---Advertisement---

୬ଜଣ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌

March 17, 2026 9:56 PM

୬ଜଣ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ସିନା ଗତକାଲି ସରିଯାଇଛି। କିନ୍ତୁ ଏବେ ଅସଲ ରାଜନୀତି ଆରମ୍ଭ ହୋଇଯାଇଛି। ଗତକାଲିର ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂକୁ ନେଇ କଂଗ୍ରେସ ପରେ ବିଜେଡି ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏନେଇ ବିଜେଡି ଆଜି ଦଳର ୬ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ତରଫରୁ ଜାରି ହୋଇଥିବା ଏହି ନୋଟିସ୍‌ରେ ଆସନ୍ତା ୨୦ ତାରିଖ ଅପରାହ୍‌ଣ ୫ଟା ସୁଦ୍ଧା କାରଣ ଦର୍ଶାଇବା ପାଇଁ ଉଲ୍ଲେଖ ରହିଛି।  

ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜୟଦେବ (ଭୁବନେଶ୍ବର) ବିଧାୟକ ନବ କିଶେର ମଲ୍ଲିକ, କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ବସ୍ତା ବିଧାୟକ ସୁବାସିନୀ ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀଙ୍କୁ ନୋଟିସ୍‌ ଜାରି ହୋଇଛି। 

ବିଜେଡି ପକ୍ଷରୁ ଜାରି ହୋଇଥିବା ନୋଟିସରେ କୁହାଯାଇଛି ଯେ, ଉପରୋକ୍ତ ବିଧାୟକମାନେ ଦଳର ଶୃଙ୍ଖଳାକୁ ଭଙ୍ଗ କରି ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଛନ୍ତି। ଦଳର ନିର୍ଦ୍ଦେଶକୁ ଉଲ୍ଲଂଘନ କରିଛନ୍ତି। ତାଙ୍କ ବିରୋଧରେ ଦଳୀୟ ଶୃଙ୍ଖଳା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରା ନଯିବ, ତାହାର କୌଫତ୍‌ ତଲବ କରାଯାଇଛି। 

ଆହୁରି ପଢ଼ନ୍ତୁ: BJD Press Meet: ବିଜୁ ବାବୁ ସବୁବେଳେ ନୀତି, ନୈତିକତା ଓ ଆଦର୍ଶର କଥା କହୁଥିଲେ: ବିଜେଡି

ସୂଚନାଯୋଗ୍ୟ, ଗତକାଲି ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ବିଧାନସଭାରେ ମତଦାନ ହୋଇଥିଲା। ଏଥିରେ ରାଜ୍ୟର ୧୪୭ ଜଣ ବିଧାୟକ ଭାଗ ନେଇଥିଲେ। ନିର୍ବାଚନରେ ବିଜେପିର ମନମୋହନ ସାମଲ ଏବଂ ସୁଜିତ କୁମାର ବିଜୟୀ ହେବା ସହ ସମର୍ଥିତ ପ୍ରାର୍ଥୀ ଦିଲୀପ ରାୟ ମଧ୍ୟ ବିଜୟୀ ହୋଇଛନ୍ତି।  ଅପରପକ୍ଷେ ବିଜେଡିର ସଂତୃପ୍ତ ମିଶ୍ର ବି‌ଜୟୀ ହୋଇଥିଲା ବେଳେ କଂଗ୍ରେସ ସହ ସମର୍ଥିତ ପ୍ରାର୍ଥୀ ଦତ୍ତେଶ୍ବର ହୋତା ପରାଜିତ ହୋଇଥିଲେ।  ଶ୍ରୀ ହୋତା ବିଜେଡି ଏବଂ କଂଗ୍ରେସର ୧୧ ଜଣ ବିଧାୟକଙ୍କ କ୍ରସ ଭୋଟିଂ ଯୋଗୁ ପରାଜୟବରଣ କରିଥିଲା ବେଳେ ଦିଲୀପ ରାୟ ଏହାର ଫାଇନା ନେଇ ବିଜୟୀ ହୋଇଥିଲେ। ଏହି ମତଦାନରେ କ୍ରସ ଭୋଟିଂ କରିଥିବା ଅନ୍ୟ ୫ଜଣ ବିଧାୟକମାନଙ୍କ ମଧ୍ୟରେ ବିଜେଡିରୁ ନିଲମ୍ବିତ ହୋଇଥିବା ବିଧାୟକ ଅରବିନ୍ଦ ମହାପାତ୍ର (ପାଟକୁରା) ଏବଂ ସନାତନ ମହାକୁଡ଼ (ଚମ୍ପୁଆ)। ସେହିପରି କଂଗ୍ରେସ ଦଳର ବିଧାୟକ ସୋଫିଆ ଫି‌ର୍ଦ୍ଦୋସ (କଟକ-ବାରବାଟୀ), ରମେଶ ଜେନା (ସାନଖେମୁଣ୍ଡି) ଓ ଦାଶରଥୀ ଗମାଙ୍ଗ (ମୋହନା) ମଧ୍ୟ କ୍ରସ ଭୋଟିଂ କରିଥିଲେ। 

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment