---Advertisement---

ଖରିଫ ଧାନ ସଂଗ୍ରହ ଅବଧି ବୃଦ୍ଧି

April 1, 2026 12:20 AM

ଖରିଫ ଧାନ ସଂଗ୍ରହ ଅବଧି ବୃଦ୍ଧି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ୱାରା ଖରିଫ ଧାନ ସଂଗ୍ରହ ପାଇଁ ୩୧ ମାର୍ଚ୍ଚ ଶେଷ ତାରିଖ ଥିବାବେଳେ, ଆଜି ସୁଦ୍ଧା ଆହୁରି ୧ ଲକ୍ଷ ୧୧ ହଜାର ଚାଷୀଙ୍କ ଠାରୁ ଧାନ ସଂଗ୍ରହ ହୋଇପାରି ନାହିଁ, ଯାହା ରାଜ୍ୟ ସରକାରଙ୍କ ବିଫଳତାକୁ ଦର୍ଶାଉଛି ବୋଲି ବିଜୁ ଜନତା ଦଳ କହିଛି। ଏହି ଚାଷୀମାନଙ୍କ ଠାରୁ ଧାନ ସଂଗ୍ରହ ପାଇଁ ଥିବା ଅବଧିକୁ ଅତି କମ୍ରେ ୧୫ ଦିନ ପାଇଁ ବୃଦ୍ଧି କରନ୍ତୁ ଓ ରବି ଧାନ ପାଇଁ ପଞ୍ଜିକରଣ ଅବଧିକୁ ୧ ମାସ ବୃଦ୍ଧି କରନ୍ତୁ ବୋଲି ବିଜେଡି ଦାବି କରିଛି। ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା ଓ ପୂର୍ବତନ ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ଚଳିତ ବର୍ଷ ଧାନ ସଂଗ୍ରହ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।  

ସଞ୍ଜୟ ଦାସବର୍ମା କହିଥିଲେ, ସରକାର କେବଳ ନିଜ ପିଠି ନିଜେ ଥାପୁଡ଼େଇବାରେ ବ୍ୟସ୍ତ ଅଛନ୍ତି। କିନ୍ତୁ ବିଧାନସଭାରେ ସ୍ୱୀକାର କଲେ ଯେ, ରାଜ୍ୟରେ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଥିବା ଚାଷୀଙ୍କ ଭିତରୁ ଧାନ ବିକ୍ରି ପାଇଁ ଶେଷ ତାରିଖ ଅର୍ଥାତ ୩୧ ମାର୍ଚ୍ଚ ସୁଦ୍ଧା ୧ ଲକ୍ଷ ୧୧ ହଜାର ଚାଷୀ ଧାନ ବିକ୍ରି କରିବା ପାଇଁ ସମର୍ଥ ହୋଇପାରି ନାହାନ୍ତି। ରାଜ୍ୟର ଅଧିକାଂଶ ଜିଲ୍ଲାରେ ଧାନ ସଂଗ୍ରହରେ ଅବ୍ୟବସ୍ଥା ଦେଖିବାକୁ ମିଳୁଥିବା ବେଳେ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଉଛନ୍ତି।

ଜଟିଳ ପଞ୍ଜିକରଣ ପ୍ରକ୍ରିୟା, ଟୋକନ ପ୍ରଦାନରେ ଅବ୍ୟବସ୍ଥା, ମଣ୍ଡି ଖୋଲିବାରେ ଅହେତୁକ ବିଳମ୍ୱ, କଟନୀ ଛଟନୀରେ କୁଇଣ୍ଟାଲରେ ୧୦ କେଜି ଧାନ କାଟିବା ଇତ୍ୟାଦି ଯୋଗୁଁ ରାଜ୍ୟର ଚାଷୀଭାଇମାନେ ଚଳିତ ବର୍ଷ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସରକାରଙ୍କ ତରଫରୁ ସ୍ଥିର କରାଯାଇଥିବା ମଣ୍ଡି ସଂଖ୍ୟା ମଧ୍ୟରୁ ୩୧୮ଟି କେନ୍ଦ୍ର ଅବଧି ଶେଷ ହେବା ପର୍ଯ୍ୟନ୍ତ ଖୋଲାଯାଇ ପାରିଲା ନାହିଁ। ତେଣୁ ଯେଉଁ ଚାଷୀଭାଇ ମାନେ ଟୋକନ ପାଇଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ଧାନ ବିକ୍ରି କରିପାରି ନାହାନ୍ତି, ସେମାନଙ୍କ ଠାରୁ ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ ଥିବା ଅବଧିକୁ ଅତି କମ୍ରେ ଆଉ ୧୫ ଦିନ ପାଇଁ ସରକାର ବୃଦ୍ଧି କରନ୍ତୁ ବୋଲି ବିଜେଡି ଦାବି କରୁଛି। ସେହିପରି ରବି ଧାନ ସଂଗ୍ରହ ପାଇଁ ଜଟିଳ ପଞ୍ଜିକରଣ ପ୍ରକ୍ରିୟା ଯୋଗୁଁ ଅଧିକାଂଶ ଚାଷୀ ପଞ୍ଜିକରଣ କରିବାକୁ ସମର୍ଥ ହୋଇ ନାହାନ୍ତି। ତେଣୁ ପଞ୍ଜିକରଣ ଅବଧିକୁ ଆଉ ୧ ମାସ ପାଇଁ ସରକାର ବୃଦ୍ଧି କରନ୍ତୁ ବୋଲି ଶ୍ରୀ ଦାସବର୍ମା କହିଛନ୍ତି। 

ଆହୁରି ପଢ଼ନ୍ତୁ: Police: ରାଜଧାନୀ ଆସୁଥିବା ଚାଷୀଙ୍କୁ ଫୁଲନଖରାରୁ ଉଠାଇନେଲା ପୁଲିସ

ଶ୍ରୀ ରୋହିତ ପୂଜାରୀ କହିଥିଲେ, ରାଜ୍ୟ ବିଜେପି ସରକାର ରାଜ୍ୟର ଚାଷୀଭାଇମାନଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ରଚିଛନ୍ତି। ଧାନ ପ୍ରତି କୁଇଣ୍ଟାଲ ୮୦୦ ଟଙ୍କା ଇନପୁଟ ସବ୍ସିଡି ଆକାରରେ ଦେବେ ବୋଲି ଭୋଟ ବେଳେ ପ୍ରତିଶ୍ରୁତି ଦେଲେ। ଚାଷୀ ଭାଇମାନଙ୍କ ସମର୍ଥନ ହାସଲ ପାଇ ସରକାରକୁ ଆସିଲେ। ସରକାରକୁ ଆସିବା ପରେ ନିଜର ଅସଲ ସ୍ୱରୂପ ଦେଖାଇଲେ। ବିନା କଟନୀ ଛଟନୀରେ ଧାନ କିଣାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଧାନ କୁଇଣ୍ଟାଲରେ ପ୍ରାୟ ୧୦ରୁ ୧୪ କିଲୋ କଟନୀ ଛଟନୀ କରୁଛନ୍ତି। ଧାନ ସଂଗ୍ରହର ୪୮ ଘଣ୍ଟା ଭିତରେ ଧାନର ମୂଲ୍ୟ ଚାଷୀଙ୍କୁ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୩ ସପ୍ତାହରୁ ଊଦ୍ଧ୍ୱର୍ ସମୟ ବିତିବା ପରେ ମଧ୍ୟ ଧାନର ମୂଲ୍ୟ ମିଳୁନାହିଁ। ରାଜ୍ୟର ଚାଷୀ ଭାଇମାନେ ହନ୍ତସନ୍ତ ହେଉଛନ୍ତି, କିନ୍ତୁ ସରକାର ନିଦାବିଷ୍ଣୁ ହୋଇ ବସି ରହିଛନ୍ତି। ବିଜେପିର ପ୍ରତିଶ୍ରୁତି ପାଣିର ଗାର ହୋଇଛି । ଧାନ ଚାଷ ପାଇଁ ସରକାର ଚାଷୀ ଭାଇ ମାନଙ୍କୁ ନିରୁତ୍ସାହିତ କରୁଛନ୍ତି।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment