---Advertisement---

ସୁଭଦ୍ରା କାନ୍ଦୁଛି ହାଣ୍ଡିଶାଳରେ

March 12, 2026 10:02 PM

ସୁଭଦ୍ରା କାନ୍ଦୁଛି ହାଣ୍ଡିଶାଳରେ

ଭୁବନେଶ୍ୱର: ସାରା ଦେଶ ସମେତ ରାଜ୍ୟରେ ଗ୍ୟାସ ପାଇଁ ହାହାକାର ପଡ଼ିଥିବା ବେଳେ ସରକାର ଘରୋଇ ଗ୍ୟାସ ଫିଲିଂ ପିଛା ୬୦ ଟଙ୍କା ଓ ବ୍ୟବସାୟିକ ଫିଲିଂ ପିଛା ୧୧୫ ଟଙ୍କା ବଢ଼ାଇ ଦେଲେ, ଯାହା ୬ ବର୍ଷରେ ସର୍ବାଧିକ। ନୋଟ ବନ୍ଦୀ ପରି ଗ୍ୟାସ୍ ବନ୍ଦ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀସାରାଦେଶକୁ ପୁଣି ଲାଇନରେ ଛିଡ଼ା କରାଇବା ଦୁର୍ଭାଗ୍ୟଜନକ। ୟୁପିଏ ସରକାର ଘରୋଇ ସିଲିଣ୍ଡର ଗ୍ୟାସ ଫିଲିଂ ୪୩୭ ଟଙ୍କା ଥିବାବେଳେ ବିଜେପିର ସିଲିଣ୍ଡର ରାନୀ, ସ୍ମୃତିଇରାନୀ ବେଶ ଶାଶୁ ବୋହୁର ଡ୍ରାମା କରୁଥିଲେ। ଆଜି ଯେତେବେଳେ ଗ୍ୟାସ୍ ଦର ୬୩୯ ଟଙ୍କାରେ ପହଞ୍ଚଛି, ସେତେବେଳେ ସ୍ମୃତି ଇରାନୀ ଚୁପ୍ କାହିଁକି? ନୂଆ ନୂଆ ସ୍ଥିତି ଇରାନୀଙ୍କ ଯାଗା ନେଇଥିବା କଙ୍ଗନା ରଣାୱତ ଚୁପ୍ କାହିଁକି? କ’ଣ ସାପ ସୁଙ୍ଘି ଦେଇଛିକି? କଂଗ୍ରେସ ଭବନରେ ଆଜି ଦଳର ମୁଖପାତ୍ର ମୁଖପାତ୍ର ସୋନାଲି ସାହୁ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ବିଜେପି ସରକାର ସାଧାରଣ ଜନତାଙ୍କୁ ଏକ ସଂକଟମୁହାଁ ପରିସ୍ଥିତି ଆଡକୁ ଟାଣିନେବାକୁ ବାଧ୍ୟ କରୁଛନ୍ତି।
ଠନ୍ ଠନ୍ ଠନ୍ ଠନ୍ କରି ସୁଭଦ୍ରା ଯୋଜନାରେ ପଇସା ପଠାଇବାର ଭାଷଣ ମାରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ଆଜି ରାଜ୍ୟର ମହିଳାମାନେ ପ୍ରଶ୍ନ କରୁଛନ୍ତି, ଆମେ ବି ଠନ୍ ଠନ୍ ଠନ୍ ଠନ୍ କରି ପଇସା ଦେଉଛୁ। କିନ୍ତୁ ଆମ ହାଣ୍ଡିଶାଳକୁ ଗ୍ୟାସ ଦିଅ।  ସରକାର ପ୍ରଥମେ ଗ୍ୟାସ୍ ଫିଲିଂ ଅବଧି ୧୫-୨୧ ଦିନ, ତାପରେ ଏବେ କହିଲେଣି ୨୫ ଦିନ ପୂର୍ବରୁ ବୁକିଂ ହୋଇପାରିବନି। ଖାଲି ସେତିକି ନୁହେଁ ଗତ ୫ ତାରିଖରୁ ଅର୍ଥାତ ଆଜିକୁ ୮ଦିନ ହେଲାଣି ନାଁ ମୋବାଇଲରେ ବୁିକଂ ହେଉଛି, ନା ହାଟସ୍‌ଆପରେ। ଜାଣିସୁଣି ସରକାର କଳାବଜାରୀ ମାନଙ୍କ ସହିତ ମହିଳାମାନଙ୍କୁ ଶୋଷଣ କରିବାପାଇଁ ଗ୍ୟାସର ଅଭାବୀ ବିକ୍ରିକୁ ବଢ଼ାଇଦେଲେ। ଫଳରେ ଲୋକେ ବ୍ଲାକ୍‌ରେ ୨୦୦୦ରୁ ୨୫୦୦ ଟଙ୍କା ଦେଇ ଗ୍ୟାସ ଫିଲିଂ କରିବାକୁ ବାଧ୍ୟ ହେଉଛନ୍ତି, ଭାବନ୍ତୁ ଗୃହିଣୀମାନଙ୍କୁ ସରକାର କେମତି କନ୍ଦାଉଛନ୍ତି। ସୁଭ୍ରଦା ଏବେ ହାଣ୍ଡିଶାଳରେ କାନ୍ଦୁଛି। ମହିଳାମାନେ ଚୁଲିରେ ରୋେଇ କରିବା ଦ୍ୱାର ତାଙ୍କର କୁଆଡ଼େ ଆଖିକୁ କଷ୍ଟ ଦେଉଥିଲା, ସେଇ କଥାକୁ ବାହୁନି ବାହୁନି ମନକି ବାତରେ କହୁଥିଲେ ତେଣୁ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାରେ ଗ୍ୟାସ କନେକସନ୍ ନେବାକୁ କମ୍ପାନିଗୁନି ପାଇଁ ମାର୍କେଟିଂ କରାଇଲେ।
ଆଜି ଯେତେବେଳେ ମହିଳାଙ୍କୁ ବାଧ୍ୟ କରାଯାଉଛି ପୁଣି ସେଇ ଚୂଲିରେ ରୋଷେଇ କରିବାକୁ? କ’ଣ କହିବେ ମୋଦୀ?  ଆଜି କ’ଣ ମା’ ମାନଙ୍କୁ ଆଖି ଖରାପ ହେଉନି? ମା’ ମାନଙ୍କ ପାଇଁ ଆଜି କଷ୍ଟ ଲାଗୁନି ମୋଦୀଙ୍କୁ? ସାରା ଦେଶରେ ଏବେ ୧ କୋଟି ୯୦ ହଜାର ଘରୋଇ ଗ୍ୟାସ ଉପଭୋକ୍ତା ରହିଛନ୍ତି। ଏଥିମଧ୍ୟରୁ ୫୫  ଲକ୍ଷ ୪୭ ହଜାର ୩୫୭ ଜଣ ଉଜ୍ଜ୍ୱଳା ଗ୍ୟାସ ହିତାଧିକାରୀ ରହିଛନ୍ତି। ରାଜ୍ୟରେ ଦୈନିକ ହିତାଧିକାରୀମାନେ ହାରାହାରି ୩୨ଲକ୍ଷ କେଜି ଗ୍ୟାସ ବ୍ୟବହାର କରିଥାନ୍ତି।
ଆହୁରି ପଢ଼ନ୍ତୁ: Rajya Sabha election: ରାଜ୍ୟସଭା ନିର୍ବାଚନ: ଜୋର ଧରିଲା ଛକାପଞ୍ଝା, ନିର୍ଦ୍ଦିଷ୍ଟ ବିଧାୟକଙ୍କ ଗତିବିଧି ଉପ‌ରେ ବିଜେଡି, କଂଗ୍ରେସର ନଜର 
ରାଜ୍ୟରେ ଥିବା ୯୬୬ ଗ୍ୟାସ ଏଜେନ୍ସିକୁ ସୋମବାର ଠାରୁ କର୍ମସିଆଲ ଟାଙ୍କି ଯୋଗାଣ ବନ୍ଦ। ଯାହା ଫଳରେ ରାଜ୍ୟର ସମସ୍ତ ସହରରେ ଥିବା ପ୍ରାୟ ୧୦,୦୦୦ରୁ ଊର୍ଦ୍ଧ୍ୱ ରେଷ୍ଟୁରାଣ୍ଟ ବନ୍ଦ। ସମସ୍ତ ଉଠା ଜଳଖିଆ ଦୋକାନ ବନ୍ଦ। ୨୦ % ହୋଟେଲ ବନ୍ଦ। ଅନଲାଇନ ଫୁଡ ଡେଲିଭରି ଏକ ପ୍ରକାର ବନ୍ଦ। ଏହି ଇଣ୍ଡଷ୍ଟ୍ରି ସହିତ ଓ ଇଣ୍ଡଷ୍ଟ୍ରି କାମ କରୁଥିବା ପ୍ରାୟ ୧୮ରୁ ୨୦ଲକ୍ଷ ବ୍ୟକ୍ତି ସିଧାସଳଖ ରୋଜଗାର ହରେଇଛନ୍ତି। ମାସକୁ ୧୦ ରୁ ୧୨ ହଜାର ପର୍ଯ୍ୟନ୍ତ ରୋଜଗାର କରୁଥିବା ସ୍ୱିଗୀ, ଯୋମାଟୋ ଭଳି ବ୍ୟକ୍ତି ବେରୋଜଗାର ହେବାକୁ ଯାଉଛନ୍ତି। ଏହା ଦ୍ୱାରା ପ୍ରାୟ ସିଧାସଳଖ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ପରିବାର ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେବାକୁ ଯାଉଛନ୍ତି। ଆଗକୁ ଓଡ଼ିଶା ଭୟଙ୍କର ଆର୍ଥିକ ସଂକଟର ସମ୍ମୁଖିୀନ ହେବାକୁ ଯାଉଛି। ସାରା ରାଜ୍ୟରେ ୱେଲଡିଂ ଠାରୁ ଆରମ୍ଭ କରି ନିର୍ମାଣ କାର୍ଯ୍ୟ ପର୍ଯନ୍ତ ସବୁ ଠପ୍ ହୋଇଯିବ। ଗ୍ୟାସ ନଥିବା କାରଣରୁ ସତ୍ୟନଗର ଶ୍ମଶାନରେ ଶବଦାହ କାର୍ଯ୍ୟ ବନ୍ଦ।  କୋରାପୁଟରେ ବାଣିଜ୍ୟକ ଗ୍ୟାସ ସିଲିଣ୍ଡର ବିକ୍ର ବନ୍ଦ କରିବାକୁ ଏଜେନ୍ସି କରିସାରିଲେଣି। ଏତେ ସବୁ ଅବ୍ୟବସ୍ଥା ଭିତରେ ସରକାର କ’ଣ କରୁଛନ୍ତି? ବୋଲି କଂଗ୍ରେସ ପ୍ରଶ୍ନ କରିଛି। 
Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment