---Advertisement---

ହରିବଂଶ ତୃତୀୟ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚିତ

April 17, 2026 3:08 PM

ହରିବଂଶ ତୃତୀୟ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚିତ

ନୂଆଦିଲ୍ଲୀ: ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ସାଂସଦ ହରିବଂଶ ନାରାୟଣ ସିଂହ। କ୍ରମାଗତ ତୃତୀୟ ଥର ପାଇଁ ହରିବଂଶ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏପ୍ରିଲ ୯ରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଯିବା ପରେ ଏହି ପଦବୀ ଖାଲି ପଡ଼ିଥିଲା। କେନ୍ଦ୍ର ମନ୍ତ୍ରୀ ତଥା ଗୃହର ନେତା ଜେପି ନଡ୍ଡା ହରିବଂଶଙ୍କ ନିର୍ବାଚନ ପାଇଁ ପ୍ରସ୍ତାବ ଆଗତ କରିଥିଲେ, ଯାହା ନିର୍ଦ୍ବନ୍ଦ୍ବରେ ଗୃହୀତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହରିବଂଶଙ୍କୁ ପୁନଃନିର୍ବାଚିତ ହେବା ପାଇଁ ଅଭିନନ୍ଦନ ଜଣାଇବା ସହିତ ଉଚ୍ଚ ସଦନର କାର୍ଯ୍ୟକାରିତାରେ ତାଙ୍କର ଅଭିଜ୍ଞତା ଏବଂ ଅବଦାନକୁ ପ୍ରଶଂସା କରିଛନ୍ତି। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ ହରିବଂଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମ୍ବାଦିକରୁ ରାଜନେତା ହୋଇଥିବା ହରିବଂଶ ପୁନର୍ବାର ନିର୍ବାଚିତ ହେବା ଉଲ୍ଲେଖନୀୟ। ପ୍ରଥମ ଥର ପାଇଁ ରାଜ୍ୟସଭାର ଉପାଧ୍ୟକ୍ଷ ପଦ ପାଇଁ ଜଣେ ମନୋନୀତ ସଦସ୍ୟ ନିର୍ବାଚିତ ହୋଇଛନ୍ତି।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment