---Advertisement---

ଏଡ଼ପ୍ପାଦୀରୁ ଲଢ଼ିବେ ପଲାନିସ୍ବାମୀ

March 25, 2026 9:48 PM

ଏଡ଼ପ୍ପାଦୀରୁ ଲଢ଼ିବେ ପଲାନିସ୍ବାମୀ

ଚେନ୍ନାଇ: ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପାଖେଇ ଆସିବା ସହ ରାଜ୍ୟରେ ଏବେ ନିର୍ବାଚନୀ ପ୍ରସ୍ତୁତି କାର୍ଯ୍ୟକ୍ରମ ଜୋରଦାର ଚାଲିଛି। ଅଲ୍ ଇଣ୍ଡିଆ ଆନ୍ନା ଦ୍ରାବିଡ ମୁନେତ୍ରା କାଝଗମ (ଏଆଇଏଡିଏମ୍‌କେ) ଆଜି ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଜାରି କରିଛି। ଏହି ତାଲିକାରେ ୨୩ ଜଣଙ୍କ ନାଁ ରହିଛି। ଅନେକ ବରିଷ୍ଠ ନେତା ଏବଂ ପୂର୍ବତନ ମନ୍ତ୍ରୀଙ୍କୁ ସେମାନଙ୍କ ପାରମ୍ପରିକ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରାଯାଇଛି। ଦଳର ସାଧାରଣ ସମ୍ପାଦକ ଏବଂ ବିରୋଧୀ ଦଳ ନେତା ଇକେ ପଲାନିସ୍ୱାମୀ ସଲେମ ଜିଲ୍ଲାର ଏଡପ୍ପାଦୀ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ।

ଆହୁରି ପଢନ୍ତୁ-  Donald Trump: ଟ୍ରମ୍ପଙ୍କୁ ପରିହାସ କଲା ଇରାନ: କଟାକ୍ଷ କରି କହିଲା ନିଜ ସହ ନିଜେ କଥା ହେଉଛନ୍ତି କି ?

ତାଲିକାରେ ଥିବା ପ୍ରମୁଖ ନାମ ମଧ୍ୟରେ ବରିଷ୍ଠ ନେତା କେପି ମୁନୁସାମୀ ଅଛନ୍ତି, ଯିଏ କୃଷ୍ଣଗିରି ଜିଲ୍ଲାର ଭେପ୍ପାନାହାଲ୍ଲିରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଦିଣ୍ଡିଗୁଲ୍ ସି ଶ୍ରୀନିବାସନଙ୍କୁ ଦିଣ୍ଡିଗୁଲ୍‌ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରାଯାଇଛି। ବରିଷ୍ଠ ବିଧାୟକ ନାଥମ୍ ଆର ବିଶ୍ୱନାଥନ୍ ନାଥମ୍ ନିର୍ବାଚନମଣ୍ଡଳୀରୁ ପୁନଃନିର୍ବାଚନ ଲଢ଼ିବେ।ପୂର୍ବତନ ମନ୍ତ୍ରୀ ଏସ୍ ପି ଭେଲୁମଣିଙ୍କୁ ଥୋଣ୍ଡାମୁଥୁରରୁ ପ୍ରାର୍ଥୀ କରାଯାଇଛି, ଯେଉଁ ନିର୍ବାଚନମଣ୍ଡଳୀ ସେ ପୂର୍ବରୁ ପ୍ରତିନିଧିତ୍ୱ କରିଥିଲେ। ଚେନ୍ନାଇରେ ଦଳର ଜଣେ ପ୍ରମୁଖ ଚେହେରା, ପୂର୍ବତନ ମନ୍ତ୍ରୀ ଡି ଜୟକୁମାରଙ୍କୁ ଉତ୍ତର ଚେନ୍ନାଇର ରୋୟାପୁରମରୁ ପ୍ରାର୍ଥୀ କରାଯାଇଛି। ରାଜ୍ୟସଭା ସାଂସଦ ଏବଂ ପୂର୍ବତନ ମନ୍ତ୍ରୀ ସି ବି ଶନମୁଗମଙ୍କୁ ଭିଲ୍ଲୁପୁରମ ଜିଲ୍ଲାର ମୈଲମରୁ ପ୍ରାର୍ଥୀ କରାଯାଇଛି। ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ସି ବିଜୟଭାସ୍କର ଭିରାଳମଲାଇରୁ ନିର୍ବାଚନ ଲଢ଼ିବେ। ଦଳ ମଧ୍ୟ ପ୍ରତିଷ୍ଠିତ ରାଜନୈତିକ ପୃଷ୍ଠଭୂମିରୁ ଅନେକ ନେତାଙ୍କୁ ମଧ୍ୟ ମନୋନୀତ କରିଛି।

ଆହୁରି ପଢନ୍ତୁ-  Weather Alert: ବର୍ଷା ଓ ବଜ୍ରପାତ ନେଇ ପାଣିପାଗ ବିଭାଗର ସତର୍କ ସୂଚନା: ମାର୍ଚ୍ଚ ୨୬ରୁ ପାଗରେ ପରିବର୍ତ୍ତନ ସମ୍ଭାବନା…

ପି ଥାଙ୍ଗମାନି କୁମାରାପାଲାୟମ, ମଦୁରାଇ ପଶ୍ଚିମରୁ ସେଲ୍ଲୁର କେ ରାଜୁ, ପାଲାକୋଡରୁ କେ.ପି ଅନବାଲାଗାନ, ନାନ୍ନିଲାମରୁ ଆର କାମାରାଜ ଏବଂ ବେଦାରାଣ୍ୟମରୁ ଓଏସ ମାନିଆନ ନିର୍ବାଚନ ଲଢ଼ିବେ। ପୂର୍ବତନ ମନ୍ତ୍ରୀ କାଦମ୍ବୁର ସି ରାଜୁ ଏବଂ ଆର.ବି ଉଦୟକୁମାରଙ୍କୁ ଯଥାକ୍ରମେ କୋଭିଲପାଟ୍ଟି ଏବଂ ଥିରୁମଙ୍ଗଲମରୁ ପ୍ରାର୍ଥୀ କରାଯା‌ଇଛି। କେ.କେ ରାଜେନ୍ଦ୍ର ଭଲାଜୀ ଶିବକାସୀରୁ ନିର୍ବାଚନ ଲଢ଼ିବେ। ଏହି ତାଲିକାରେ ନାମିତ ଅନ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ପି ବେଞ୍ଜାମିନ୍, ଏସଏସ କୃଷ୍ଣମୂର୍ତ୍ତି, ଭି.ଭି ରାଜନ ଚେଲାପ୍ପା, କେସି କରୁପ୍ପାନନ୍, କେସି ଭେରାମଣି, ଏମ.ଆର୍ ବିଜୟବାସ୍କର ଏବଂ ଥାମରାଇ ଏସ୍ ରାଜେନ୍ଦ୍ରନ୍ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏଆଇଏଡିଏମ୍‌କେ ପ୍ରଥମ ପ୍ରମୁଖ ରାଜନୈତିକ ଦଳ ଭାବେ ଏହାର ପ୍ରାର୍ଥୀ ତାଲିକା‌ ଘୋଷଣା କରିଛି। ଅବଶ୍ୟ ପୂର୍ବରୁ ଏନ୍‌ଟିକେ (ନାମ ତାମିଲାର କାଚି) ୨୩୪ ଆସନରେ ଏକ ସମ୍ପୂର୍ଣ୍ଣ ତାଲିକା ଜାରି କରିଛି।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment