---Advertisement---

ବ୍ରହ୍ମଗିରିରେ ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣା

April 22, 2026 10:22 PM

ବ୍ରହ୍ମଗିରିରେ ୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣା

ଭୁବନେଶ୍ୱର: ପୁରୀଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଆଜି ପୂର୍ବାହ୍ନରେ ପୁରୀ କୋର୍ଟ ପରିସରରେ ପୀଡ଼ିତାଙ୍କ ପରିବାରକୁ ବିଜେଡ଼ି ପ୍ରତିନିଧି ଦଳ ଭେଟିବା ସହ ପୀଡ଼ିତାଙ୍କ ଗ୍ରାମକୁ ଯାଇ ଗ୍ରାମବାସୀଙ୍କ ସହିତ ଏଭଳି ଅମାନବୀୟ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଗ୍ରାମବାସୀମାନେ ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଥିଲେ।

ଆଜି ଅପରାହ୍ନରେ ବିଜେଡି ପ୍ରତିନିଧି ମଣ୍ଡଳୀ ସହିତ ଦଳର ଉପସଭାପତି ସଞ୍ଜୟ କୁମାର ଦାସବର୍ମା ପୁରୀ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କୁ ଭେଟି ଘଟଣା ସମ୍ପର୍କରେ ସମସ୍ତ ଦିଗ ଉପରେ ଆଲୋଚନା କରିଥିଲେ। ବ୍ରହ୍ମଗିରିରେ ବାରମ୍ବାର ଘଟୁଥିବା ଏଭଳି ଘଟଣା ଭବିଷ୍ୟତରେ ଯେଭଳି ପୁନରାବୃତ୍ତି ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବା ସହ ଅପରାଧୀକୁ କଠୋରରୁ କଠୋରତମ ଦଣ୍ଡ ଦେବାକୁ ଦାବି କରିଥିଲେ। ଏଭଳି ଘଟଣା ପାଇଁ ବ୍ରହ୍ମଗିରି ଅପନିନ୍ଦିତ ହେବା ସହ ଶ୍ରୀଜଗନ୍ନାଥଙ୍କ ଶ୍ରୀକ୍ଷେତ୍ର ଏବଂ ଚିଲିକା ଭଳି ପର୍ଯ୍ୟଟନସ୍ଥଳୀ ନିନ୍ଦିତ ହୋଇଛି। ଏହି ସାମାଜିକ ବ୍ୟାଧିକୁ ଦଳମତ ନିର୍ବିଶେଷରେ ସମସ୍ତେ ନିନ୍ଦା କରିବା ସହିତ ଏଭଳି ଘଟଣା ଯେଭଳି ପୁନରାବୃତ୍ତି ନ ହୁଏ। ସେଥିପ୍ରତି ଦୃଷ୍ଟି ଦେବାକୁ ଏସପିଙ୍କ ନିକଟରେ ପ୍ରତିନିଧି ମଣ୍ଡଳୀ ଦାବି କରିଛି।  

ଆହୁରି ପଢ଼ନ୍ତୁ: BJD Strike: ଆଶ୍ରମ ସ୍କୁଲ ଛାତ୍ରୀଙ୍କ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି: ବିଜେଡି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜେଡିର ଏହି ପ୍ରତିନିଧି ମଣ୍ଡଳୀ ପୀଡ଼ିତାଙ୍କ ଗାଁକୁ ଗସ୍ତ କରି ଜିଲ୍ଳା ପ୍ରଶାସନ ସହିତ ଆଲୋଚନା କରିଥିଲେ। ପୀଡ଼ିତାଙ୍କୁ କ୍ଷତିପୂରଣ ଦିଆଯିବା ସହ ନିରପେକ୍ଷ ତଦନ୍ତ କରି ପୋସ୍କୋ ଆକ୍ଟରେ ଫାଷ୍ଟଟ୍ରାକ କୋର୍ଟରେ ଦୋଷୀକୁ କଠୋର ଦଣ୍ଡ ଦିଆଯିବ ବୋଲି  ପୁରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ ପ୍ରତିଶ୍ରୁତି ଦେଇଥିଲେ। ବିଜେଡ଼ି ପ୍ରତିଦିଧି ଦଳରେ ରାଜ୍ୟସଭା ସଦସ୍ୟା ସୁଲତା ଦେଓ, ବିଧାୟକ ତୁଷାରକାନ୍ତି ବେହେରା, ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ,  ଜିଲ୍ଲାପରିଷଦ ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ, ବ୍ରହ୍ମଗିରି ବ୍ଲକ୍ ପଞ୍ଚାୟତ ସମିତି ଅଧ୍ୟକ୍ଷା ରତ୍ନମାଳା ବେହେରା, ଜିଲ୍ଳା ମହିଳା ସଭାପତି କସ୍ତୁରୀ ସ୍ୱାଇଁ, ବିଜୁ ମହିଳା ଜନତା ଦଳର ଜୋନାଲ ସଭାପତି ପୁଷ୍ପାଞ୍ଜଳି ରଣା, ଜିଲ୍ଲା ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାପତି ମାନସୀ ହରିଚନ୍ଦନ, ବ୍ରହ୍ମଗିରି ବ୍ଲକ୍‌ର ଉପାଧ୍ୟକ୍ଷା ମାଳିନୀ ଦଳେଇ, ମିସନଶକ୍ତି ଅଧ୍ୟକ୍ଷା ଶର୍ମିଷ୍ଠା ସାହୁ, ବ୍ରହ୍ମଗିରି ବ୍ଲକ୍ ସଭାପତି ବିଦ୍ୟାଧର ସ୍ୱାଇଁ,  ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର, ଫାଲଗୁନି ଜାଲି ପ୍ରମୁଖ ସାମିଲ ଥିଲେ।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment