---Advertisement---

କଂଗ୍ରେସ ସଂସଦର ଆଇନକୁ ପ୍ରତ୍ୟାଖ୍ୟାନ କରୁଛି: ଶାହ

August 20, 2026 3:37 PM

କଂଗ୍ରେସ ସଂସଦର ଆଇନକୁ ପ୍ରତ୍ୟାଖ୍ୟାନ କରୁଛି: ଶାହ

ନୂଆଦିଲ୍ଲୀ: ସମସ୍ତ କାର୍ଯ୍ୟକ୍ରମରେ ”ବନ୍ଦେ ମାତରମ୍” ସଂଗୀତର କେବଳ ପ୍ରଥମ ଦୁଇଟି ପଦ ଗାନ କରିବାକୁ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ଗ୍ରହଣ କରିଥିବା ନିଷ୍ପତ୍ତିକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ନିଜର ୧୯୩୭ ମସିହାର ପ୍ରସ୍ତାବକୁ ଦୋହରାଇ ପୁନର୍ବାର ରାଜନୀତି କରୁଛି ଏବଂ ଦେଶର ସ୍ବାଧୀନତା ସଂଗ୍ରାମୀଙ୍କୁ ଅପମାନିତ କରୁଛି ବୋଲି ଶାହ ଅଭିଯୋଗ କରିଛନ୍ତି। ୧୯୩୭ରେ ବନ୍ଦେ ମାତରମକୁ ଦୁଇ ଭାଗରେ ବିଭକ୍ତ କରିବା ହିଁ ପରବର୍ତ୍ତୀ ସମୟରେ ଦେଶ ବିଭାଜନର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲା ବୋଲି ସେ ଦାବି କରିଛନ୍ତି।

କଂଗ୍ରେସ ସଂସଦର ଆଇନକୁ ପ୍ରତ୍ୟାଖ୍ୟାନ କରୁଛି: ଶାହ

ମୋଦୀ ସରକାର ସରକାରୀ କାର୍ଯ୍ୟକ୍ରମଗୁଡ଼ିକରେ ବନ୍ଦେ ମାତରମର ସମ୍ପୂର୍ଣ୍ଣ ୬ଟି ପଦ ଗାନ କରିବା ପାଇଁ ନୂତନ ନିୟମାବଳୀ ଜାରି କରିଥିବା ବେଳେ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ କଂଗ୍ରେସ ସଂସଦର ଆଇନକୁ ପ୍ରତ୍ୟାଖ୍ୟାନ କରୁଛି ବୋଲି ଶାହ କହିଛନ୍ତି। ଅପରପକ୍ଷରେ, କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ଭେଣୁଗୋପାଳ ଏବଂ ଜୟରାମ ରମେଶ ଦଳର ନିଷ୍ପତ୍ତିକୁ ଦୃଢ଼ ସମର୍ଥନ କରିଛନ୍ତି। ୧୯୩୭ ମସିହାରେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ, ସରଦାର ପଟେଲ, ସୁଭାଷ ଚନ୍ଦ୍ର ବୋଷ ଏବଂ ରବୀନ୍ଦ୍ରନାଥ ଠାକୁରଙ୍କ ସମ୍ମତିରେ ଏହି ନିଷ୍ପତ୍ତି ନିଆଯାଇଥିଲା ବୋଲି କହିବା ସହ ବାସ୍ତବ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ବିଜେପି ଏହାକୁ ରାଜନୈତିକ ମୁଦ୍ଦା ବନାଉଛି ବୋଲି କଂଗ୍ରେସ ସଫେଇ ଦେଇଛି।

HIV: ରୋଗୀକୁ ଭୁଲ୍‌ରେ ଏଚ୍‌ଆଇଭି ସଂକ୍ରମିତ ଦର୍ଶାଇଥିଲା ଏମ୍ସ ଋଷିକେଶ୍‌: ୬୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଖାଉଟି କମିସନଙ୍କ ନିର୍ଦ୍ଦେଶ

Odia News Headlines

Odia News Headlines

official webpage

Join WhatsApp

Join Now

Join Telegram

Join Now

Leave a Comment