
ଭଦ୍ରକ(ହରିହର ନାୟକ): ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି (ସୋମବାର) ନିଜର ଭଦ୍ରକ ଗସ୍ତ ସମୟରେ ତୀବ୍ର ବିରୋଧର ସମ୍ମୁଖିନ ହୋଇଛନ୍ତି। କଂଗ୍ରେସର ଶତାଧିକ କର୍ମୀ ଉପମୁଖ୍ୟମନ୍ତ୍ରୀ ’ଗୋ ବ୍ୟାକ୍’ ନାରା ଦେଇ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।
/filters:format(webp)/sambad/media/media_files/2026/06/15/prabhati-parida-go-back1-2026-06-15-19-41-06.jpg)
ଜିଲା କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ପାର୍ଟି କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ କଂଗ୍ରେସ ନେତା ଓ କର୍ମୀ ମାନେ ପ୍ରଭାତୀ ପରିଡ଼ା ଗୋ ବ୍ୟାକ୍ ନାରା ଦେଇଥିଲେ। ‘ମହିଳା ବିରୋଧୀ ବିଜେପି ସରକାର ଡାଉନ୍ ଡାଉନ୍’ ସ୍ଲୋଗାନ ଦେଇ ଭଦ୍ରକ ସହର ପରିକ୍ରମା କରିଥିଲେ। ଟାଉନ୍ ହଲ ଅଭିମୁଖେ ଆସୁଥିବା ବେଳେ କଂଗ୍ରେସ କର୍ମୀମାନଙ୍କୁ ଭଦ୍ରକ ପୁଲିସ ଟାଉନ୍ ଥାନା ଛକରେ ଅଟକାଇଥିଲା। ସେଠାରେ କଂଗ୍ରେସ କର୍ମୀ ମାନେ ରାସ୍ତା ଉପରେ ବସି ଧାରଣା ଦେଇଥିଲେ। ସେଠାରେ ଏକ ପ୍ରତିବାଦ ସଭାରେ ନେତାମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ।
କଂଗ୍ରେସ ନେତାମାନେ କହିଛନ୍ତି, ବିଜେପି ସରକାର ସମୟରେ ମହିଳା ହିଂସା ବୃଦ୍ଧି ପାଇଛି। ମହିଳାମାନଙ୍କ ପ୍ରତି ଆକ୍ରୋଶ ମନୋଭାବ, ମହିଳା ସରପଞ୍ଚ ଚାମେଲି ଓଝାଙ୍କୁ ମାଡ଼ ମାରିବା ଓ ତାଙ୍କୁ ଗିରଫ କରି ଜେଲ ପଠାଇବାର ପ୍ରତିବାଦ କରାଯାଇଛି। ଏହାକୁ ନେଇ ଆଜି ଭଦ୍ରକ ଜିଲା କଂଗ୍ରେସ ପକ୍ଷ ରୁ ଓଡ଼ିଶାର ଉପମୁଖ୍ୟ ମନ୍ତ୍ରୀ ପ୍ରଭାତ ପରିଡ଼ା ଙ୍କ ଭଦ୍ରକ ଗ୍ରସ୍ତକୁ ବିରୋଧ କରାଯାଇଛି।