---Advertisement---

ବିକ୍ଷୋଭ ପ୍ରଦର୍ଶନ ଓ ଦାବି ପତ୍ର ପ୍ରଦାନ

March 13, 2026 5:43 PM

ବିକ୍ଷୋଭ ପ୍ରଦର୍ଶନ ଓ ଦାବି ପତ୍ର ପ୍ରଦାନ

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦେଶକ୍ରମେ ଦେଶରେଗ୍ୟାସ୍‌ର ଅଭାବ ଓ ଦରବୃଦ୍ଧିକୁ ନେଇ ପ୍ରତିବାଦରେ ଜିଲ୍ଲା ସଭାପତି ଜି.ଶ୍ରୀନିବାସ ରାଓଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଆଜି ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଥିଲେ। 

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦେଶରେ ବଢୁଥିବା ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଏବଂ ବିଶେଷ କରି ରନ୍ଧନ ଗ୍ୟାସ୍ ଓ ପେଟ୍ରୋଲ ଡିଜେଲର ଆକାଶଛୁଆଁ ଦର ପ୍ରତିବାଦରେ ଆଜି ରାଜପଥକୁ ଓହ୍ଲାଇଛି ମାଲକାନଗିରି ଜିଲ୍ଲା କଂଗ୍ରେସ। କଂଗ୍ରେସ ନେତାଙ୍କ ଅଭିଯୋଗ ଅନୁଯାୟୀ, ଗୋଟିଏ ପଟେ ପେଟ୍ରୋଲିୟମ ମନ୍ତ୍ରୀ ଦେଶରେ ଗ୍ୟାସ କିମ୍ବା ତେଲର ଅଭାବ ନାହିଁ ବୋଲି କହୁଥିବା ବେଳେ ଅନ୍ୟପଟେ ବଜାରରେ ଏହାର ଦର ହୁ ହୁ ହୋଇ ବଢିଚାଲିଛି। ବିଶେଷ କରି ଉଜ୍ଜଳା ଯୋଜନାରେ ଗ୍ୟାସ ପାଇଥିବା ଗରିବ ଆଦିବାସୀମାନେ ଏତେ ଅଧିକ ଦାମରେ ଗ୍ୟାସ କିଣିବାକୁ ଅସମର୍ଥ ହୋଇ ପୁଣିଥରେ ଜଙ୍ଗଲରୁ କାଠ ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି।

ଆହୁରି ପଢ଼ନ୍ତୁ: LPG Shortage: ମିଳୁନି ରନ୍ଧନ ଗ୍ୟାସ୍‌, ବଢ଼ିଗଲା ଇଣ୍ଡକ୍ସନ୍‌ ବିକ୍ରି

ଆଗାମୀ ଦିନରେ ଦରଦାମ ନିୟନ୍ତ୍ରଣ କରାନଯାଏ, ତେବେ କଂଗ୍ରେସ ପକ୍ଷରୁ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି। ଗ୍ୟାସ ଅଭାବକୁ ନେଇ ଜିଲ୍ଲାପାଳଙ୍କ ଦାବି ପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ସ୍ମୃତି ରଂଜନ,ଉପସଭାପତି ଭୀମା ବାର୍ସେ,ସଂପାଦକ ପଦ୍ମ ରଂଜନ ପାଙ୍ଗି,ଦଶରଥ ଡୁରୁକା,କେଶୁ ରାଓ,ଗୋବିନ୍ଦ ପାତ୍ର,ବିନାୟକ ପାତ୍ର,ପ୍ରାଣ କୃଷ୍ଣ ମଣ୍ଡଳ,ଇର୍ମା ପଡିଆମି,ପୁଷ୍ପା କାବାସି,ମୁକା ମାଡକାମୀ,ଅର୍ଜୁନ ପଡିଆମି,କୃଷ୍ଣ ଚନ୍ଦ୍ର ଅନୁଗୁ,ପ୍ରଭାକର ପାଳ,ସଂତୋଷ ପଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment