---Advertisement---

Odisha Janata Congress Office ଓଡ଼ିଶା ଜନତା କଂଗ୍ରେସର ରାଜ୍ୟ କାର୍ଯ୍ୟାଳୟ ଉଦ୍‌ଘାଟିତ

April 12, 2026 7:20 PM

Odisha Janata Congress Office ଓଡ଼ିଶା ଜନତା କଂଗ୍ରେସର ରାଜ୍ୟ କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର: ରବିବାର (୧୨ ଅପ୍ରିଲ୍‌) ରାଜଧାନୀ ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରେ ଓଡ଼ିଶା ଜନତା କଂଗ୍ରେସ ପାର୍ଟିର ନୂତନ କାର୍ଯ୍ୟାଳୟ ଶୁଭାରମ୍ଭ ହୋଇଯାଇଛି। ଓଡ଼ିଶା ଜନତା କଂଗ୍ରେସର ପ୍ରତିଷ୍ଠାତା ସଦସ୍ୟା ତଥା ମହମ୍ମଦ ମୋକିମଙ୍କ ଧର୍ମପତ୍ନୀ ଫିର୍ଦୋଷିଆ ବାନୋ ପ୍ରଥମେ ଫିଟକାଟି ଏହି କାର୍ଯ୍ୟାଳୟର ଶୁଭ ଉଦ୍ଘଟାନ କରିଥିଲେ। ପାର୍ଟିର ପ୍ରତିଷ୍ଠାତା ସଭାପତି ତଥା ବରିଷ୍ଠ ନେତା ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଉପସ୍ଥିତ ଥିଲେ। 

Md Mokim New Political Party ମାର୍ଚ୍ଚ ଶେଷ ସୁଦ୍ଧା ନୂଆ ରାଜନୈତିକ ଦଳ: ମହମ୍ମଦ ମୋକିମ୍
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୋକିମଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମକର୍ତ୍ତା ଓ ସମର୍ଥକମାନେ ଉପସ୍ଥିତ ରହିଥିଲେ। ନୂତନ କାର୍ଯ୍ୟାଳୟ ପ୍ରତିଷ୍ଠା ଦ୍ୱାରା ଦଳର ସାଂଗଠନିକ କାର୍ଯ୍ୟଧାରା ଆହୁରି ସୁଦୃଢ଼ ହେବ ଏବଂ ଏହା ଲୋକଙ୍କ ସମସ୍ୟା ଶୁଣିବା ତଥା ସେବା କରିବାର ଏକ ପ୍ରମୁଖ କେନ୍ଦ୍ର ପାଲଟିବ ବୋଲି ମୋକିମ୍‌ ମତ ଦେଇଛନ୍ତି।  

ଦଳ ବିରୋଧୀ କାର୍ଯ୍ୟ ପାଇଁ ମହମ୍ମଦ ମୋକିମ୍‌, ଚିରଂଜୀବ ବିଶ୍ବାଳ କଂଗ୍ରେସରୁ ନିଲମ୍ବିତ

ଓଡ଼ିଶା ଜନତା କଂଗ୍ରେସର ଉଦ୍ଘାଟନୀ ସଭା ଆଗାମୀ ୧୫ ତାରିଖରେ ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ  ହେବ ବୋଲି ମୋକିମ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ମଧୁ ମହାନ୍ତି, ବଦ୍ରିନାରାୟଣ ମହାନ୍ତି, ଗିରିବାଳା ବେହେରା, ନିକୁଞ୍ଜ ପଶାୟତ, ନଜିବୁର ରେହମନ ଖାନ, ପ୍ରଦୀପ ପ୍ରଧାନ, ମନୋଜ ଜେନା, ବାସୁଦେବ ଭଟ୍ଟ, ପ୍ରସନ୍ନ ବିଷୋୟୀ, ଶୈଳବାଳା ଜେନା, ସଞ୍ଜୟ ରାୟ, ଶୁଭେନ୍ଦୁ ମଲ୍ଲିକ, ବିଦ୍ୟାଧର ମହାନ୍ତି, ନରେଶ ମହାନ୍ତି, ସେକ ବଦିରୁଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ। ଯୁବନେତା ଆର୍ଯ୍ୟବୀର ଲେଙ୍କା, ସୂର୍ଯ୍ୟକାନ୍ତ ରାଉତ, ସୋମନାଥ ରାଉତ, ସୁଜିତ ସ୍ୱାଇଁ, ଅନିଲ ବେଉରା, ସଂଗ୍ରାମ କିଶୋର ମାଝୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment