
ଭଦ୍ରକ (ହରିହର ନାୟକ): ଭଦ୍ରକରେ ବିଜେପି ନୂଆ ରଣନୀତି ଆରମ୍ଭ କରିଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳକୁ ସୁଦୃଢ଼ କରିବାକୁ ଯୋଜନା କରୁଛି। ରାଜ୍ୟରେ ବିଜେପି କ୍ଷମତାକୁ ଆସିବାର ଏହା ଭିତରେ ଦୁଇ ବର୍ଷ ବିତିଗଲାଣି। ଭଦ୍ରକରେ ଯେଉଁ ସବୁ ପ୍ରମୁଖ ପ୍ରସଙ୍ଗକୁ ନେଇ ବିଜେପି କ୍ଷମତାକୁ ଆସିଥିଲା, ସେସବୁ ଭିତରେ ମେଡ଼ିକାଲ କଲେଜ୍ ଓ ଭଦ୍ରକ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ପ୍ରସଙ୍ଗ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ଥିଲା।
ସେହିପରି ଧାମନଗର ଛକରେ ଥିବା ଚିନି କଳ ପ୍ରତିଷ୍ଠା ଜମି ଉପରେ ବୟନ ଶିଳ୍ପ ଓ ଫୁଡ୍ ପାର୍କ ପ୍ରତିଷ୍ଠା। ଏସବୁ ପ୍ରସଙ୍ଗରେ ନିର୍ବାଚନ ପୂର୍ବରୁ ବିଜେପି ପ୍ରତିଶ୍ରୁତି ଦେଉଥିଲା। ନିର୍ବାଚନ ପରେ ସରକାର ଏହି ପ୍ରସଙ୍ଗ ଉପରେ ଗୁରୁତ୍ଵ ଦେଇ ଭଦ୍ରକରେ ବିଶ୍ଵବିଦ୍ୟାଳୟ ଓ ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରିଛନ୍ତି। ସେହିପରି ବୟନ ଶିଳ୍ପ ପ୍ରତିଷ୍ଠା ପାଇଁ ମଧ୍ୟ ଜମି ଚିହ୍ନଟ ହୋଇ ରାସ୍ତା ଓ ପାଚେରୀ କାମ ଶେଷ ହୋଇଛି। କିନ୍ତୁ କେବେ ଜିଲ୍ଲାର ଏହି ୩ ପ୍ରମୁଖ ପ୍ରକଳ୍ପର ଶିଳାନ୍ୟାସ ଦିଆଯିବ ତାହା ଉପରେ ସମସ୍ତ ପ୍ରଶ୍ନ ଉଠାଇଚନ୍ତି।
ବିଜେପି ସରକାର ଏହି ତିନି ପ୍ରମୁଖ ପ୍ରସଙ୍ଗ କଥା କହି ପଞ୍ଚାୟତ ଓ ପୌର ନିର୍ବାଚନରେ ଭୋଟ ହାତେଇବାକୁ ଯୋଜନା କରୁଛି। କେବଳ ସେତିକି ନୁହେଁ, ତୃଣମୂଳ ସ୍ତରରୁ ସଙ୍ଗଠନକୁ ମଜବୁତ କରିବା ପାଇଁ କର୍ମୀମାନଙ୍କୁ ନେଇ ଛୋଟ ଛୋଟ ମିଶ୍ରଣ ପର୍ବ ଆରମ୍ଭ କରିଛନ୍ତି। ଗତ କିଛି ମାସ ପୂର୍ବରୁ ବିଜେଡି ଦଳ ଛାଡ଼ି ଅନେକ ନେତା ବିଜେପିରେ ମିଦିଯିବା ପରେ ଭଦ୍ରକ ଜିଲ୍ଲା ପୁରା ବିଜେପି ମୟ ହୋଇଯିବ ବୋଲି ସବୁଠି ଚର୍ଚ୍ଚା ଚାଲିଛି। ଅନ୍ୟପଟରେ ବିଜେପି କୁ କାଉଣ୍ଟର ଦେବା ପାଇଁ ବିରୋଧୀ ବିଜେଡି ଓ କଂଗ୍ରେସ ଦଳ ମଧ୍ୟ ତୃଣମୂଳ ରେ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଚଳିତ ବର୍ଷ ଧାନର ସହାୟକ ମୂଲ୍ୟ ବୃଦ୍ଧି ହେବା ପରେ ଅନେକ ଚାଷୀ ସରକାରୀ ମଣ୍ଡିରେ ଧାନ ବିକ୍ରି କରିବାକୁ ଚାହୁଁ ଥିବା ବେଳେ ସରକାର ଏଥିରେ ସଫଳ ହୋଇନାହାନ୍ତି। ଜିଲାରେ ଚାଷୀ ହତାଶ ହୋଇଛନ୍ତି। ଅପମାନିତ ହୋଇଛନ୍ତି। ଚାଷୀଙ୍କର ପୁଞ୍ଜିଭୂତ ରାଗ ବିଜେପି ଉପରେ ରହିଛି। ଏହାର ସୁଯୋଗ ନେବା ପାଇଁ ବିରୋଧୀ ବିଜେଡି ଓ କଂଗ୍ରେସ ଭଦ୍ରକ ଜିଲ୍ଲାରେ କୃଷକ ଆନ୍ଦୋଳନକୁ ଆୟୁଧ କରିଛନ୍ତି।
ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ ଠାରୁ ଆରମ୍ଭ କରି ରାସ୍ତା ରୋକ ପର୍ଯ୍ୟନ୍ତ ଆନ୍ଦୋଳନ ଚାଷୀଙ୍କୁ ନେଇ କରାଯଇଛି। ବିଜେପି ପରେ ପରେ
ବିଜେଡି-କଂଗ୍ରେସ ବି ତୃଣମୂଳ ସଙ୍ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି। ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଭଦ୍ରକ ଜିଲ୍ଲାରେ ୩ ପ୍ରମୁଖ ଦଳ ନିର୍ବାଚନ ପାଇଁ ସଜବାଜ ଆରମ୍ଭ କରୁଛନ୍ତି।
ଆହୁରି ପଢ଼ନ୍ତୁ: Road Blockade In Bhadark ଠାକୁରମଣ୍ଡପରେ ମଦମାଂସ ଖିଆକୁ ବିରୋଧ କରି ଭଦ୍ରକରେ ରାସ୍ତାରୋକ
ପ୍ରକାଶଥାଉ କି ଭଦ୍ରକ ଜିଲ୍ଲାର ୫ ବିଧାନସଭା ନିର୍ବାଚନମଣ୍ଡଳୀରୁ ୨ଟିରେ ବିଜେପି ବିଧାୟକ, ଗୋଟିଏରେ କଂଗ୍ରେସ ଏବଂ ଦୁଇଟି ଆସନରେ ବିଜେଡ଼ି ଦଳର ବିଧାୟକମାନେ ନିର୍ବାଚିତ ହୋଇଛନ୍ତି। ଭଦ୍ରକ ସାଂସଦ ପଦ ମଧ୍ୟ ବିଜେପି ହାତେଇଛି। ୨୪ ବର୍ଷ ଧରି ଶାସନରେ ଥିବା ବିଜେଡି ଦଳକୁ ଗତ ସାଧାରଣ ନିର୍ବାଚନରେ ବିଜେପି ଚେକ ଦେଇଛି। ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିକୁ ଏକ ଶିକ୍ଷା ଡରୁଛନ୍ତି ଭଦ୍ରକ ଜିଲ୍ଲାବାସୀ। ଲୋକଙ୍କ କାମ ନକଲେ ଲୋକ କାହାର ନୁହେଁ। ଲୋକେ ଯଦି କାହାର ନୁହେଁ। ଭଦ୍ରକର ବିଭିନ୍ନ ଦଳର ନେତା ମଧ୍ୟ କହିଲେଣି ଆମେ ମଧ୍ୟ କାହାର ନୁହେଁ। ଯିଏ ଦଳରେ ମିଶିବ ଆମ ଆଦର୍ଶରେ ଅନୁପ୍ରାଣିତ ହୋଇ କାମ କରିବ। ସେହିଭଳି ନେତାଙ୍କୁ ଓ କର୍ମୀଙ୍କୁ ଆମ ଦଳକୁ ଆଣି ମିଶାଇବାରେ ଆମର କୌଣସି ପ୍ରତିକ୍ରିୟା ନାହିଁ ବୋଲି ଅନେକ ସମୟରେ ରାଜ୍ୟ ବିଜେପିର ବରିଷ୍ଠ ନେତା ଦଳର ରାଜ୍ୟ ସଭାପତି, ରାଜ୍ୟ ସଭା ସାଂସଦ ମନମୋହନ ସାମଲ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ସେହିପରି ଧାମନଗର ନିର୍ବାଚନ ମଣ୍ଡଳୀର ବିଧାୟକ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ବିଭିନ୍ନ ସମୟରେ ଧାମନଗର ମିଶ୍ରଣ ପର୍ବ କରି ବିଜେପି ଦଳକୁ ତିହିଡି ଓ ଧାମନଗରରେ ସକ୍ରିୟ କରିବାରେ ଲାଗିପଡ଼ିଛନ୍ତି।