---Advertisement---

ବିଜେପିରେ ରବୀନ୍ଦ୍ର ଜେନା

March 11, 2026 6:35 PM

ବିଜେପିରେ ରବୀନ୍ଦ୍ର ଜେନା

ଭୁବନେଶ୍ବର: ଯାହା ପୂର୍ବାନୁମାନ କରାଯାଉଥିଲା, ତାହା ହିଁ ହୋଇଛି। ବିଜୁ ଜନତା ଦଳ (ବିଜେଡି)ରୁ ଇସ୍ତଫା ଦେବାର ଦିନକ ଭିତରେ ପୂର୍ବତନ ଲୋକସଭା ସାଂସଦ ରବୀନ୍ଦ୍ର ଜେନା ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି। ଉତ୍ତର ଓଡ଼ିଶାର ଅନ୍ୟତମ ଟାଣୁଆ ନେତା ବୁଧବାର ଅପରାହ୍‌ଣରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ରବୀନ୍ଦ୍ର ଜେନା ପଦ୍ମ ଶିବିରରେ ସାମିଲ ହୋଇଛନ୍ତି। 

ରବୀନ୍ଦ୍ର ଜେନା ବିଜେପିରେ ଯୋଗ ଦେବା ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ଆଜି ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା। ଏହି ମିଶ୍ରଣ ପର୍ବରେ ପୂର୍ବତନ ସାଂସଦ ଶ୍ରୀ ଜେନାଙ୍କ ସମେତ ବସ୍ତା ଓ ବାଲେଶ୍ବର ସଦର ବ୍ଲକ ସଭାପତି ବିଜେପିରେ ଯୋଗ ଦେଇଛନ୍ତି। ସେହିପରି ୬ଜଣ ଜିଲ୍ଲା ପରିଷଦ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। 

WhatsApp Image 2026-03-11 at 18.40.56

ସୂଚନାଯୋଗ୍ୟ, ଗତକାଲି ନବୀନ ପଟ୍ଟନାୟକଙ୍କୁ ରବୀନ୍ଦ୍ର‌ ଜେନା ନିଜ ଇସ୍ତଫା ପତ୍ରରେ ଲେଖିଥିଲେ, ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟରୁ ମୋର ଇସ୍ତଫା ପତ୍ର ପ୍ରଦାନ କରୁଛି। ମୁଁ ଦୀର୍ଘ ବର୍ଷ ଧରି ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ରହି ଦଳର ସଂଗଠନକୁ ସୁଦୃଢ଼ କରିବା ସହ ବାଲେଶ୍ବରବାସୀଙ୍କ ସେବା କରି ଆସିଛି। କିନ୍ତୁ କେତେକ ବ୍ୟକ୍ତିଗତ କାରଣରୁ ଏବଂ ପରିସ୍ଥିତି ନିମନ୍ତେ ମୁଁ ଦଳରୁ ଅଲଗା ହେବାକୁ କଠିନ ନିଷ୍ପତ୍ତି ନେଇଛି। ଦଳ ସହିତ ମୋର ଦୀର୍ଘ ଦିନର ସଂପର୍କ ମୋ ପାଇଁ ଏକ ସ୍ମରଣୀୟ ଯାତ୍ରା ହୋଇ ରହିବ। ଏହି ସମୟ ମଧ୍ୟରେ ମୋତେ ମିଳିଥିବା ସମସ୍ତ ସହଯୋଗ, ସମ୍ମାନ ଏବଂ ସୁଯୋଗ ପାଇଁ ମୁଁ ରାଜ୍ୟ ନେତୃବୃନ୍ଦ, ମୋର ସକର୍ମୀ ଏବଂ ବାଲେଶ୍ବର ଜିଲ୍ଲାର ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କ ନିକଟରେ ମୋର ଗଭୀର କୃତଜ୍ଞତା ପ୍ରକାଶ କରୁଛି। ତେବେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ଉତ୍ତର ଓଡ଼ିଶାର ଜଣେ ଜଣାଶୁଣା ନେତା ବିଜେଡି ଛାଡ଼ିବା ନେଇ ରାଜନୀତିଜ୍ଞମାନେ ନାନା କଳ୍ପନାଜଳ୍ପନା କରୁଛନ୍ତି। ବାଲେଶ୍ବରରେ ଦିନକୁ ଦିନ ବିଜେଡିର ଗଡ଼ ଭାଙ୍ଗିବାରେ ଲାଗୁଛି। 

ଆହୁରି ପଢ଼ନ୍ତୁ: ସି‌ସୋର୍‌ ଚିଟ୍‌ଫଣ୍ଡ ମାମଲା: ପୂର୍ବତନ ସା˚ସଦ ରବୀନ୍ଦ୍ର ଜେନାଙ୍କ ଆବେଦନ ହାଇକୋର୍ଟରେ ଖାରଜ

ସୂଚନାଯୋଗ୍ୟ, ରବୀନ୍ଦ୍ର ଜେନା ଷୋଡ଼ଶ ଲୋକସଭା ନିର୍ବାଚନ-୨୦୧୪କୁ ବାଲେଶ୍ବରରୁ ନିର୍ବାଚିତ ହୋଇଥିଲେ। ସେହି ସମୟରେ ସେ ବର୍ତ୍ତମାନର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ପରାସ୍ତ କରିଥିଲେ।  ୨୦୧୯ ନିର୍ବାଚନରେ ସେ ପ୍ରତାପ ଷଡ଼ଙ୍ଗୀଙ୍କ ଠାରୁ ପରାସ୍ତ ହୋଇଥିଲେ।  

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment