
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଗଠନ ହେଲା ନୂଆ ଆଞ୍ଚଳିକ ଦଳ‘ସ୍ବାଭିମାନ ନବରଙ୍ଗପୁର’। ଜିଲ୍ଲାର ବ୍ୟବସାୟୀ ତଥା ଚାଷୀ ସୀତେଶ ପଟ୍ଟନାୟକ ଏକ କାର୍ଯ୍ୟକ୍ରମ ରେ ବିଧବଦ୍ଧ ଭାବେ ଘୋଷଣା କରିଛନ୍ତି। ଆଗାମୀ ଦିନରେ ପୌର ପରିଷଦ ନିର୍ବାଚନ ଲଢ଼ିବେ। ନବରଙ୍ଗପୁର, ଉମରକୋଟ, ଡାବୁଗାଁ,ପାପଡାହାଣ୍ଡି ଓ ମାଲକାନଗିରୀ ଆଦିରେ ଦଳ କାର୍ଯ୍ୟ କରିବ ବୋଲି ପ୍ରକାଶ କରିଛନ୍ତି।
ଏହି କମିଟିରେ ନବରଙ୍ଗପୁର ପୌର ପରିଷଦର ୧୭ଟି ୱାର୍ଡରେ ସଭ୍ୟ ସଂଗ୍ରହ କରାଯିବ। ଆଗାମୀ ୨୦୨୭ରେ ପୌର ନିର୍ବାଚନରେ ସିଧାସଳଖ ନିର୍ବାଚନ ଲଢ଼ାଯିବ। ନିର୍ବାଚନ କମିଶନଙ୍କୁ ଦଳର ପଞ୍ଜୀକରଣ ଓ ଚିହ୍ନ ସକାଶେ ଆବେଦନ କରାଯାଇଛି। ପୂର୍ବରୁ ସ୍ଵଭିମାନ ନବରଙ୍ଗପୁରର ଏକ ସ୍ୱେଛାସେବୀ ସଂଗଠନ କରି ସହର ବିଭିନ୍ନ ସମସ୍ୟାକୁ ଉପସ୍ଥାପିତ କରି ଚର୍ଚ୍ଚରେ ଥିଲେ କିନ୍ତୁ କୌଣସି ନିର୍ଦ୍ଦିଷ୍ଟ ପରିଚୟ ନଥିଲା । ଏଣୁ ଏକ ରାଜନୈତିକ ଦଳ ଗଠନ କରି ଲୋକ ଙ୍କ ସେବା ପାଇଁ ସ୍ଥିର କରି ଏହି ଦଳ ଗଠନ କରାଯାଇଛି। ବିଶେଷ କରି ସମାଜର ଯୁବ ଗୋଷ୍ଠୀ ଏହି ଦଳ ପ୍ରତି ବେଶ ଉତ୍ସାହ ଥିବା ଦେଖିବାକୁ ମିଳିଛି।
ପ୍ରାଥମିକସ୍ତରରେ ଏକ କମିଟି ଗଠନ କରାଯାଇଛି । ସୀତେଶ ପଟ୍ଟନାୟକ ଏହାର ଅସ୍ଥାୟୀ ସଭାପତି ରୂପେ କାର୍ଯ୍ୟ ତୁଲାଇବେ। ସାଧାରଣ ସମ୍ପାଦକ ଭାବେ ଏମ୍ ଗୁପ୍ତେଶ୍ବର ନାଇଡୁ, ଉପସଭାପତି ଭାବେ ଶ୍ରୀନିବାସ ବାସୁ, କୋଷାଧ୍ୟକ୍ଷ ଭାବେ ଭବାନୀଶଙ୍କର ରେଡ୍ଡୀ, ଉପଦେଷ୍ଟା ଭାବେ ହରପ୍ରସାଦ ଦାଶଙ୍କୁ ମନୋନୀତ କରାଯାଇଛି। ସେହିପରି ପୂର୍ବତନ କାଉନସିଲର ରବିନାରାୟଣ (ମଣ୍ଟୁ)ପଟ୍ଟନାୟକଙ୍କୁ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଭାବେ ଚୟନ କରାଯାଇଛି। ମଣ୍ଟୁ ପଟ୍ଟନାୟକ ନୂଆ ସଭ୍ୟ ସଂଗ୍ରହର ଦାୟିତ୍ବ ବି ନେବେ। ଏହି ବୈଠକରେ କାଉନସିଲର ପି.ଉଷାରାଣୀ ତାଙ୍କ ସମର୍ଥକଙ୍କ ସହ ଯୋଗଦେଇ ନୂଆ ଦଳକୁ ସମର୍ଥନ କରିଥିବା କହିଛନ୍ତି ଶ୍ରୀ ପଟ୍ଟନାୟକ।