---Advertisement---

ନବୀନ ନିବାସରେ ବିଜେଡିର ବୈଠକ

March 13, 2026 8:44 PM

ନବୀନ ନିବାସରେ ବିଜେଡିର ବୈଠକ

ଭୁବନେଶ୍ବର: ଦୁଇ ଦିନ ପରେ ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶା ବିଧାନସଭାରେ ଭୋଟ୍‌ ଗ୍ରହଣ କରାଯିବ। ଆସନ୍ତା ୧୬ ତାରିଖ ଦିନ ସକାଳ ୯ଟାରୁ ଅପରାହ୍‌ଣ ୪ଟା ମଧ୍ୟରେ ହେବାକୁ ଥିବା ଭୋଟ ଗ୍ରହଣ ପାଇଁ ରାଜ୍ୟ ରାଜନୀତି ଗରମ ହୋଇଛି। ଏହି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଶାସକ ବିଜେପି ଏବଂ ମୁଖ୍ୟ ବିରୋଧୀ ବିଜେଡି ସହିତ କଂଗ୍ରେସ ମଧ୍ୟ ଅଙ୍କ କଷୁଛି। କଂଗ୍ରେସର ବିଧାୟକମାନେ ଗତକାଲି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶରେ ଓଡ଼ିଶାର କଂଗ୍ରେସ ବିଧାୟକମାନେ ବେଙ୍ଗାଲୁରୁର ଏକ ହୋଟେଲରେ ରହୁଛନ୍ତି। ସେମାନେ ଭୋଟ୍‌ ପୂର୍ବରୁ ଓଡ଼ିଶା ବିଧାନସଭାରେ ପହଞ୍ଚିବେ। 

କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଆଜି ବେଙ୍ଗାଲୁରୁରେ ଓଡ଼ିଆ ବିଧାୟକମାନଙ୍କୁ ଭେଟି ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି। ବିଧାୟକମାନଙ୍କୁ ଭେଟିଲା ପରେ ଶିବକୁମାର ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ୧୪ରୁ ୧୫ ଜଣ ଓଡ଼ିଶାର କଂଗ୍ରେସ ବିଧାୟକ ବେଙ୍ଗାରୁରୁରେ ଅଛନ୍ତି। ଆମେ ସେମାନଙ୍କ ସହିତ ସଂପର୍କରେ ଅଛୁ ଏବଂ ଯତ୍ନ ନେଉଛୁ। ସେମାନଙ୍କୁ ଆମର ଆତିଥ୍ୟ ଦେବାର କର୍ତ୍ତବ୍ୟ ଅଛି। ସେମାନେ ରାଜ୍ୟସଭା ନିର୍ବାଚନରେ କଂଗ୍ରେସ, ବିଜେଡି ଓ ସିପିଆଇ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବେ। 

ଆହୁରି ପଢ଼ନ୍ତୁ: Rajya Sabha Elections: ରାଜ୍ୟସଭା ନିର୍ବାଚନ ଖେଳ: ବିଜେଡି ଛାଡ଼ିଲେ ରବୀନ୍ଦ୍ର, ଏବେ ସୁବାସିନୀଙ୍କ ଉପରେ ନଜର

ରାଜ୍ୟସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପୂରା ପ୍ରସ୍ତୁତ ରହିଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଦଳ ସମର୍ଥନ ଦେବ ବୋଲି ପୂର୍ବରୁ ଘୋଷଣା କରିଛି। ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ଆଜି ହୁଇପ୍‌ ଜାରି କରିଛି। ହୁଇପ୍‌ ଜାରି କରି ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ମାର୍ଚ୍ଚ ୧୬ରେ ବିଜେପିର ସମସ୍ତ ବିଧାୟକ ଉପସ୍ଥିତ ରହିବାକୁ ପରାମର୍ଶ ଦେଇଛନ୍ତି। ଏଥି ପାଇଁ ସମସ୍ତ ବିଜେପି ବିଧାୟକ ଭୁବନେଶ୍ବର ନଛାଡ଼ିବାକୁ ସେ କହିଛନ୍ତି। 

ଅନ୍ୟପଟରେ ନବୀନ ନିବାସରେ ଆଜି ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକମାନେ ଉପସ୍ଥିତ ଥିଲେ। 

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment