍ଡର
 
ମହମ୍ମଦ ମୋକିମଙ୍କ ନୂଆ ଦଳ ଗଠନ ସଭାରେ ଝିଅ ସୋଫିଆ ଫିର୍ଦ୍ଦୋସ ଯୋଗ ଦେଇଛନ୍ତି। ରାଜ୍ୟସଭାରେ କ୍ରସ ଭୋଟିଂ କରି କଂଗ୍ରେସରୁ ନିଲମ୍ବିତ ବିଧାୟିକା ସୋଫିଆ ଫିର୍ଦ୍ଦୋସଙ୍କ ଏହି ସଭାରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ମହମ୍ମଦ ମୋକିମ କହିଛନ୍ତି, ଆଗକୁ ଓଡ଼ିଶା ଜନତା କଂଗ୍ରେସର ନେତୃତ୍ବ ନେବେ ସୋଫିଆ।

ସୋଫିଆ କହିଛନ୍ତି, ଅନେକ ସଭାରେ ଭିନ୍ନଭିନ୍ନ ଦଳର ନେତା ଏକାଠି ହେଉଛନ୍ତି। ଖୋଦ ପିସିସି ସଭାପତି ମଧ୍ୟ ବିଜେପି ସଭାପତି ଓ ବିଜେଡି ରାଜ୍ୟସଭା ସାଂସଦଙ୍କ ସହ ମଞ୍ଚ ସେୟାର କରୁଛନ୍ତି। ତେଣୁ କୌଣସି ସଭାରେ ସାମିଲ ହେଲେ ଅସୁବିଧା କଣ? ବାପା ନୂଆ ଦଳ ଗଠନ କରୁଛନ୍ତି, ଝିଅ ହିସାବରେ ଆସିବାରେ ଅସୁବିଧା କାହିଁକି ହେବ। ସମୟ ଆସିଲେ ଭବିଷ୍ୟତ ନିଷ୍ପତ୍ତି ନେବି। 

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment