---Advertisement---

ସନାତନ ଧର୍ମକୁ ଅପମାନ ପାଇଁ ରାହୁଲ, ପପ୍ପୁ ଯାଦବ , ଅୱଧେଶ ପ୍ରସାଦଙ୍କ ବିରୋଧରେ ମାମଲା

August 1, 2026 9:50 PM

ସନାତନ ଧର୍ମକୁ ଅପମାନ ପାଇଁ ରାହୁଲ, ପପ୍ପୁ ଯାଦବ , ଅୱଧେଶ ପ୍ରସାଦଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ : ବାରଣାସୀ ପୁଲିସ ଶନିବାର ଦିନ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ ୨ ଜଣ ସାଂସଦଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ସଂସଦରେ ବିରୋଧୀ ସାଂସଦଙ୍କ ଦ୍ବାରା ଆନ୍ଦୋଳନ ସମୟରେ ସନାତନ ଧର୍ମକୁ ଅପମାନିତ କରାଯାଇଥିବା ଏବଂ ଧାର୍ମିକ ଭାବନାକୁ ଆଘାତ ଦିଆଯାଇଥିବା ଅଭିଯୋଗରେ ରାହୁଲ ଗାନ୍ଧୀ ଏବଂ ସ୍ବାଧୀନ ସାଂସଦ ପପ୍ପୁ ଯାଦବ ଓ ସମାଜବାଦୀ ପାର୍ଟି ସାଂସଦ ଅୱଧେଶ ପ୍ରସାଦଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଆହୁରି ପଢନ୍ତୁ : State Cabinet: କ୍ୟାବିନେଟ୍ ବୈଠକରେ ୬ଟି ବିଭାଗର ୧୧ଟି ପ୍ରସ୍ତାବକୁ ଅନୁମୋଦନ

ଉଲ୍ଲେଖଯୋଗ୍ୟ ଯେ ରାହୁଲ ଏବଂ ଉକ୍ତ ୨ ସାଂସଦଙ୍କ ସମେତ ଅନ୍ୟ ବିରୋଧୀ ସାଂସଦମାନେ ଅଯୋଧ୍ୟା ରାମ ମନ୍ଦିରରୁ ପାଣ୍ଠି ଚୋରି ଅଭିଯୋଗ ନେଇ ଗତକାଲି ଏକ ନାଟକୀୟ ଆନ୍ଦୋଳନ କରିଥିଲେ। ଆନ୍ଦୋଳନନର ଅଂଶ ଭାବେ ସେମାନେ ସଂସଦର ମକର ଦ୍ବାର ନିକଟରେ ଦାନବାକ୍ସ ରଖିଥିଲେ ଏବଂ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ନେତାମାନେ ଏହି ଦାନବାକ୍ସରେ ଟଙ୍କା ପକାଇଥିଲେ। ଏହି ସମୟରେ ଗେରୁଆ ପୋଷାକ ପିନ୍ଧି ମନ୍ଦିର ପୂରୋହିତ ବେଶ ଧାରଣ କରିଥିବା ପପ୍ପୁ ଯାଦବ ଏହି ଟଙ୍କାକୁ ନିଜ ପକେଟ୍‌ରେ ପୂରାଉଥିବା ଦେଖିବାକୁ ମିଳିଛି।

ଆହୁରି ପଢନ୍ତୁ : Accident: ଆଇରନ୍‌ ବୋଝେଇ ଟ୍ରକ୍‌କୁ ଧକ୍କା ଦେଲା ଆମ୍ବୁଲାନ୍ସ; ୨ଜଣ ଗୁରୁତର

କାଶି ଜୋନ୍‌ ଡିସିପି ଗୌରବ ବଂସଲ କହିଛନ୍ତି, କୋଟୱାଲି ଥାନାରେ କିଛି ସାଧୁ ଏନେଇ ଅଭିଯୋଗ କରିଛନ୍ତି। ସଂସଦରେ ସନାତନ ଧର୍ମକୁ ଅପମାନିତ କରାଯାଇଛି ବୋଲି ସେମାନେ ଅଭିଯୋଗ କରିବା ସହ ଏନେଇ ଏକ ମାମଲା ରୁଜୁ କରିଛନ୍ତି। ସନ୍ଥ ଜଗତଗୁରୁ ବାଲକ ପପ୍ପୁ ଯାଦବଙ୍କ ଆଚରଣକୁ ଅକ୍ଷମଣୀୟ ବୋଲି କହିଛନ୍ତି। ସେ କହିଛନ୍ତି, ସନାତନ ଧର୍ମର କୌଣସି ବି ଅନୁଗାମୀ ଏଭଳି କାର୍ଯ୍ୟକୁ ଭୁଲିବେନି। ଏହା ଆମ ଧାର୍ମିକ ଭାବନାକୁ ଆଘାତ ଦେଇଛି। ତେଣୁ ଆମେ ଏହି ଘଟଣାରେ ଏକ ମାମଲା ରୁଜୁ ପାଇଁ ଦାବି କରୁଛୁ।

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment