---Advertisement---

ମୁରବି ଶୂନ୍ୟ ହେଲା ବସ୍ତା ନିର୍ବାଚନ ମଣ୍ଡଳୀ!

March 21, 2026 10:18 PM

ମୁରବି ଶୂନ୍ୟ ହେଲା ବସ୍ତା ନିର୍ବାଚନ ମଣ୍ଡଳୀ!

ବସ୍ତା: ସାରା ରାଜ୍ୟରେ ରାଜ୍ୟସଭାରେ କ୍ରସ ଭୋଟିଙ୍ଗକୁ ନେଇ ତୁମ୍ବି ତୋଫାନ ଜାରି ରହିଥିବା ବେଳେ ଆଜି ଅପରାହ୍ନରେ ବିଜୁ ଜନତା ଦଳ (ବିଜେଡି)ର ସୁପ୍ରିମୋ ନବୀନ ପଟନାୟକ ଦଳର ଛଅ ଜଣ ବିଧାୟକ/ବିଧାୟିକାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ଏହି ଛଅ ଜଣ ବିଧାୟକ/ବିଧାୟିକାଙ୍କ ମଧ୍ୟରେ ରହିଛନ୍ତି ବାଲେଶ୍ବର ଜିଲ୍ଲା ବସ୍ତା ବିଧାୟିକା ସୁବାସିନୀ ଜେନା। ବସ୍ତା ନିର୍ବାଚନ ମଣ୍ଡଳୀ ମଧ୍ୟରେ ବସ୍ତା ଓ ବାଲିଆପାଳ ବ୍ଲକ ଥିବା ବେଳେ ବସ୍ତାରେ ଅନିଲ କୁମାର ମହାନ୍ତି ଏବଂ ବାଲିଆପାଳରେ ଗୋବିନ୍ଦ ଦାସ ଦଳର ମଙ୍ଗ ଧରିଥିଲେ। 

ତେବେ ଗତ ୧୧ ତାରିଖ ବିଜୁ ଜନତା ଦଳ (ବିଜେଡି)ର ଜିଲ୍ଲା ମଙ୍ଗୁଆଳ ଥିବା ବସ୍ତା ବିଧାୟିକାଙ୍କ ସ୍ୱାମୀ ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ବିଜୁ ଜନତା ଦଳକୁ ବାୟ ବାୟ କରି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ତାଙ୍କ ସହ ବସ୍ତା ବ୍ଲକର ବିଜୁ ଜନତା ଦଳର ସଭାପତି, କିଛି ସରପଞ୍ଚ, ସଦସ୍ୟ, ବାଲିଆପାଳ ବ୍ଲକର ବ୍ଲକ ସଭାପତି ଗୋବିନ୍ଦ ଦାସଙ୍କ ସହ କିଛି ସରପଞ୍ଚ, ସଦସ୍ୟ, ନେତୃତ୍ୱ ମଣ୍ଡଳୀ ବିଜେପିରେ ଯୋଗ ଦେଇଥିଲେ।

ଏସବୁ ଘଟଣା ପରେ ରାଜ୍ୟସଭା ନିର୍ବାଚନରେ ବିଧାୟିକା ସୁବାସିନୀ ଜେନା ବିଜେପି ସମର୍ଥିତ ପ୍ରାର୍ଥୀକୁ ଭୋଟ ଦେଇଥିବା ନେଇ ସାରା ରାଜ୍ୟରେ କମ୍ପନ ସୃଷ୍ଟି ହୋଇଥିଲା। ଏପରିକି ବାଲେଶ୍ୱରରେ ପୂର୍ବତନ ବିଧାୟକ ସ୍ୱରୂପ ଦାସଙ୍କ ଦ୍ୱାରା ବସ୍ତା ବିଧାୟିକାଙ୍କ କୁଶପୁତ୍ତଳିକା ଦାହ କରିଥିଲେ ଏବଂ ଭୁବନେଶ୍ୱରରେ ବିଧାୟିକାଙ୍କ ବାସଭବନକୁ ଘେରିଥିଲେ ବିଯୁଜନତା ଦଳର କର୍ମୀମାନେ। ହେଲେ ବିଧାୟିକାଙ୍କ ନିର୍ବାଚନ ମଣ୍ଡଳି ବସ୍ତାରେ ସେପରି କିଛି ହୋଇନଥିଲା।

ଆହୁରି ପଢ଼ନ୍ତୁ: Suspend: ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ: କାର୍ଯ୍ୟାନୁଷ୍ଠାନ ନେଲା ବିଜେଡି

ଗଣମାଧ୍ୟମ ଠାରୁ ସୋସିଆଲ ମିଡ଼ିଆରେ ଅନେକ ଚର୍ଚ୍ଚା ଚାଲିଥିବା ବେଳେ ଆଜି ବିଜୁ ଜନତା ଦଳର ସୁପ୍ରିମୋ ଦଳ ବିରୋଧୀ କାର୍ଯ୍ୟ ପାଇଁ ଛଅ ଜଣ ବିଧାୟକ/ବିଧାୟିକାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ତେବେ ବିଧାୟିକାଙ୍କ ନିଲମ୍ବନକୁ ନେଇ ବସ୍ତା ବ୍ଲକର ସଭାପତି ଅନିଲ କୁମାର ମହାନ୍ତି, ଯୁବ ସାଧାରଣ ସମ୍ପାଦକ ନୃସିଂହ ଚରଣ ଦାସ, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ରାଜେଶ କୁମାର ଗିରି ନିଜ ନିଜର ପଦବି ସହିତ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ଫଳରେ ବିଜୁ ଜନତା ଦଳ ବସ୍ତା ନିର୍ବାଚନ ମଣ୍ଡଳୀରେ ଦୀର୍ଘ ବର୍ଷର ଶାସନ ପରେ ମୁରବି ଶୂନ୍ୟ ହୋଇ ପଡ଼ିଛି। ତେବେ ବସ୍ତା ଓ ବାଲିଆପାଳ ବ୍ଲକର ବିଜୁ ଜନତା ଦଳ ର କିଏ ହେବ ମଙ୍ଗୁଆଳ ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି। 

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment