---Advertisement---

କର୍ଣ୍ଣାଟକ କଂଗ୍ରେସରେ ପୁଣି ବିବାଦ

April 12, 2026 9:02 PM

କର୍ଣ୍ଣାଟକ କଂଗ୍ରେସରେ ପୁଣି ବିବାଦ

ନୂଆଦିଲ୍ଲୀ: କର୍ଣ୍ଣାଟକ କଂଗ୍ରେସରେ ପୁଣି ବିବାଦ ଆରମ୍ଭ ହୋଇଯାଇଛି। ମନ୍ତ୍ରିମଣ୍ଡଳରେ ସାମିଲ କରିବା ଦାବିରେ କଂଗ୍ରେସର ପାଖାପାଖି ୩୦ ଜଣ ବିଧାୟକ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡ଼ିଛି। ଆସନ୍ତାକାଲି ହାଇକମାଣ୍ଡ ଅଫିସରେ ପହଞ୍ଚି କ୍ୟାବିନେଟରେ ଅଦଳବଦଳ ପାଇଁ ସେମାନେ ଦାବି କରିବେ। ଗତ ମାର୍ଚ୍ଚ ମାସରେ ବିଧାୟକମାନେ ଏକ ନୈଶ ଭୋଜିରେ ଏନେଇ ଆଲୋଚନା କରିଥିଲେ। ନିକଟରେ ଶେଷ ହୋଇଥିବା ଉପନିର୍ବାଚନ ପରେ ମନ୍ତ୍ରିମଣ୍ଡଳରେ ପୁଃନଗଠନ ନେଇ ଚର୍ଚ୍ଚା ଚାଲିଥିବାବେଳେ ବିଧାୟକମାନେ ସେମାନଙ୍କ ଦାବି ରଖିବାକୁ ଏକାଠି ହୋଇଛନ୍ତି।

ସୋମବାର ବିଧାୟକମାନେ ଦିଲ୍ଲୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ କଂଗ୍ରେସ ବେଲୁର୍‌ ବିଧାୟକ ଗୋପାଳକ୍ରିଷ୍ଣା କହିଛନ୍ତି, ବିଧାୟକ ଗୋଷ୍ଠୀ ପୂର୍ବରୁ ସେମାନଙ୍କ ଭିତରେ ଏନେଇ ଆଲୋଚନା କରିସାରିଛନ୍ତି ଓ ମନ୍ତ୍ରିମଣ୍ଡଳରେ ସେମାନଙ୍କୁ ସାମିଲ କରିବାକୁ ଦାବି କରିବାକୁ ଏକାଠି ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି, ଏହି ଗସ୍ତର ମନ୍ତ୍ରିପଦ ଦାବି ବ୍ୟତୀତ ଅନ୍ୟ କିଛି ଉଦ୍ଦେଶ୍ୟ ନାହିଁ। କେତେକ ବିଧାୟକ ତିନି, ଚାରି ଓ ଏପରିକି ୫ ଥର ମନ୍ତ୍ରୀ ହୋଇସାରିଲେଣି। କିନ୍ତୁ ବହୁ ବିଧାୟକ ବିଲକୁଲ୍‌ ମନ୍ତ୍ରିପଦ ପାଇନାହାନ୍ତି, ସେମାନଙ୍କୁ ଅତିକମ୍‌ରେ ଥରେ ସୁଯୋଗ ଦିଆଯାଉ ବୋଲି ଦାବି କରିବୁ ବୋଲି ଗୋପାଳକ୍ରିଷ୍ଣା କହିଛନ୍ତି। କଂଗ୍ରେସ ବିଧାୟକ ଅଶୋକ ପଟ୍ଟନ କହିଛନ୍ତି, ଏହି ପଦକ୍ଷେପ ସାମୂହିକ ନେତୃତ୍ୱ ପାଇଁ ଏକ ପ୍ରୟାସକୁ ପ୍ରତିଫଳିତ କରୁଛି।

ଆହୁରି ପଢ଼ନ୍ତୁ: Rahul Gandhi Targets: ଆସାମରେ ଏକ ‘ଲ୍ୟାଣ୍ଡ ଏଟିଏମ୍’ ଚାଲିଛି: ରାହୁଲ ଗାନ୍ଧୀ

କ୍ୟାବିନେଟରେ ଅଦଳବଦଳ କରି ଆମ ଭଳି ବରିଷ୍ଠ ନେତାଙ୍କୁ ଥରେ ସୁଯୋଗ ଦିଆଯାଉ ବୋଲି ଦାବି ରହିବ। ସେ କହିଛନ୍ତି, ବିଧାୟକ ଗୋଷ୍ଠୀ ଏଆଇସିସି ଅଧ୍ୟକ୍ଷ ମଲିକାର୍ଜ୍ଜୁନ ଖଡ଼ଗେ, ରାହୁଲ ଗାନ୍ଧୀଙ୍କ ପରି ବରିଷ୍ଠ ନେତାଙ୍କୁ ଭେଟି ସେମାନଙ୍କ ଦାବି ରଖିବେ।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment