---Advertisement---

ଦିଲୀପ ରାୟଙ୍କୁ ସମର୍ଥନ ଜଣାଇବୁ: ମୋହନ

March 3, 2026 6:18 PM

ଦିଲୀପ ରାୟଙ୍କୁ ସମର୍ଥନ ଜଣାଇବୁ: ମୋହନ

ଭୁବନେଶ୍ବର: ଆମ ଦଳ ଦିଲୀପ ରାୟଙ୍କୁ ସମର୍ଥନ ଜଣାଇବ। ଏଥି ପାଇଁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଆଜି ଏହି ଘୋଷଣା କରିଛନ୍ତି। ଦିଲୀପ ରାୟ ଏହି ନିର୍ବାଚନରେ ବିଜୟୀ ହେବା ପାଇଁ ନିଶ୍ଚିତ ଭାବେ ରଣନୀତି କରିଥିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

ଗଣମାଧ୍ୟମର ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଚକ୍ଷଣ ବୁଦ୍ଧି ସମ୍ପନ୍ନ ଦିଲୀପ ରାୟଙ୍କୁ ରାଜ୍ୟବାସୀ ଭଲଭାବରେ ଜାଣିଛନ୍ତି। ଅତୀତରେ ସେ ରାଜ୍ୟର ବିଧାୟକ, ମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଛନ୍ତି। ତାଙ୍କର ପଖରେ ଦକ୍ଷତା ରହିଛି। ସବୁ ଦଳ ସହିତ ତାଙ୍କର ସୁସମ୍ପର୍କ ମଧ୍ୟ ରହିଛି। ସେ ଜଣେ ବିଚକ୍ଷଣ ନେତା ହୋଇଥିବାରୁ ଏହି ନିର୍ବାଚନରେ ବିଜୟୀ ହେବେ ବୋଲି ମୋର ଆଶା।

ଏହା ପୂର୍ବରୁ ଦିଲୀପ ରାୟ ସାମ୍ବାଦିକଙ୍କ ପ୍ରଶ୍ନରେ କହିଥିଲେ, ଦେଶ ସେବା କରିବା ପାଇଁ ପୁଣି ଥରେ ଇଛା ହେଲା। ୨୦୦୨ରେ ନିର୍ବାଚନରେ ଛିଡ଼ା ହୋଇଥିଲି। ପୂର୍ବରୁ ୩୦ଟି ଭୋଟ୍‌ ଯୋଗାଡ଼ କରିଥିଲି। ଏବେ ୮ଟି ଦରକାର କରୁଛି। ମୋତେ ସମର୍ଥନ ମିଳିଥିଲା। ସବୁ ଦଳର ନେତାମାନଙ୍କ ସହିତ କଥା ହେ‌ବି। ନିର୍ବାଚନରେ ବିଜୟ ନେଇ ଦିଲୀପ ରାୟ କହିଛନ୍ତି, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଦାସଙ୍କୁ ଭେଟିବି। ଦୁଇ-ଚାରି ଦିନ ଭିତରେ ବଡ଼ ନିଷ୍ପତ୍ତି ନେବି। ନିର୍ବାଚନରେ ଅବତୀର୍ଣ୍ଣ ହେବା ନେଇ ବିଜେପିର ଶୀର୍ଷ ନେତୃତ୍ବଙ୍କ ସହିତ ମଧ୍ୟ କଥାବାର୍ତ୍ତା କରିଛି। 

ଆହୁରି ପଢ଼ନ୍ତୁ: Zelenskyy: ଜଳୁଛି ମଧ୍ୟପ୍ରାଚ୍ୟ, ପ୍ରସ୍ତାବ ଦେଲା ଯୁଦ୍ଧଗ୍ରସ୍ତ ୟୁକ୍ରେନ: ରୁଷକୁ ଅସ୍ତ୍ରବିରତି ପାଇଁ ରାଜି କରାଅ, ଇରାନୀ ଡ୍ରୋନ୍ ଆକ୍ରମଣରୁ ରକ୍ଷା କରିବି…

ସୂଚନାଯୋଗ୍ୟ, ପୂର୍ବତନ‌ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଳଢ଼ିବାକୁ ଆଜି ଘୋଷଣା କରିଛନ୍ତି। ସେ କହିଛନ୍ତି, ମୁଁ ରାଜ୍ୟସଭା ପ୍ରାର୍ଥୀ ହେବି। ଏଥି ପାଇଁ ଆସନ୍ତା ୫ ତାରିଖ ଦିନ ପ୍ରାର୍ଥିପତ୍ର ଦାଖଲ କରିବି। ଦିଲୀପ ରାୟ ସ୍ବାଧୀନ ପ୍ରାର୍ଥୀ ଭାବେ ନାମଙ୍କନ ଦାଖଲ କରୁଥିବାରୁ ତାଙ୍କୁ ଅନ୍ୟ ଦଳର ସମର୍ଥନର ଆବଶ୍ୟକତା ରହିଛି। ଏହି ସମର୍ଥନ ତାଙ୍କୁ କିଭଳି ମିଳିବ ତାହା ଆଗାମୀ ସମୟ କହିବ। କିନ୍ତୁ ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ଦିଲୀପ ରାୟଙ୍କୁ ଆମ ଦଳ ସମର୍ଥନ ଦେବ। ଏଥି ପାଇଁ ବିଜେପି ନୀତିଗତ ନିଷ୍ପତ୍ତି ନେଇଛି।  

ରାଜ୍ୟସଭା ନିର୍ବାଚନ ପାଇଁ ଆଜି ବିଜେପି ପ୍ରାର୍ଥୀ ଘୋଷଣା କରିଛି। ଦଳ ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରିଛି। ସେହିପରି ବିଜୁ ଜନତର ଦଳ (ବିଜେଡି) ରାଜ୍ୟ ସଭାପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଦୁଇ ଦିନ ପୂର୍ବରୁ ସନ୍ତୃପ୍ତ ମିଶ୍ର ଦଳୀୟ ପ୍ରାର୍ଥୀ ଓ ଡାକ୍ତର ଦତ୍ତେଶ୍ବର ହୋତା କମନ୍ କ୍ୟାଣ୍ଡି‌ଡେଟ୍ ହେବେ ବୋଲି ଘୋଷଣା କରିଛନ୍ତି।  

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment