---Advertisement---

‘ମୋଦି ଜୀ ଏଲପିଜି’

March 12, 2026 10:07 PM

‘ମୋଦି ଜୀ ଏଲପିଜି’

ନୂଆଦିଲ୍ଲୀ: ଇରାନ୍-ଇସ୍ରାଏଲ୍ ଯୁଦ୍ଧ ଯୋଗୁଁ ଦେଶରେ ଘନୀଭୂତ ଏଲପିଜି ସଙ୍କଟକୁ ନେଇ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଆଜି ସଂସଦ ଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରି ଶାସକ ଦଳକୁ ଟାର୍ଗେଟ୍ କରିଛନ୍ତି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ସଙ୍କଟ ପାଇଁ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଦାୟୀ କରିଛନ୍ତି। କଂଗ୍ରେସ, ସମାଜବାଦୀ ପାର୍ଟି, ଡିଏମ୍‌କେ ଓ ଅନ୍ୟାନ୍ୟ ବିରୋଧୀ ଦଳର ସାଂସଦମାନେ ସଂସଦର ମକର ଦ୍ବାର ନିକଟରେ ଏକତ୍ରିତ ହୋଇ ସରକାର ବିରୋଧରେ ସ୍ଲୋଗାନ ଦେଇଥିଲେ।

ଗୁରୁବାର ସଂସଦ ଭବନ ବାହାରେ ବିରୋଧୀ ସାଂସଦମାନେ ‘ମୋଦି ଜୀ ଏଲପିଜି’ ସ୍ଲୋଗାନ ଦେଇଥିଲେ। ଏଥି ସହିତ ରାହୁଲ ଗାନ୍ଧୀ ଏକ୍ସରେ କିଛି ଫଟୋ ସେୟାର କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ରାହୁଲ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ସଂସଦ ସେ ନରେନ୍ଦର ଗାୟବ, ଦେଶ ସେ ସିଲେଣ୍ଡର ଗାୟବ’ (ସଂସଦରୁ ନରେନ୍ଦ୍ର ନିଖୋଜ, ଦେଶରୁ ସିଲିଣ୍ଡର ନିଖୋଜ)।

ଆହୁରି ପଢନ୍ତୁ- Swami Avimukteshwarananda: ଅବିମୁକ୍ତେଶ୍ବରାନନ୍ଦଙ୍କୁ ଭେଟିଲେ ଅଖିଳେଶ ଯାଦବ: ଶଙ୍କରାଚାର୍ଯ୍ୟ ବିବାଦକୁ ନେଇ ଭାଜପା ବିରୋଧରେ ମେଳି

ସଂସଦ ବାହାରେ ବିରୋଧୀ ସାଂସଦମାନେ ଗ୍ୟାସ୍ ସିଲିଣ୍ଡର ଆକାରରେ ପ୍ଲାକାର୍ଡ ଧରିଥିଲେ। ରାହୁଲ ଗାନ୍ଧୀ ମଧ୍ୟ ଏହି ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ କହୁଛନ୍ତି ଯେ ଇନ୍ଧନ ସଙ୍କଟକୁ ନେଇ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, କିନ୍ତୁ ସେ ନିଜେ ବିଭିନ୍ନ କାରଣରୁ ଭୟଭୀତ ଥିବା ଜଣାପଡିଛି। ଆଦାନୀ ମାମଲା ଓ ଏପଷ୍ଟିନ ଫାଇଲ ହେତୁ ସେ ନର୍ଭସ ଅଛନ୍ତି। ସେ ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଗୃହ ଭିତରକୁ ଆସିପାରୁ ନାହାନ୍ତି। କିନ୍ତୁ ଲୋକଙ୍କୁ ଭୟଭୀତ ନ ହେବାକୁ କହୁଛନ୍ତି, ଯେତେବେଳେ ସେ ନିଜେ ନର୍ଭସ ଅଛନ୍ତି।

ଆହୁରି ପଢନ୍ତୁ- Bribe: ଢାବା ମାଲିକଙ୍କଠାରୁ ନେଉଥିଲେ ଲାଞ୍ଚ; ପୁଲିସ ବାବୁଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment