---Advertisement---

ଦୁଇ ଦଶନ୍ଧି ପରେ ସରକାରୀ ବଙ୍ଗଳା ଛାଡ଼ିଲେ ରାବଡ଼ି ଦେବୀ

June 29, 2026 8:51 PM

ଦୁଇ ଦଶନ୍ଧି ପରେ ସରକାରୀ ବଙ୍ଗଳା ଛାଡ଼ିଲେ ରାବଡ଼ି ଦେବୀ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ର ବରିଷ୍ଠ ନେତ୍ରୀ ରାବଡ଼ି ଦେବୀ ପ୍ରାୟ ଦୁଇ ଦଶନ୍ଧି ଧରି ରହୁଥିବା ପାଟନାର ୧୦ ସର୍କୁଲାର ରୋଡ୍‌ ସ୍ଥିତ ସରକାରୀ ବଙ୍ଗଳା ଖାଲି କରିବା ଆରମ୍ଭ କରିଛନ୍ତି। ସୋମବାର ଏହି ବଙ୍ଗଳା ଖାଲି କରିବାର ଶେଷ ସମୟସୀମା ଥିବାରୁ ରବିବାର ସନ୍ଧ୍ୟାରୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ଆହୁରି ପଢନ୍ତୁ :Lord Jagannath: ସ୍ନାନ ପୂର୍ଣ୍ଣିମାରେ ଭକ୍ତିମୟ ପରିବେଶ, ଆତ୍ମବିଭୋର ହେଲେ ଶ୍ରଦ୍ଧାଳୁ

ବଙ୍ଗଳା ପରିସରରେ ଲାଗିଥିବା ସିସିଟିଭି କ୍ୟାମେରା ଖୋଲି ଦିଆଯାଇଛି। ଘରର ଆସବାବପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଟ୍ରକ୍‌ ଯୋଗେ ପରିବାରର କୌଟିଲ୍ୟ ନଗରସ୍ଥିତ ବ୍ୟକ୍ତିଗତ ବାସଭବନକୁ ନିଆଯାଉଛି। ରାବଡ଼ି ଦେବୀ ୨୦୦୬ ମସିହାରୁ ଏହି ସରକାରୀ ବଙ୍ଗଳାରେ ରହୁଥିଲେ। ପ୍ରଥମେ ବିହାର ବିଧାନସଭାର ବିରୋଧୀ ଦଳ ନେତ୍ରୀ ଥିବାବେଳେ ଏହି ବାସଭବନ ତାଙ୍କୁ ଆବଣ୍ଟନ କରାଯାଇଥିଲା। ପରେ ସେ ବିଧାନ ପରିଷଦରେ ବିରୋଧୀ ଦଳର ନେତ୍ରୀ ହେବା ପରେ ମଧ୍ୟ ସେହି ବଙ୍ଗଳାରେ ରହିଆସୁଥିଲେ। ଦୀର୍ଘ ସମୟ ଧରି ଏହି ବାସଭବନ ଲାଲୁ ପରିବାର ଓ ଆର୍‌ଜେଡିର ରାଜନୈତିକ କାର୍ଯ୍ୟକଳାପର ଏକ ପ୍ରମୁଖ କେନ୍ଦ୍ର ପାଲଟିଥିଲା।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment