---Advertisement---

ବିଶାଳ ଜନସମାଗମ ମଧ୍ୟରେ ଘରୁ ଚାଲିଚାଲି ଗଲେ

April 8, 2026 8:10 PM

ବିଶାଳ ଜନସମାଗମ ମଧ୍ୟରେ ଘରୁ ଚାଲିଚାଲି ଗଲେ

କୋଲକାତା: ପଶ୍ଚିମବଙ୍କ ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଭବାନୀପୁର ନିର୍ବାଚନମଣ୍ଡଳୀରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମମତା ଆଜି ତାଙ୍କ କାଳିଘାଟ ବାସଭବନରୁ ଏକ ପଦଯାତ୍ରା କରି ପ୍ରାର୍ଥିପତ୍ର ଦାଖଲ ପାଇଁ ବାହାରିଥିଲେ। ଆଲିପୁର ସର୍ଭେ ବିଲ୍ଡିଂ ପର୍ଯ୍ୟନ୍ତ ପ୍ରାୟ ୮୦୦ ମିଟର ବାଟ ଚାଲିଚାଲି ଯିବା ସମୟରେ ମମତା ଯୋଡ଼ ହସ୍ତରେ ଏବଂ ସ୍ମିତହାସ୍ୟ ସହ ରାସ୍ତାର ଦୁଇ ପାର୍ଶ୍ବରେ ଠିଆ ହୋଇଥିବା ଦଳୀୟ କର୍ମୀ ଏବଂ ଲୋକମାନଙ୍କୁ ଶୁ‌ଭେଚ୍ଛା ଜଣାଇଥିଲେ। ସବୁଦିନ ପରି ମମତା ଆଜି ସାଦାସିଧା ପୋଷାକ ପରିଧାନ କରିଥିଲେ।

ପଦଯାତ୍ରା ସମୟରେ ଟିଏମ୍‌ସି ସମର୍ଥକମାନେ ‘ମମତା ବାନାର୍ଜୀ ଜିନ୍ଦାବାଦ’ ଏବଂ ‘ଟିଏମ୍‌ସି ଜିନ୍ଦାବାଦ’ ସ୍ଲୋଗାନ ଦେଇ ଏହି ଶୋଭାଯାତ୍ରାକୁ ଏକ ରାଜନୈତିକ ଶକ୍ତି ପ୍ରଦର୍ଶନରେ ପରିଣତ କରିଥିଲେ। ମମତା ପ୍ରାର୍ଥିପତ୍ର ଦାଖଲ କରିବା ପରେ କହିଛନ୍ତି, ‘ ମୁଁ ଭବାନୀପୁରରେ ଜନ୍ମ ହୋଇଛି ଏବଂ ବଢ଼ିଛି। ଏଠାରେ ମୁଁ ବର୍ଷର ୩୬୫ ଦିନ ରହୁଛି। ମୋ ଜୀବନ, ମୋ କାମ, ମୋର ଗତିବିଧି ସବୁକିଛି ଭବାନୀପୁରରେ। ମୋ ଜୀବନରେ ସବୁକିଛି ଏହିଠାରୁ ଆରମ୍ଭ ହୋଇଛି।

ମୁଁ ଭବାନୀପୁରର ଲୋକମାନଙ୍କୁ ସାଲ୍ୟୁଟ ମାରୁଛି ଏବଂ ଧନ୍ୟବାଦ ଜଣାଉଛି। ମମତା କହିଛନ୍ତି, କେବଳ ଭବାନୀପୁରରେ ନୁହେଁ ସମସ୍ତ ୨୯୪ ଆସନରେ ଟିଏମ୍‌ସିର ବିଜୟ ସୁନିଶ୍ଚିତ କରିବାପାଇଁ ମୁଁ ଲୋକମାନଙ୍କୁ ଅନୁରୋଧ କରୁଛି। ଆମେ ଏକ ବଡ଼ ଜନାଦେଶ ସହ ଜିତିବୁ ବୋଲି ମମତା ଦୃଢ଼ୋକ୍ତି ବାଢ଼ିଛନ୍ତି। ଅନ୍ୟପକ୍ଷେ ଏସ୍‌ଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ପ୍ରକ୍ରିୟାରୁ ଅନେକ ନାଁ କଟିବା ତାଙ୍କୁ ଖୁବ୍‌ କଷ୍ଟ ଦେଇଥିବା ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: Police Pension court ପୁଲିସ ବିଭାଗ ପକ୍ଷରୁ ପେନ୍‌ସନ ଅଦାଲତ ଅନୁଷ୍ଠିତ

ଉଲ୍ଲେଖଯୋଗ୍ୟ ଯେ ମମତା ଚଳିତ ନିର୍ବାଚନ‌ରେ ତାଙ୍କ ରାଜନୈତିକ କ୍ୟାରିୟରର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସାମ୍ନା କରୁଛନ୍ତି। ଭବାନୀପୁରରେ ଲଗାତାର ୩ ଥର ନିର୍ବାଚନ ଜିତିଥିବା ମମତାଙ୍କ ବିରୋଧରେ ଚଳିତ ଥର ବିଜେପିର ହେଭିୱେଟ୍‌ ଶୁଭେନ୍ଦୁ ଅଧିକାରୀ ନିର୍ବାଚନ ଲଢ଼ୁଛନ୍ତି। ଦିନେ ମମତାଙ୍କର ଜଣେ ଘନିଷ୍ଟ ସହଯୋଗୀ ଥିବା ଶୁଭେନ୍ଦୁ ଆଜି ମମତାଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛନ୍ତି।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment