
କୋଲକାତା: ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ବିଜେପି ଲାଞ୍ଚ ଦେଉଛି ବୋଲି ରବିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି। ପୂର୍ବ ବର୍ଦ୍ଧମାନ ଜିଲ୍ଲାର ଖଣ୍ଡଘୋଷରେ ଏକ ରାଲିକୁ ସମ୍ବୋଧିତ କରି ମମତା ଦାବି କରିଛନ୍ତି ଯେ, ଯଦି ରାଜ୍ୟରେ ବିଜେପି କ୍ଷମତାକୁ ଆସେ ତେବେପଶ୍ଚିମବଙ୍ଗର ଲୋକଙ୍କଠାରୁ ସବୁକିଛି ଛଡ଼ାଇ ନେବ। ବିହାର ନିର୍ବାଚନରେ ଏହା ଦେଖିବାକୁ ମିଳିଥିଲା ବୋଲି ମମତା ବାନାର୍ଜୀ କହିଛନ୍ତି।
ଟିଏମ୍ସି ମୁଖ୍ୟ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ନିର୍ବାଚନ ଜିତିବା ପାଇଁ ବିଜେପି ମତଦାନ ପ୍ରକ୍ରିୟାରେ ହେରଫେର କରିବାକୁ ଚେଷ୍ଟା କରିବ ଏବଂ ଲୋକଙ୍କୁ ସତର୍କ ରହିବାକୁ ତଥା ଭୋଟିଂ ମେସିନ୍ ଉପରେ ନଜର ରଖିବାକୁ ଅନୁରୋଧ କରିଛନ୍ତି।
ଆହୁରି ପଢ଼ନ୍ତୁ: Election: ଭବାନୀପୁରରେ ପ୍ରାର୍ଥିପତ୍ର ଦାଖଲ କଲେ ମମତା ବାନାର୍ଜୀ
୨୦୨୬ରେ କେନ୍ଦ୍ରର ବିଜେପି ସରକାର ଭାଙ୍ଗିଯିବ ବୋଲି ସେ ପୂର୍ବାନୁମାନ କରି କହିଛନ୍ତି, ଏସ୍ଆଇଆର୍ ହେଉଛି ସାମ୍ପ୍ରତିକ ସମୟରେ ଦେଶ ଦେଖିଥିବା ସବୁଠାରୁ ବଡ ଦୁର୍ନୀତି। ସେ କହିଛନ୍ତି, ଦୁନିଆର ସମସ୍ତେ ଜାଣନ୍ତି ଯେ, ୨୦୨୬ରେ ଆପଣଙ୍କ ସରକାର ଭାଙ୍ଗିବ। ଏହା ପରେ ଆମେ ଆପଣଙ୍କ ସରକାର ଆଣିଥିବା ସମସ୍ତ ଲୋକ ବିରୋଧୀ ଆଇନକୁ ରଦ୍ଦ କରିଦେବୁ ବୋଲି ମମତା କହିଛନ୍ତି।