---Advertisement---

ଭେଟାରଙ୍କୁ ଲୋଭ ଦେଖାଇଲେ ମମତା

March 15, 2026 6:10 PM

ଭେଟାରଙ୍କୁ ଲୋଭ ଦେଖାଇଲେ ମମତା

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ରାଜ୍ୟର ପୁରୋହିତ ଓ ମୁଅଜିନ (ଅଜାନ ଦେବା ବ୍ୟକ୍ତି)ଙ୍କ ମାସିକ ସମ୍ମାନ ରାଶିରେ ବୃଦ୍ଧି ଘୋଷଣା କରିଛନ୍ତି। ରାଜ୍ୟରେ ପୂଜାରୀ ଓ ମୁଅଜିନଙ୍କୁ ଦିଆଯାଉଥିବା ଭତ୍ତାରେ ୫୦୦ ଟଙ୍କା ବୃଦ୍ଧି କରିଛନ୍ତି ମମତା।

ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ମମତା ଏହି ଘୋଷଣା କରିଛନ୍ତି। ମମତା ତାଙ୍କ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ହାଣ୍ଡେଲରେ ଘୋଷଣା କରିଛନ୍ତି ଯେ, ଆମ ଆଧ୍ୟାତ୍ମିକ ଏବଂ ସାମାଜିକ ଜୀବନକୁ ବଜାୟ ରଖୁଥିବା ଆମର ପୁରୋହିତ ଏବଂ ମୁଅଜିନମାନଙ୍କୁ ପ୍ରଦାନ କରାଯାଇଥିବା ମାସିକ ସମ୍ମାନରେ ୫୦୦ ଟଙ୍କା ବୃଦ୍ଧି ଘୋଷଣା କରି ମୁଁ ଖୁସି ଅନୁଭବ କରୁଛି। 

ଆହୁରି ପଢ଼ନ୍ତୁ: Mamata’s masterstroke: ନିର୍ବାଚନ ଘୋଷଣା ପୂର୍ବରୁ ମମତାଙ୍କ ମାଷ୍ଟରଷ୍ଟ୍ରୋକ୍, ୧୦ମ ପାସ୍ ବେକାରଙ୍କ ପାଇଁ ମାସିକ ୧୫୦୦ ଟଙ୍କା ଭତ୍ତା ପ୍ରଦାନ

ଏହାଦ୍ବାରା ସେମାନଙ୍କ ମାସିକ ଭତ୍ତା ବର୍ତ୍ତମାନ ୨୦୦୦ ଟଙ୍କାରେ ପହଞ୍ଚିଛି। ଏହି ଭତ୍ତା ପାଇଁ ଯେଉଁ ନୂଆ ପୁରୋହିତ ଓ ମୁଅଜିନ୍‌ ଆବେଦନ କରିଥିଲେ ସମସ୍ତଙ୍କର ଆବେଦନକୁ ରାଜ୍ୟ ସରକାର ସ୍ବୀକୃତି ପ୍ରଦାନ କରିଛନ୍ତି। ସମାଜରେ ଏହି ଧାର୍ମିକ କର୍ମକର୍ତ୍ତାଙ୍କ ଭୂମିକାକୁ ରାଜ୍ୟ ସରକାର ସ୍ବୀକୃତି ଦେଉଥିବା ଏହାଦ୍ବାରା ପ୍ରତିଫଳିତ ହେଉଛି ବୋଲି ମମତା କହିଛନ୍ତି।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment