---Advertisement---

ଦିଲୀପଙ୍କୁ ବିଜେପିର ସମର୍ଥନ

March 3, 2026 4:53 PM

ଦିଲୀପଙ୍କୁ ବିଜେପିର ସମର୍ଥନ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଓଡ଼ିଶାରୁ ଖାଲି ପଡିବାକୁ ଥିବା ଏହି ସ୍ଥାନ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଏଥି ସହିତ ଗତ ୨୬ ତାରିଖ ଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜୁ ଜନତା ଦଳ (ବିଜେଡି) ନିଜର ୨ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି। ଭାରତୀୟ ଜନତା ପାର୍ଟି ମଧ୍ୟ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କୁ ରାଜ୍ୟସଭା ପାଇଁ ଟିକେଟ୍‌ ଦେଇଛି। ଏହାରି ମଧ୍ୟରେ ପୂର୍ବତନ‌ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଳଢ଼ିବାକୁ ଘୋଷଣା କରିଛନ୍ତି। ରାଜ୍ୟ ରାଜନୀତିରେ ଅନ୍ୟତମ ବରିଷ୍ଠ ନେତା ଦିଲୀପ ରାୟ କହିଛନ୍ତି, ମୁଁ ରାଜ୍ୟସଭା ପ୍ରାର୍ଥୀ ହେବି। ଏଥି ପାଇଁ ଆସନ୍ତା ୫ ତାରିଖ ଦିନ ପ୍ରାର୍ଥିପତ୍ର ଦାଖଲ କରିବି। 

ଦିଲୀପ ରାୟ ସ୍ବାଧୀନ ପ୍ରାର୍ଥୀ ଭାବେ ନାମଙ୍କନ ଦାଖଲ କରୁଥିବାରୁ ତାଙ୍କୁ ଅନ୍ୟ ଦଳର ସମର୍ଥନର ଆବଶ୍ୟକତା ରହିଛି। ଏହି ସମର୍ଥନ ତାଙ୍କୁ କିଭଳି ମିଳିବ ତାହା ଆଗାମୀ ସମୟ କହିବ। କିନ୍ତୁ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଦିଲୀପ ରାୟଙ୍କୁ ଆମ ଦଳ ସମର୍ଥନ ଦେବ। ଏଥି ପାଇଁ ବିଜେପି ନୀତିଗତ ନିଷ୍ପତ୍ତି ନେଇଛି। 

ଆହୁରି ପଢ଼ନ୍ତୁ: Congress: କଂଗ୍ରେସକୁ ରାଜ୍ୟସଭା ଅଡୁଆ: ବିଧାୟକ ଦଳ ବୈଠକକୁ ଆସିଲେନି ରମେଶ, ସୋଫିଆ

ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଦଳ ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରିଛି। ସେହିପରି ବିଜୁ ଜନତର ଦଳ (ବିଜେଡି) ରାଜ୍ୟ ସଭାପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଦୁଇ ଦିନ ପୂର୍ବରୁ ସନ୍ତୃପ୍ତ ମିଶ୍ର ଦଳୀୟ ପ୍ରାର୍ଥୀ ଓ ଡାକ୍ତର ଦତ୍ତେଶ୍ବର ହୋତା କମନ୍ କ୍ୟାଣ୍ଡି‌ଡେଟ୍ ହେବେ ବୋଲି ଘୋଷଣା କରିଛନ୍ତି।  

ଆହୁରି ପଢ଼ନ୍ତୁ: Rajya Sabha Election: ମନମୋହନ ସାମଲ, ସୁଜିତ କୁମାରଙ୍କୁ ମିଳିଲା ବିଜେପି ଟିକେଟ୍‌

ଓଡ଼ିଶାରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପରିଚାଳନା ପାଇଁ ଭାରତର ନିର୍ବାଚନ କମିସନ ଓଡ଼ିଶା ବିଧାନସଭାର ସଚିବ ସତ୍ୟବ୍ରତ ରାଉତଙ୍କୁ  ରିଟର୍ଣ୍ଣିଂ ଅଧିକାରୀ ଏବଂ ଯୁଗ୍ମ ସଚିବ ବିଦ୍ୟାଧର ମାଝୀଙ୍କୁ ସହାୟକ ରିଟର୍ଣ୍ଣିଂ ଅଧିକାରୀ ଭାବେ ନିୟୋଜିତ କରିଛନ୍ତି। ଶ୍ରୀ ରାଉତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ବିଧାନସଭାର ତଳ ମହଲା ସମ୍ମିଳନୀ କକ୍ଷରେ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଫର୍ମ ଉପଲବ୍ଧ ହେବ। 

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment