---Advertisement---

Nishikant Dubey statemen: ଭାରତ ଉପରେ ଆକ୍ରମଣ ହେଲେ ରାହୁଲ ଗାନ୍ଧୀଙ୍କ ଆତ୍ମା ଶାନ୍ତି ପାଇବ: ନିଶିକାନ୍ତ ଦୁବେ

March 12, 2026 8:30 PM

Nishikant Dubey statemen: ଭାରତ ଉପରେ ଆକ୍ରମଣ ହେଲେ ରାହୁଲ ଗାନ୍ଧୀଙ୍କ ଆତ୍ମା ଶାନ୍ତି ପାଇବ: ନିଶିକାନ୍ତ ଦୁବେ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତକୁ ଭାଙ୍ଗିବା ପାଇଁ ଷଡ଼୍‌ଯନ୍ତ୍ରରେ ଲିପ୍ତ ଥିବା ଗୁରୁବାର ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗ କରିଛନ୍ତି। ଦୁବେ ସଂସଦ ଭବନ ପରିସରରେ ସାମ୍ବାଦିକମାନଙ୍କୁ କହିଛନ୍ତି, ରାହୁଲ ଚାହୁଛନ୍ତି, ପ୍ରଧାନମନ୍ତ୍ରୀ ସକାଳେ ଡୋନାଲ୍ଡ ଟ୍ରମ୍ପଙ୍କୁ ଗାଳିଗୁଲଜ କରନ୍ତୁ, ଅପରାହ୍ଣରେ ଭ୍ଲାଦିମିର ପୁଟିନଙ୍କୁ ଗାଳି ଦିଅନ୍ତୁ ଏବଂ ସନ୍ଧ୍ୟାରେ ସି ଜିନପିଙ୍ଗଙ୍କୁ ଗାଳି ଦିଅନ୍ତୁ। ଯଦି ପ୍ରଧାନମନ୍ତ୍ରୀ ତିନିଜଣଙ୍କୁ ଅପମାନିତ କରନ୍ତି, ତେବେ ରାହୁଲ ଗାନ୍ଧୀଙ୍କ ଆତ୍ମାକୁ ଶାନ୍ତି ମିଳିବ। ଯେତେବେଳେ ରୁଷ୍‌, ଆମେରିକା ଓ ଚୀନ୍ ମିଳିତ ଭାବେ ଭାରତକୁ ବହିଷ୍କାର କରିବେ କିମ୍ବା ଭାରତ ଉପରେ ଆକ୍ରମଣ କରିବେ, ସେତେବେଳେ ତାଙ୍କ ହୃଦୟ ସନ୍ତୁଷ୍ଟ ହେବ କାରଣ ତା’ ଦ୍ବାରା ଜର୍ଜ ସୋରୋସଙ୍କର ଭାରତକୁ ଭାଙ୍ଗିବା ପାଇଁ ଏଜେଣ୍ଡା ସଫଳ ହୋଇପାରିବ।

ସେ ଆହୁରି କହିଛନ୍ତି, ମୁଁ ସବୁବେଳେ ଏହା କହୁଛି ଯେ ଭାରତକୁ ଭାଙ୍ଗିବା ପାଇଁ ଷଡ୍‌ଯନ୍ତ୍ର ଚାଲିଛି ଏବଂ ସେହି ଷଡ୍‌ଯନ୍ତ୍ରରେ ରାହୁଲ ଗାନ୍ଧୀ ସମ୍ପୃକ୍ତ ଅଛନ୍ତି। ସାଂସଦ ଦୁବେ ମଧ୍ୟ ଶ୍ରୀଲଙ୍କାରେ ଗୃହଯୁଦ୍ଧ ସମୟରେ ଭାରତୀୟ ଶାନ୍ତି ରକ୍ଷାକାରୀ ବାହିନୀ ପଠାଇବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଯେତେବେଳେ ଶ୍ରୀଲଙ୍କାରେ ଗୃହଯୁଦ୍ଧ ଚାଲିଥିଲା, ସେତେବେଳେ ରାଜୀବ ଗାନ୍ଧୀ ଭାରତୀୟ ସେନାକୁ ସେଠାକୁ ପଠାଇଥିଲେ। ଏହାର ପରିଣାମ ହେଲା, ପ୍ରଥମ ଥର ପାଇଁ ବିଦେଶରେ ଆମ ଦେଶର ପ୍ରଧାନମନ୍ତ୍ରୀଙ୍କୁ ସେହି ଦେଶର ସୈନିକମାନେ ଆକ୍ରମଣ କଲେ। ବିରୋଧୀଙ୍କୁ ସମାଲୋଚନା କରି ଦୁବେ କହିଛନ୍ତି, ଦେଶ କେବେ ବି ଏପରି ନୀଚ, ଅନୁଶାସନହୀନ ଓ ବେପରୁଆ ବିରୋଧ ଦେଖି ନାହିଁ।

ଏଲ୍‌ପିଜି ଉପଲବ୍ଧତାକୁ ନେଇ ଚାଲିଥିବା ବିତର୍କ ବିଷୟରେ ଉଲ୍ଲେଖ କରି ସେ ଦାବି କରିଛନ୍ତି ଯେ, ଅନେକ ପଡୋଶୀ ଦେଶ ଅଭାବର ସମ୍ମୁଖୀନ ହେଉଥିବାବେଳେ ଭାରତ ବହୁତ ଭଲ ସ୍ଥିତିରେ ଅଛି। ପାକିସ୍ତାନ ପ୍ରାୟ ଚାରି ଦିନ ପାଇଁ ବନ୍ଦ ହୋଇଯାଇଛି। ସେଠାକାର ପ୍ରାୟ ୯୦ ପ୍ରତିଶତ ରେସ୍ତୋରାଁ ବନ୍ଦ ରହିଛି। ବାଂଲାଦେଶରେ ପ୍ରାୟ ୯୫ ପ୍ରତିଶତ ରେସ୍ତୋରାଁ ବନ୍ଦ ହୋଇଯାଇଛି। ଶ୍ରୀଲଙ୍କାରେ ପ୍ରାୟ ୯୮ ପ୍ରତିଶତ ରେସ୍ତୋରାଁ ବନ୍ଦ ରହିଛି ଏବଂ ସେଠାରେ ଯାନବାହନ ଚଳାଚଳ ମଧ୍ୟ ହେଉନାହିଁ ବୋଲି ଦୁବେ ଦାବି କରିଛନ୍ତି। ସେ କହିଛନ୍ତି, ସିଙ୍ଗାପୁର, ଦୁବାଇ ଓ ଓମାନରେ ମଧ୍ୟ ପରିସ୍ଥିତି ଖରାପ ରହିଛି।

ଆହୁରି ପଢ଼ନ୍ତୁ: Rahul Targets BJP: କ୍ଷମତା ଲୋଭିଙ୍କୁ ଆଇନା ଦେଖାଇବା ଅପରାଧ ନୁହେଁ, ଦେଶଭକ୍ତି: ରାହୁଲ ଗାନ୍ଧୀ

ଆମର ପ୍ରାୟ ସମସ୍ତ ପଡ଼ୋଶୀ ଦେଶ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଚୀନ୍‌ର ଅବସ୍ଥା ମଧ୍ୟ ଭଲ ନୁହେଁ। ଏଭଳି ପରିସ୍ଥିତିରେ ସରକାରଙ୍କୁ ସମର୍ଥନ କରିବା ପରିବର୍ତ୍ତେ ବିରୋଧୀମାନେ କ’ଣ କରୁଛନ୍ତି? ଦୁବେ ୨୦୦୪ରୁ ୨୦୧୪ ମଧ୍ୟରେ ବର୍ତ୍ତମାନର ପରିସ୍ଥିତିକୁ ତୁଳନା କରି କହିଛନ୍ତି ଯେ, ସେହି ସମୟରେ ଲୋକଙ୍କୁ ଏଲ୍‌ପିଜି ସିଲିଣ୍ଡର ପାଇଁ ଲମ୍ବା ଧାଡିରେ ଛିଡ଼ା ହେବାକୁ ପଡୁଥିଲା। ଏକଦା ଏଲ୍‌ପିଜି ଧନୀମାନଙ୍କ ପାଇଁ ଏକ ସୁବିଧା ଭାବରେ ବିବେଚନା କରାଯାଉଥିଲା। ଆଜି ୧୩ କୋଟି ଲୋକଙ୍କୁ ଗ୍ୟାସ୍ ସଂଯୋଗ ପ୍ରଦାନ କରି ପ୍ରଧାନମନ୍ତ୍ରୀ ନିଶ୍ଚିତ କରିଛନ୍ତି ଯେ ଗରିବ ଲୋକଙ୍କ ପାଇଁ ମଧ୍ୟ ସମାନ ସୁବିଧା ଉପଲବ୍ଧ ହେବ। ଏଭଳି ଉଦ୍ୟମକୁ ସମର୍ଥନ କରିବା ପରିବର୍ତ୍ତେ ବିରୋଧୀମାନେ ଦଳୀୟ ରାଜନୀତି କରୁଛନ୍ତି ବୋଲି ଦୁବେ ଅଭିଯୋଗ କରିଛନ୍ତି।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment