---Advertisement---

ତାମିଲନାଡୁରେ ରାହୁଲଙ୍କ ଗର୍ଜନ, କେନ୍ଦ୍ର ସରକାରଙ୍କ ବିରୋଧରେ ଆଣିଲେ ଗମ୍ଭୀର ଅଭିଯୋଗ

April 18, 2026 5:49 PM

ତାମିଲନାଡୁରେ ରାହୁଲଙ୍କ ଗର୍ଜନ, କେନ୍ଦ୍ର ସରକାରଙ୍କ ବିରୋଧରେ ଆଣିଲେ ଗମ୍ଭୀର ଅଭିଯୋଗ

ଚେନ୍ନାଇ: କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର ତାମିଲନାଡୁର ପୋନେରୀଠାରେ ଆୟୋଜିତ ଏକ ବିଶାଳ ନିର୍ବାଚନୀ ଜନସଭାରେ କେନ୍ଦ୍ର ସରକାର ଓ ବିଜେପି ବିରୋଧରେ ଗମ୍ଭୀର ଅଭିଯୋଗ ଆଣି ନିର୍ବାଚନୀ ପ୍ରଚାରକୁ ଅଧିକ ସରଗରମ କରିଛନ୍ତି। ସଂସଦରେ ଆଗତ ନୂତନ ବିଲକୁ ନେଇ ସରକାରଙ୍କୁ ଘେରିବା ସହ ସେ କହିଛନ୍ତି ଯେ, ମହିଳା ସଂରକ୍ଷଣର ଆଳ ଦେଖାଇ କେନ୍ଦ୍ର ସରକାର ପ୍ରକୃତରେ ସୀମା ନିର୍ଦ୍ଧାରଣ ମାଧ୍ୟମରେ ତାମିଲନାଡୁ ଭଳି ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକର ରାଜନୈତିକ ଶକ୍ତି ଓ ଲୋକସଭା ଆସନ ହ୍ରାସ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ତାମିଲନାଡୁର ଭାଷା, ସଂସ୍କୃତି ଓ ପରିଚୟକୁ ସୁରକ୍ଷା ଦେବା ପାଇଁ ଏହି ନିର୍ବାଚନ ଏକ ନିର୍ଣ୍ଣାୟକ ଯୁଦ୍ଧ ବୋଲି ସେ କହିଛନ୍ତି।

ଆହୁରି ପଢନ୍ତୁ;Football: ସୁଟ୍‌ଆଉଟ୍‌ରେ ଆର୍ଜେଣ୍ଟିନାକୁ ହରାଇଲା ଭାରତୀୟ ମହିଳା ହକି ଦଳ

ରାହୁଲ ଗାନ୍ଧୀ ନିଜ ଭାବପ୍ରବଣ ଅଭିଭାଷଣରେ କହିଛନ୍ତି ଯେ, ଆରଏସଏସ ଓ ବିଜେପି ଦିଲ୍ଲୀରୁ ତାମିଲନାଡୁକୁ ଶାସନ କରିବାକୁ ଚାହୁଁଛନ୍ତି ଏବଂ ଏଠାରେ ଏପରି ଜଣେ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ଯିଏ ସେମାନଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବେ। ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ ଭାରତ ହେଉଛି ରାଜ୍ୟଗୁଡ଼ିକର ଏକ ସଂଘ, ଯେଉଁଠାରେ ପ୍ରତ୍ୟେକ ରାଜ୍ୟର ନିଜସ୍ୱ ଭାଷା ଓ ପରମ୍ପରା ବଜାୟ ରଖିବାର ସାମ୍ବିଧାନିକ ଅଧିକାର ରହିଛି। ପ୍ରଧାନମନ୍ତ୍ରୀଙ୍କ ”ଗୋଟିଏ ଜାତି, ଗୋଟିଏ ନେତା ଓ ଗୋଟିଏ ଭାଷା” ନୀତିକୁ ସମ୍ବିଧାନ ଉପରେ ଆକ୍ରମଣ ବୋଲି ଦର୍ଶାଇ ସେ କହିଛନ୍ତି ଯେ ତାମିଲନାଡୁର ଭବିଷ୍ୟତ କେବଳ ଏହି ରାଜ୍ୟର ଜନସାଧାରଣ ହିଁ ସ୍ଥିର କରିବେ।

ଆହୁରି ପଢନ୍ତୁ;🔴 LIVE News Updates 2026 April 18: ସମ୍ମିଳନୀରୁ ତଡ଼ା ଖାଇଲେ ବିଧାୟକଙ୍କ ପୁଅ; ଯୋଜନା ବୋର୍ଡ ବଦଳରେ ସିଟି ଓଡ଼ିଶା; ଶିକ୍ଷୟିତ୍ରୀଙ୍କୁ କାମୁଡ଼ିଲା କୁକୁର

ନିଜ ପରିବାର ଓ ରାଜ୍ୟ ମଧ୍ୟରେ ଥିବା ସମ୍ପର୍କକୁ ସ୍ମରଣ କରି ରାହୁଲ କହିଛନ୍ତି ଯେ, ତାଙ୍କ ପିତା ରାଜୀବ ଗାନ୍ଧୀ ତାମିଲନାଡୁ ପାଇଁ ନିଜର ସର୍ବସ୍ୱ ତ୍ୟାଗ କରିଥିଲେ ଏବଂ ସେ ନିଜେ ମଧ୍ୟ ଏହି ମାଟିର ଭାବନା ସହିତ ଗଭୀର ଭାବେ ଜଡ଼ିତ। ଆସନ୍ତା ଏପ୍ରିଲ ୨୩ରେ ଅନୁଷ୍ଠିତ ହେବାକୁ ଥିବା ଗୋଟିଏ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ‘ଇଣ୍ଡିଆ ମେଣ୍ଟର’ ସପକ୍ଷରେ ସମର୍ଥନ ଲୋଡ଼ିବା ସହ ଏହି ମେଣ୍ଟ କେନ୍ଦ୍ରୀକୃତ ଶାସନ ଓ ତାମିଲ ଅସ୍ମିତା ଉପରେ ହେଉଥିବା ଆଘାତକୁ କଦାପି ସହ୍ୟ କରିବ ନାହିଁ ବୋଲି ସେ କହିଛନ୍ତି। ଟିଭିକେ ନେତା ବିଜୟ କୁମାରଙ୍କ ଆଗମନ ପରେ ରାଜ୍ୟରେ ଏହି ଲଢ଼େଇ ତ୍ରିମୁଖୀ ହେବାକୁ ଯାଉଥିବା ବେଳେ ରାହୁଲଙ୍କ ଏହି ଆକ୍ରମଣାତ୍ମକ ଆଭିମୁଖ୍ୟ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment