---Advertisement---

‘ଘୃଣା ଭାଷଣ’ ଅଭିଯୋଗ

April 7, 2026 8:09 PM

‘ଘୃଣା ଭାଷଣ’ ଅଭିଯୋଗ

ଗୁଆହାଟୀ: ଆସାମରେ ଏକ ନିର୍ବାଚନ ରାଲିରେ ଘୃଣା ଭାଷଣ ଦେଇଥିବା ଅଭିଯୋଗରେ ବିଜେପି ମଙ୍ଗଳବାର ଦିନ ଆସାମ ପୁଲିସ ଏବଂ ନିର୍ବାଚନ କମିସନ୍‌ଙ୍କ ନିକଟରେ ମଲ୍ଲିକାର୍ଜୁନ ଖଡ଼‌ଗେଙ୍କ ବିରୋଧରେ ଅଭିଯୋଗ ଦାଏର କରିଛି। ଦଳ ଅନୁଯାୟୀ ଖଡ଼ଗେ ଏକ ନିର୍ବାଚନ ରାଲିରେ ଦେଇଥିବା ଟିପ୍ପଣୀ ହିନ୍ଦୁ ବିଶ୍ବାସ ଏବଂ ସାମାଜିକ ସଦ୍‌ଭାବନା ପାଇଁ ଏକ ବିପଦ। 

ଆସାମ ବିଜେପି ମୁଖପାତ୍ର ପ୍ରଞ୍ଜଲ କଲିତା ଏକ ବିବୃତି ଜାରି କରି କହିଛନ୍ତି ଯେ କଂଗ୍ରେସ ନେତାମାନେ ଲଗାତାର ଭାବେ ସମ୍ବିଧାନକୁ ସମ୍ମାନ ଦେଉଥିବା କହୁଛନ୍ତି।କିନ୍ତୁ ସେମାନଙ୍କ କାର୍ଯ୍ୟକଳାପ ସବୁ ସାମ୍ବିଧାନିକ ସ୍ବାଧୀନତାର ବିରୁଦ୍ଧାଚରଣ କରିଛି ଏବଂ ସବୁ ଧର୍ମ ପ୍ରତି ସମ୍ମାନ ନାହିଁ। ସେ କହିଛନ୍ତି, ଖଡ଼ଗେଙ୍କ ବିରୋଧରେ ଗୁଆହାଟି ବଷିଷ୍ଠ ଥାନାରେ ଏକ ଅଭିଯୋଗ ଦାଏର କରାଯାଇଥିବାବେଳେ ନିର୍ବାଚନ କମିସନ୍‌ଙ୍କ ନିକଟରେ ଅନ୍ୟ ଏକ ଅଭିଯୋଗ କରାଯାଇଛି।

ଆହୁରି ପଢ଼ନ୍ତୁ: Baramati bypoll ବାରାମତି ଉପନିର୍ବାଚନ: ନିର୍ଦ୍ବନ୍ଦ୍ବରେ ଜିତିବାକୁ କଂଗ୍ରେସ ସମର୍ଥନ ଲୋଡ଼ିଲେ ସୁନେତ୍ରା

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment