---Advertisement---

ବିଜେଡିରୁ ୬ଜଣ ବିଧାୟକ ନିଲମ୍ବିତ

March 21, 2026 7:32 PM

ବିଜେଡିରୁ ୬ଜଣ ବିଧାୟକ ନିଲମ୍ବିତ

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଥିବା ବିଜୁ ଜନତା ଦଳ (ବିଜେଡି)ର ୬ଜଣ ବିଧାୟକ ନିଲମ୍ବିତ ହୋଇଛନ୍ତି। ନିଲମ୍ବିତ ବିଧାୟକମାନେ ହେଲେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜୟଦେବ (ଭୁବନେଶ୍ବର) ବିଧାୟକ ନବ କିଶେର ମଲ୍ଲିକ, କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ବସ୍ତା ବିଧାୟକ ସୁବାସିନୀ ଜେନା, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଓ ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀ। ଆଜି ସନ୍ଧ୍ୟାରେ ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ବିରୋଧୀ ଦଳ ନେତ୍ରୀ ପ୍ରମିଳା ମଲ୍ଲିକ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। 

ସୂଚନାଯୋଗ୍ୟ, ଗତ ୧୬ ତାରିଖ ଦିନ ରାଜ୍ୟରେ ୪ଟି ରାଜ୍ୟସଭା ଆସନ ପାଇଁ ମତଦାନ ହୋଇଥିଲେ। ଏହି ନିର୍ବାଚନରେ ବିଜେଡିର ନିଲମ୍ବିତ ଉପରୋକ୍ତ ବିଧାୟକମାନେ କ୍ରସ ଭୋଟିଂ କରିଥିଲେ। ଏହି ବିଧାୟକମାନେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲୀପ ରାୟଙ୍କୁ ମତଦାନ କରିଥିଲେ। ଏହା ପରେ ବିଜେହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଏନେଇ ବିଜେଡି ପ୍ରଥମେ ଦଳର ୬ ଜଣ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଥିଲା ଏବଂ ମାର୍ଚ୍ଚ ୨୦ ତାରିଖ ଅପରାହ୍‌ଣ ୫ଟା ସୁଦ୍ଧା କାରଣ ଦର୍ଶାଇବା ପାଇଁ ଉଲ୍ଲେଖ କରିଥିଲା। ବିଜେଡି ପକ୍ଷରୁ ଜାରି ହୋଇଥିବା ନୋଟିସରେ କୁହାଯାଇଥିଲା ଯେ, ଉପରୋକ୍ତ ବିଧାୟକମାନେ ଦଳର ଶୃଙ୍ଖଳାକୁ ଭଙ୍ଗ କରି ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିଛନ୍ତି। ଦଳର ନିର୍ଦ୍ଦେଶକୁ ଉଲ୍ଲଂଘନ କରିଛନ୍ତି। ତାଙ୍କ ବିରୋଧରେ ଦଳୀୟ ଶୃଙ୍ଖଳା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରା ନଯିବ, ତାହାର କୌଫତ୍‌ ତଲବ କରାଯାଇଛି।  

ଆହୁରି ପଢ଼ନ୍ତୁ: BJD: ବିଜୁ ଲିଗାସୀ କଥା କହୁଥିବା ଦେବୀ ତ୍ରିପାଠୀଙ୍କ ଘୃଣ୍ୟ କାର୍ଯ୍ୟ ନିନ୍ଦନୀୟ: ବିଜେଡି

ଗତ ୧୬ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ବିଧାନସଭାରେ ମତଦାନ ହୋଇଥିଲା। ଏଥିରେ ରାଜ୍ୟର ୧୪୭ ଜଣ ବିଧାୟକ ଭାଗ ନେଇଥିଲେ। ନିର୍ବାଚନରେ ବିଜେପିର ମନମୋହନ ସାମଲ ଏବଂ ସୁଜିତ କୁମାର ବିଜୟୀ ହେବା ସହ ସମର୍ଥିତ ପ୍ରାର୍ଥୀ ଦିଲୀପ ରାୟ ମଧ୍ୟ ବିଜୟୀ ହୋଇଛନ୍ତି। ଅପରପକ୍ଷେ ବିଜେଡିର ସଂତୃପ୍ତ ମିଶ୍ର ବି‌ଜୟୀ ହୋଇଥିଲା ବେଳେ କଂଗ୍ରେସ ସହ ସମର୍ଥିତ ପ୍ରାର୍ଥୀ ଦତ୍ତେଶ୍ବର ହୋତା ପରାଜିତ ହୋଇଥିଲେ।  ଶ୍ରୀ ହୋତା ବିଜେଡି ଏବଂ କଂଗ୍ରେସର ୧୧ ଜଣ ବିଧାୟକଙ୍କ କ୍ରସ ଭୋଟିଂ ଯୋଗୁ ପରାଜୟବରଣ କରିଥିଲା ବେଳେ ଦିଲୀପ ରାୟ ଏହାର ଫାଇନା ନେଇ ବିଜୟୀ ହୋଇଥିଲେ। 

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment