---Advertisement---

ଆସନ୍ତାକାଲି ରାଜ୍ୟସଭା ପାଇଁ ମତଦାନ

March 15, 2026 10:15 PM

ଆସନ୍ତାକାଲି ରାଜ୍ୟସଭା ପାଇଁ ମତଦାନ

ଭୁବନେଶ୍ବର: ରାତି ପାହିଲେ ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ହେବ। ଓଡ଼ିଶାର ୪ଟି ଆସନ ପାଇଁ ବିଧାନସଭା ପରିସରରେ ପୂର୍ବାହ୍‌ଣ ୯ଟାରୁ ବିଧାୟକମାନେ ମତଦାନ କରିବେ। ଏହି ପ୍ରକ୍ରିୟା ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଜାରି ରହିବ ଏବଂ ଏହା ପରେ ଫଳାଫଳ ପ୍ରକାଶ ପାଇବ। ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ଏଥର ରୋଚକ ସ୍ଥିତି ଦେଖାଯାଉଛି। ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ସମେତ ମୁଖ୍ୟ ବିରୋଧୀ ବିଜୁ ଜନତା ଦଳ (ବିଜେଡି) ଏବଂ କଂଗ୍ରେସ ଘନଘନ ବୈଠକ କରୁଛନ୍ତି। ନିର୍ବାଚନ ବୈତରଣୀ ପାରି ହେବା ପାଇଁ ନିଜନିଜ ସ୍ତରରେ ଉଦ୍ୟମ ଜାରି ରଖିଛନ୍ତି। 

ରାଜ୍ୟସଭା ନିର୍ବାଚନରେ ଶାସକ ବିଜେପିର ପ୍ରଭାବ ‌ଅଧିକ ରହୁଥିବା ଚର୍ଚ୍ଚା ହେଉଛି। ଗତକାଲି ସନ୍ଧ୍ୟାରେ ବିଜେପି ବିଧାୟକମାନେ ରାଜ୍ୟ ମୁଖ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ। ଏହା ପରେ ସେମାନେ ପାରାଦୀପର ଏକ ହୋଟେଲକୁ ଯାଇ ରାତି ୧ଟାରେ ପହଞ୍ଚି ଥିଲେ। ଆଜି ପାରାଦୀପରେ ବିଧାୟକଙ୍କ ସହିତ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଏବଂ ବରିଷ୍ଠ ନେତାମାନେ ଆହୁରି ଆଲୋଚନା କରିଛନ୍ତି। 

ଅନ୍ୟପଟରେ କଂଗ୍ରେସ ଦଳର ବିଧାୟକମାନେ ଗତ ଦୁଇ ଦିନ ହେଲା ବେଙ୍ଗାଲୁରୁସ୍ଥିତ ଏକ ହୋଟେଲରେ ଆଡ୍ଡା ଜମାଇଛନ୍ତି। ଦିନକ ପୂର୍ବରୁ ସେମାନେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଭେଟିଥିଲେ। ଆଜି ସେମାନେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଭେଟିଛନ୍ତି। ଶ୍ରୀ ଖଡ୍‌ଗେ ବିଧାୟକମାନଙ୍କୁ ଗୁରୁମନ୍ତ୍ର‌ ଦେଇଛନ୍ତି। ଆସନ୍ତାକାଲି କଂଗ୍ରେସ ବିଧାୟକମାନେ ବିଧାନସଭାରେ ପହଞ୍ଚି ମତଦାନ କରିବେ। ଏହାରି ମଧ୍ୟରେ ଖବର ଆସୁଛି ଯେ, ଓଡ଼ିଶାର ୪ଜଣ ବେଙ୍ଗାଲୁରୁରେ ଗିରଫ ହୋଇଛନ୍ତି। ଏମାନେ ଘୋଡ଼ା ବେପାର କରିବାକୁ ବେଙ୍ଗାଲୁରୁ ଯାଇଥିଲେ। ଅନ୍ୟପଟରେ କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗଙ୍କୁ ନୋଟିସ ହୋଇଛି। ଦଳର ନିୟମ ଅନୁସାରେ ଦାଶରଥୀ ପଦକ୍ଷେପ ନେବାକୁ କୁହାଯାଇଛି। ନିଜର ପ୍ରତିକ୍ରିୟାରେ ଦାଶରଥୀ କହିଛନ୍ତି, ରାଜ୍ୟସଭା ନିର୍ବାଚନରେ ବିବେକ ଅନୁସାରେ ମତଦନା କରିବି। 

ଆହୁରି ପଢ଼ନ୍ତୁ: Congress: ଓଡ଼ିଶାର କଂଗ୍ରେସ ବିଧାୟକଙ୍କୁ ଭେଟିଲେ ଖଡ୍‌ଗେ

ରାଜ୍ୟସଭା ନିର୍ବାଚନରେ ନିଜର ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ବିଜୁ ଜନତା ଦଳ ଉଦ୍ୟମ ଜାରି ରଖିଛି। ଏଥି ପାଇଁ ନବୀନ ନିବାସରେ କିଛି ଦିନ ହେଲା ଘନଘନ ବୈଠକ ବସୁଛି। ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡି ନୋଟିସ ଜାରି କରିଛି। ବିଜେଡି କହିଛି, ଏହି ଦୁଇ ବିଧାୟକ ଦଳରୁ ନିଲମ୍ବିତ ହୋଇଛନ୍ତି। ସେମାନେ ବିହଷ୍କୃତ ହୋଇ ନାହାନ୍ତି। ତେଣୁ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବା ଉଚିତ ବୋଲି ବିଧାୟକ ଗୌତମବୁଦ୍ଧ ଦାସ କହିଛନ୍ତି। ନିୟମ ନମାନିଲେ ଦଳ ସେମାନଙ୍କୁ ସଭ୍ୟ ପଦ ରଦ୍ଦ କରିବ ବିଜେଡି ବୋଲି ସେ କହିଛନ୍ତି। ଅନ୍ୟପଟରେ ବିଜେଡି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଓ ଜୟଦେବ ବିଧାୟକ ନବ କିଶୋର ମଲ୍ଲିକଙ୍କୁ ନୋଟିସ୍‌ ଜାରି କରିଛି। ନୋଟିସ୍‌ ଜାରି କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। 

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment