---Advertisement---

Angul Bandh ୧୨ରେ କଂଗ୍ରେସର ଅନୁଗୋଳ ଜିଲ୍ଲା ବନ୍ଦ ଡାକରା

August 4, 2026 8:44 PM

Angul Bandh ୧୨ରେ କଂଗ୍ରେସର ଅନୁଗୋଳ ଜିଲ୍ଲା ବନ୍ଦ ଡାକରା

ଅନୁଗୋଳ: କୋଇଲା ପରିବହନ ଯୋଗୁ ସୃଷ୍ଟି ହେଉଥିବା ଜନ ସମସ୍ୟାର ସମାଧାନ ଏବଂ ମିଥ୍ୟା ମାମଲାରେ ଛନ୍ଦି ହୋଇ ଜେଲ୍‌ ହାଜତରେ ଥିବା କୋସଳା ପଞ୍ଚାୟତର ୫ ଜଣ ଆନ୍ଦୋଳନକାରୀଙ୍କ ମାମଲା ପ୍ରତ୍ୟାହାର ପାଇଁ ଆଜି କଂଗ୍ରେସ ଦାବି କରିଛି। ଦାବି ପୂରଣ ନହେଲେ ଆସନ୍ତା ୧୨ ତାରିଖ ଦିନ ଅନୁଗୋଳ ଜିଲ୍ଲା ବନ୍ଦ ଦେବାକୁ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି।

ପୁସ୍ତକ ‘ଅନୁଗୋଳ ଇତିହାସ’ ଉନ୍ମୋଚିତ: ସମସ୍ତେ ଆଞ୍ଚଳିକ ଇତିହାସ ଜାଣିବା ଉଚିତ

ଗାଁ ରାସ୍ତାରେ କୋଇଲା ପରିବହନକୁ ପ୍ରତିବାଦ କରୁଥିବା କୋଶଳା ପଞ୍ଚାୟତର ୫ ଜଣ ବ୍ୟକ୍ତି ଦୀର୍ଘ ୧୧୫ ଦିନ ଧରି ମିଛ ମାମଲାରେ ଜେଲ୍‌ରେ ରହିଥିବା ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ସେମାନଙ୍କ ମାମଲା ଆଇନଗତ ପ୍ରକ୍ରିୟାରେ ବିଚାରାଧୀନ ରହିଛି। 

Impact of climate change: ଜଳବାୟୁ ପରିବର୍ତ୍ତନର ପ୍ରଭାବ: ଅନୁଗୁଳର ମିଠା କମଳା ଏବେ ସ୍ବପ୍ନ

ଅନ୍ୟପକ୍ଷରେ, ପ୍ରତିଦିନ ସନ୍ଧ୍ୟା ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ପ୍ରାୟ ୨୦୦୦ରୁ ଊର୍ଦ୍ଧ୍ବ କୋଇଲା ବୋଝେଇ ଟ୍ରକ୍‌ ଛେଣ୍ଡିପଦା, କୋଶଳା, ଜରାସିଂହା, ଅନୁଗୋଳ ସହର, ତୁରଙ୍ଗ, ବଅଁରପାଳ ଅଞ୍ଚଳ ଦେଇ ନାଲ୍‌କୋ ଓ ଅନ୍ୟାନ୍ୟ କମ୍ପାନିକୁ ଯାତାୟାତ କରୁଛି। ଏହା ଫଳରେ ଅଞ୍ଚଳବାସୀ ଧୂଳି ପ୍ରଦୂଷଣ, ଶବ୍ଦ ପ୍ରଦୂଷଣ, ସଡ଼କ ଦୁର୍ଘଟଣା, ଯାତାୟାତ ସମସ୍ୟା ଏବଂ ସ୍ୱାସ୍ଥ୍ୟଗତ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୋଇଲା ପରିବହନ ଯୋଗୁ ସୃଷ୍ଟି ହେଉଥିବା ଜନସମସ୍ୟାର ତୁରନ୍ତ ସମୀକ୍ଷା କରି ଉପଯୁକ୍ତ ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯିବାକୂ ଆଜି କଂଗ୍ରେସ ପକ୍ଷରୁ ଦାବି ହୋଇଛି। ସମ୍ପୃକ୍ତ ବିଭାଗଙ୍କ ସହ ଆଲୋଚନା କରି ଧୂଳି ନିୟନ୍ତ୍ରଣ, ସଡ଼କ ସୁରକ୍ଷା ଓ ସାଧାରଣ ଲୋକଙ୍କ ସୁବିଧା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବା ନେଇ ଦାବିପତ୍ର ଦିଆଯାଇଇଛି। 

Lord Jagannath: ଶୈଳ ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା; ଚଳଚଞ୍ଚଳ ଅନୁଗୁଳ ଜଗନ୍ନାଥ ମନ୍ଦିର

ଆଇନ ଅନୁଯାୟୀ ମାମଲାର ଶୀଘ୍ର ଓ ନ୍ୟାୟସଙ୍ଗତ ସମାଧାନ ଦିଗରେ ଆବଶ୍ୟକ ପ୍ରଶାସନିକ ପଦକ୍ଷେପ ସହିତ ମିଥ୍ୟା ମାମଲାର ଶୀଘ୍ର ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି। ଯଦି, ଉପରୋକ୍ତ ସମସ୍ୟାର ଯଥାଶୀଘ୍ର ସମାଧାନ ନ ହୁଏ, ତେବେ ଆସନ୍ତା ୧୨ ତାରିଖରେ ୧୨ ଘଣ୍ଟିଆ (ସକାଳ ୬ ଘଟିକାରୁ ସନ୍ଧ୍ୟା ୬ଘଟିକା) ଅନୁଗୋଳ ଜିଲ୍ଲା ବନ୍ଦ ଡାକରା ଦେବା ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ‌ଚେତାବନୀ ଦିଆଯାଇଛି। ବନ୍ଦ ପାଇଁ ସୃଷ୍ଟି ହେବାକୁ ଥିବା ଯେକୌଣସି ପରିସ୍ଥିତି ଲାଗି ସଂପୂର୍ଣ୍ଣ ଭାବେ ଜିଲ୍ଲା ପ୍ରଶାସନ ଏବଂ ସରକାର ଦାୟୀ ରହିବେ ବୋଲି କୁହାଯାଇଛି।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment