---Advertisement---

ଟିଭିଏସ୍‌ ପରିବାରରେ କ୍ଷମତା ଲଢ଼େଇ!

April 2, 2026 5:15 PM

ଟିଭିଏସ୍‌ ପରିବାରରେ କ୍ଷମତା ଲଢ଼େଇ!

ଚେନ୍ନାଇ: ଦେଶର ଅନ୍ୟତମ ପରିଚିତ ଦୁଇଚକିଆ ଓ ତିନିଚକିଆ ଗାଡ଼ି ନିର୍ମାତା ଟିଭିଏସ୍‌ ମୋଟର କମ୍ପାନିକୁ ପରିଚାଳନା କରୁଥିବା ଶ୍ରୀନିବାସନ ପରିବାର ମତଭେଦ ସାର୍ବଜନୀନ ହୋଇଛି। ବାପା ବେଣୁ ଶ୍ରୀନିବାସନ ଓ ଝିଅ ଲକ୍ଷ୍ମୀ ବେଣୁଙ୍କ ଭିତରେ ସବୁ କିଛି ଠିକ୍‌ ନାହିଁ। ଉଭୟଙ୍କ ସମ୍ପର୍କରେ ଥିବା ଫାଟ ଏବେ ସ୍ପଷ୍ଟ ଭାବେ ଦେଖାଯାଉଛି। ବାପ ଓ ଝିଅଙ୍କ ମଧ୍ୟରେ କ୍ଷମତାକୁ ନେଇ ଲଢ଼େଇ ଚାଲିଛି। କିଛି ଦିନ ଭିତରେ ଘଟିଥିବା କିଛି ଘଟଣାରୁ ଏଭଳି କିଛି ସଙ୍କେତ ମିଳିଛି।

ଟିଭିଏସ୍‌ର ହୋଲ୍‌ଡିଂ କମ୍ପାନି ହେଉଛି ସୁନ୍ଦରମ୍‌ କ୍ଲେଟନ୍‌। ତାହା ଶ୍ରୀନିବାସନ ପରିବାର ଦ୍ବାରା ପରିଚାଳିତ ହେଉଛି। ଗତ ତିନି ଦିନ ଭିତରେ କମ୍ପାନିର ଦୁଇ ଦୁଇ ଥର ବୋର୍ଡ ବୈଠକ ହୋଇଛି। ପ୍ରଥମ ବୈଠକରେ କମ୍ପାନି ସେକ୍ରେଟାରି ପି ଡି ଦେବଙ୍କ ଇସ୍ତଫା ମଞ୍ଜୁର କରାଯାଇଥିଲା। କିନ୍ତୁ ତା’ପରେ ହଠାତ୍‌ ଗତ ସୋମବାର ଆଉ ଏକ ଜରୁରୀକାଳୀନ ବୋର୍ଡ ବୈଠକ ଡକାଯାଇ ଉକ୍ତ ଇସ୍ତଫାକୁ ପ୍ରତ୍ୟାହାର କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ ଝିଅ ଲକ୍ଷ୍ମୀ ଯିଏ କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ବରେ ଅଛନ୍ତି, ତାଙ୍କ ଇଙ୍ଗିତରେ ଇସ୍ତଫା ମଞ୍ଜୁର ହୋଇଥିଲା। କିନ୍ତୁ ବାପା ବେଣୁଙ୍କ ହସ୍ତକ୍ଷେପ ପରେ ନିଷ୍ପତ୍ତି ବଦଳିଯାଇଥିଲା। କେବଳ ସେତିକିରେ ଏହି ଘଟଣା ଶେଷ ହୋଇନଥିଲା। କମ୍ପାନିର ଅଧ୍ୟକ୍ଷ ପଦରୁ ଆର୍‌ ଗୋପାଳନ ଇସ୍ତଫା ଦେଇଥିଲେ। ତାଙ୍କ ସ୍ଥାନରେ ବେଣୁ ଶ୍ରୀନିବାସନଙ୍କୁ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା। ଗୋପଳନ ଇସ୍ତଫା ଦେବା ପରେ ମଧ୍ୟ ସ୍ବାଧୀନ ନିର୍ଦ୍ଦେଶକ ହୋଇରହିଛନ୍ତି। ଶ୍ରୀନିବାସନ ପରିବାରରେ ବାପା ବେଣୁ ଶ୍ରୀନିବାସନ ଓ ପୁଅ ସୁଦର୍ଶନ ବେଣୁ ଗୋଟିଏ ପାର୍ଶ୍ବର ଓ ମାଆ ମଲ୍ଲିକା ଶ୍ରୀନିବାସନ ଓ ଝିଅ ଲକ୍ଷ୍ମୀ ଶ୍ରୀନିବାସନ ଅନ୍ୟ ପାର୍ଶ୍ବରେ ରହିଛନ୍ତି। ପୁଅ ସୁଦର୍ଶନ ଏବେ ଟିଭିଏସ୍‌ କମ୍ପାନିର ଦେଖାଶୁଣା କରୁଛନ୍ତି।

ଆହୁରି ପଢ଼ନ୍ତୁ: Internet: ସରକାରୀ ନିର୍ଦ୍ଦେଶ ମାନିବାକୁ ବାଧ୍ୟହେବେ ଇଣ୍ଟରନେଟ୍‌ କମ୍ପାନି

ସୁନ୍ଦରମ କ୍ଲେଟନରେ ଦେଖାଦେଇଥିବା ମତଭେଦ ବିଷୟରେ ଜଣାପଡ଼ିବା ପରେ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ସ୍ଥିତିର ଅନୁଧ୍ୟାନ କରିଛି। କର୍ପୋରେଟ୍‌ ଶାସନ ନିୟମକୁ ଠିକ୍‌ ଭାବେ ପାଳନ କରାଯାଉଛି ନା ନାହିଁ, ତାହାର ତଦନ୍ତ ସେବି ଆରମ୍ଭ କରିଛି। କମ୍ପାନିରେ ଘଟୁଥିବା ଘଟଣା ଉପରେ ସେବି କଡ଼ା ନଜର ରଖିଛି।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment