---Advertisement---

ବଡ଼ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ

April 2, 2026 6:37 PM

ବଡ଼ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ

ଆସାମ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଦେଶର ‘ସବୁଠାରୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ’ ଭାବେ ଅଭିହିତ କରିବା ସହ ରାଜ୍ୟରେ ଏକ “ଲ୍ୟାଣ୍ଡ ଏଟିଏମ୍” ଚାଲିଥିବା ନେଇ ଗୁରୁତର ଅଭିଯୋଗ କରିଛନ୍ତି। ଗୁରୁବାର ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହାୟତାରେ ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କ ଜମି ଛଡ଼ାଇ ନେଇ ବଡ଼ କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ଟେକି ଦେଉଛନ୍ତି। ଏହା ସହିତ ସ୍ୱର୍ଗତ ଲୋକପ୍ରିୟ ଗାୟକ ଜୁବିନ୍ ଗର୍ଗଙ୍କୁ ଆସାମର ଗର୍ବ ଭାବେ ବର୍ଣ୍ଣନା କରିବା ସହ କଂଗ୍ରେସ କ୍ଷମତାକୁ ଆସିବାର ୧୦୦ ଦିନ ମଧ୍ୟରେ ତାଙ୍କ ମୃତ୍ୟୁ ଘଟଣାରେ ନ୍ୟାୟ ପ୍ରଦାନ କରିବ ବୋଲି ରାହୁଲ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ବୋକାଜାନରେ ଦଳୀୟ ପ୍ରାର୍ଥୀ ରତନ ଏଙ୍ଗତିଙ୍କ ସମର୍ଥନରେ ଆୟୋଜିତ ଏହି ସଭାରେ ରାହୁଲ ମୁଖ୍ୟମନ୍ତ୍ରୀ ଓ ତାଙ୍କ ପରିବାର ବିରୋଧରେ ଦୁର୍ନୀତିର ବଡ଼ ଅଭିଯୋଗ ଆଣିବା ସହ କଂଗ୍ରେସ ଶାସନକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ବିଜେପି ଦିଲ୍ଲୀରୁ ଆସାମକୁ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ବେଳେ କଂଗ୍ରେସ ସ୍ଥାନୀୟ ଲୋକଙ୍କୁ କ୍ଷମତା ହସ୍ତାନ୍ତର କରିବା ସହ ଆଦିବାସୀଙ୍କ ଅଧିକାର ସୁରକ୍ଷିତ ରଖିବା ପାଇଁ ସମ୍ବିଧାନର ଅନୁଚ୍ଛେଦ ୨୪୪(ଏ) ର ପୂର୍ଣ୍ଣ ରୂପାୟନ କରିବ।

ଆହୁରି ପଢ଼ନ୍ତୁ: Cuttack politics: କଟକ ରାଜନୀତିରେ ହଲଚଲ: କଂଗ୍ରେସକୁ ମୋକିମ୍‌ ଧକ୍କା, ବିଜେଡିକୁ ପ୍ରଭାତ

ରାହୁଲ ଗାନ୍ଧୀ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିକୁ ମଧ୍ୟ ସମାଲୋଚନା କରିଛନ୍ତି, ଯାହା ଦ୍ୱାରା ଦେଶର କୃଷି ଓ କ୍ଷୁଦ୍ର ଶିଳ୍ପ କ୍ଷତିଗ୍ରସ୍ତ ହେବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି। ନିର୍ବାଚନ ପାଇଁ ଦଳର “ପାଞ୍ଚଟି ଗ୍ୟାରେଣ୍ଟି” ସମ୍ପର୍କରେ ସୂଚନା ଦେଇ ସେ ମହିଳାଙ୍କୁ ଆର୍ଥିକ ସହାୟତା, ୨୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଓ ସ୍ଥାନୀୟ ଲୋକଙ୍କୁ ଜମି ପଟ୍ଟା ପ୍ରଦାନ ଭଳି ପ୍ରତିଶ୍ରୁତି ଦୋହରାଇଛନ୍ତି। ଆସାମର ସାମଗ୍ରିକ ବିକାଶ ଓ ଜନସାଧାରଣଙ୍କ ସ୍ୱାର୍ଥ ରକ୍ଷା ହିଁ କଂଗ୍ରେସର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment