
ନୂଆଦିଲ୍ଲୀ: ତାମିଲନାଡୁର କରୁର ଦଳାଚକଟା ଘଟଣାର ତଦନ୍ତ ଚାଲିଥିବାବେଳେ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ ଓ ତାଙ୍କ ଦଳର ନେତାମାନଙ୍କୁ ପୀଡ଼ିତ ପରିବାରଙ୍କୁ ଭେଟିବା ଏବଂ ମାମଲା ସମ୍ପର୍କରେ ସାର୍ବଜନୀନ ବୟାନ ଦେବାରୁ ବାରଣ କରିବାକୁ ନେଇ ଦାଖଲ ହୋଇଥିବା ଡିଏମ୍କେର ଆବେଦନକୁ ସୁପ୍ରିମ୍କୋର୍ଟ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଶେଷରେ ଡିଏମ୍କେ ଆବେଦନ ପ୍ରତ୍ୟାହାର କରିନେବା ପରେ ସର୍ବୋଚ୍ଚ ଅଦାଲତ ମାମଲାର ଶୁଣାଣି ଶେଷ କରିଛନ୍ତି।
ଆହୁରି ପଢନ୍ତୁ: Leopard Found Dead ଶିକାରୀ ଫlସରେ ପଡ଼ି କଲରା ପତରିଆ ବାଘ ମୃତ, ଗଛ ଉପରୁ ମୃତଦେହ ଉଦ୍ଧାର
ବିଚାରପତି କେଭି ବିଶ୍ୱନାଥନ ଓ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଶୁଣାଣି ବେଳେ ପ୍ରଶ୍ନ କରିଥିଲେ, ଆପଣମାନେ କ’ଣ ଚାହୁଁଛନ୍ତି? ମୁଖ୍ୟମନ୍ତ୍ରୀ କେଉଁଠିକି ଯିବେ କିମ୍ବା କ’ଣ କହିବେ, ତାହାକୁ ସୁପ୍ରିମ୍କୋର୍ଟ ନିୟନ୍ତ୍ରଣ କରିବ? ଅଦାଲତ ଆହୁରି କହିଥିଲେ ଯେ, ନ୍ୟାୟାଳୟକୁ ରାଜନୈତିକ ମଞ୍ଚରେ ପରିଣତ କରାଯାଇପାରିବ ନାହିଁ। ଏହି ମାମଲାରେ ପୂର୍ବରୁ ସୁପ୍ରିମ୍କୋର୍ଟ ନିଜେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିବାରୁ ତଦନ୍ତ ପ୍ରକ୍ରିୟା ଉପରେ ଅଦାଲତର ନଜର ରହିଛି ବୋଲି ମଧ୍ୟ କହିଥିଲେ।
ଡିଏମ୍କେ ପକ୍ଷରୁ ଦାଖଲ ହୋଇଥିବା ଆବେଦନରେ କୁହାଯାଇଥିଲା ଯେ, କରୁର ଦଳାଚକଟା ଘଟଣାର ତଦନ୍ତ ସିବିଆଇ କରୁଥିବାରୁ ମୁଖ୍ୟମନ୍ତ୍ରୀ ବିଜୟ, ମନ୍ତ୍ରୀ ଆଧବ ଅର୍ଜୁନ ଓ ଅନ୍ୟ ଟିଭିକେ ନେତାଙ୍କ ସାର୍ବଜନୀନ ମନ୍ତବ୍ୟ କିମ୍ବା ପୀଡ଼ିତ ପରିବାରଙ୍କ ସହ ସାକ୍ଷାତ୍ ତଦନ୍ତ ଓ ସାକ୍ଷୀମାନଙ୍କ ଉପରେ ପ୍ରଭାବ ପକାଇପାରେ। ସେଥିପାଇଁ ସେମାନଙ୍କ ଉପରେ ଅସ୍ଥାୟୀ କଟକଣା ଲଗାଇବାକୁ ଦଳ ଦାବି କରିଥିଲା।
ଆହୁରି ପଢନ୍ତୁ:Narla Minor Burn Case Verdic ଚର୍ଚ୍ଚିତ ନର୍ଲା ନାବାଳିକା ପୋଡ଼ି ମାମଲା: ମୁଖ୍ୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ
ତେବେ ସୁପ୍ରିମ୍କୋର୍ଟ ଏହି ଦାବିକୁ ଗ୍ରହଣ କରିନଥିଲେ। ଖଣ୍ଡପୀଠ ସ୍ପଷ୍ଟ କରିଥିଲେ ଯେ, ଜଣେ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କିମ୍ବା ସାର୍ବଜନୀନ କାର୍ଯ୍ୟକଳାପକୁ ଅଦାଲତ ନିୟନ୍ତ୍ରଣ କରିବାର କୌଣସି ଆଇନଗତ ଆଧାର ନାହିଁ। ଏହାପରେ ଡିଏମ୍କେ ପକ୍ଷର ଓକିଲ ଆବେଦନ ପ୍ରତ୍ୟାହାର କରିବାକୁ ଅନୁମତି ମାଗିଥିଲେ ଏବଂ ଅଦାଲତ ତାହାକୁ ମଞ୍ଜୁର କରିଥିଲେ।
ଆହୁରି ପଢନ୍ତୁ:Bilateral Talks: ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱିପାକ୍ଷିକ ଆଲୋଚନା
ଉଲ୍ଲେଖଯୋଗ୍ୟ ଯେ, ୨୦୨୫ ସେପ୍ଟେମ୍ବରରେ କରୁରରେ ଟିଭିକେର ଏକ କାର୍ଯ୍ୟକ୍ରମ ସମୟରେ ଦଳାଚକଟାରେ ୪୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ପ୍ରସଙ୍ଗକୁ ନେଇ ତାମିଲନାଡୁରେ ଶାସକ ଟିଭିକେ ଓ ବିରୋଧୀ ଡିଏମ୍କେ ମଧ୍ୟରେ ରାଜନୈତିକ ମୁହାଁମୁହିଁ ଜାରି ରହିଛି।