---Advertisement---

ଓଡ଼ିଶାର ୪ଟି ଆସନ ପାଇଁ ମତଦାନ

March 16, 2026 4:58 PM

ଓଡ଼ିଶାର ୪ଟି ଆସନ ପାଇଁ ମତଦାନ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପରିପ୍ରେକ୍ଷୀରେ ଆଜି ଓଡ଼ିଶାର ୪ଟି ଆସନ ପାଇଁ ମତଦାନ ହୋଇଛି। ଏହି ନିର୍ବାଚନରେ ‌ମୁଖ୍ୟ ବିରୋଧୀ ଦଳ ‘ବିଜୁ ଜନତା ଦଳ’ ଏବଂ ଅନ୍ୟ ବିରୋଧୀ ଦଳ କଂଗ୍ରେସ ଘୋଡ଼ା ବେପାର ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି। କିନ୍ତୁ ବିଜେଡି ଏବଂ କଂଗ୍ରେସର ଏହି ଅଭିଯୋଗକୁ ବରିଷ୍ଠ ନେତା ବିଜୟ ମହାପାତ୍ର ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନରେ ଆଦୌ ଘୋଡ଼ା ବେପାର ହୋଇ ନାହିଁ; ବରଂ ତିନି ମାସ ପୂର୍ବରୁ ଏହା ଯୋଜନା ଥିଲା।

ବିଜୟ ମହାପାତ୍ର କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନରେ ମତଦାନ ନେଇ ଲୋକେ କ’ଣ କହିବେ ଅଲଗା କଥା। କିନ୍ତୁ ଘୋଡ଼ା ବେପାର ହୋଇନାହିଁ। ତିନି ମାସ ହେଲା ଯୋଜନା କରାଯାଇଥିଲା। ବିଜେଡି ପ୍ରତି ଲୋକେ ଅସନ୍ତୋଷକୁ ପ୍ରକାଶ କରିଛନ୍ତି। ନବୀନ ବାବୁଙ୍କ ପ୍ରତି‌ ଅସନ୍ତୋଷ ବଢୁଛି। ସେ କିନ୍ତୁ ଏହା ଜାଣି ପାରୁ ନାହାନ୍ତି। 

ଆହୁରି ପଢ଼ନ୍ତୁ: TMC reaction: ଦିଦିଙ୍କ ସେନାପତିଙ୍କୁ ନେଇ ସଂସଦରେ ହଙ୍ଗାମା: ମୁଖ୍ୟ ସଚିବଙ୍କ ବହିଷ୍କାର ପ୍ରସଙ୍ଗରେ କ୍ରୋଧିତ ଟିଏମ୍‌ସି, ରାଜ୍ୟସଭାରୁ ୱାକଆଉଟ୍

ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଜାରି ଥିବା ବେଳେ ଦିଲୀପ ରାୟ ଆଜି ଅପରାହ୍‌ଣରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଘରକୁ ଯାଇଥିଲେ। ଉଭୟ ନେତା ମିଠା ଆଦାନପ୍ରଦାନ କରିଥିଲେ। ବିଜୟ ମହାପାତ୍ରଙ୍କୁ ଭେଟିଲା ପରେ ଦିଲୀପ ରାୟ ଅପରାହ୍‌ଣରେ ଜଗନ୍ନାଥ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଗସ୍ତ କରିଛନ୍ତି। ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଦିଲୀପ ରାୟଙ୍କ ବିଜୟ ହେବ ବୋଲି ଚର୍ଚ୍ଚା ହେଉଛି। 

WhatsApp Image 2026-03-16 at 16.53.07

ଅନ୍ୟପଟରେ ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ହୋଇଥିବା ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅଭିଯୋଗ ଆଣିଛନ୍ତି। ଗଣମାଧ୍ୟମ ଆଗରେ ନବୀନ କହିଛନ୍ତି, ବିଜେପି ଘୋଡ଼ା ବେପାର କରିଛି। ରାଜ୍ୟସଭା ନିର୍ବାଚନରେ ବିଜେପି ଅସାଧୁ ଉପାୟ ଅବଲମ୍ବନ କରିଛି। ସୁନ୍ଦର ଓଡ଼ିଶା ସମସ୍ୟା ଦେଇ ଗତି କରୁଛି। ଯେଉଁମାନଙ୍କର ଅପରାଧିକ ରେକର୍ଡ ରହିଛି, ସେମାନେ ବିଜେପିରେ ଅଛନ୍ତି। 

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment